ବିରାଟ ବଦଳି ଅନୁଷ୍କାଙ୍କୁ ସାର କହିଦେଲେ ଫଟୋଗ୍ରାଫର, ବିରାଟ କହିଲେ ‘ମୋତେ ମ୍ୟାମ୍‌ ବୋଲି ଡାକିଦିଅ’

ଅନୁଷ୍କା ଶର୍ମାଙ୍କ ସାର୍‌ ଡାକିଲେ ଫଟୋଗ୍ରାଫର । ବିରାଟ କହିଲେ ମୋତେ ମ୍ୟାମ୍‌ ବୋଲି ଡାକିଦିଅ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଅନୁଷ୍କା ଶର୍ମାଙ୍କୁ ସାର୍‌ ବୋଲି ସମ୍ବୋଧନ କଲେ ଫଟୋଗ୍ରାଫର । ଯାହାପରେ ବିରାଟ ମଜାକିଆ ଅନ୍ଦାଜରେ କହିଥିଲେ, ମୋତେ ଏବେ ମ୍ୟାମ୍ ବୋଲି ଡାକିଦିଅ। ବିରାଟ କୋହଲି ନିଜ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ରେଷ୍ଟୁରାଣ୍ଟକୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ଅନୁଷ୍କା ମଧ୍ୟ ବିରାଟଙ୍କ ସହିତ ଡିନର କରିବାକୁ ପହଞ୍ଚିଥିଲେ । ଏହି ସମୟରେ ଫଟୋଗ୍ରାଫର ଅନୁଷ୍କାଙ୍କୁ ମ୍ୟାଡାମ ବଦଳରେ ସାର୍‌ ବୋଲି ସମ୍ବୋଧନ କରିଥିଲେ । ଯାହାକୁ ବିରାଟ ତୁରନ୍ତ ଧରି ନେଇ ହସମଜାକ କରିଥିଲେ । ଏବେ ଏହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ମୁମ୍ବାଇରେ ଥିବା ବିରାଟଙ୍କ ରେଷ୍ଟୁରାଣ୍ଟ୍ ସାମ୍ନାରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କୁ ରେଷ୍ଟୁରାଣ୍ଟ୍ ବାହାରେ ଦେଖିବା ମାତ୍ରେ ଫଟୋଗ୍ରାଫରମାନେ ଫଟୋ ଉଠାଇବାର ଉଦ୍ୟମ କରିଥିଲେ। ଫଟୋଗ୍ରାଫର୍ମାନେ ଭୁଲବଶତଃ ଅନୁଷ୍କାଙ୍କୁ ମ୍ୟାମ୍ ବଦଳରେ ସାର୍ କହି ସମ୍ବୋଧନ କରିଥିଲେ। ଆଉ ସଙ୍ଗେ ସଙ୍ଗେ ବିରାଟ ମଜାକିଆ ଅନ୍ଦାଜରେ କହିଥିଲେ, ମୋତେ ଏବେ ମ୍ୟାମ୍ ବୋଲି ଡାକିଦିଅ। ତେବେ ବିରାଟଙ୍କ କଥାରେ ସମସ୍ତେ ହସିଥିଲେ । ଏହି ସମୟର ଭିଡିଓ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ଭିଡିଓଟି ଦେଖିବାକୁ ମିଳିଛି ଯେ, ବିରାଟ ଓ ଅନୁଷ୍କା ଫଟୋଗ୍ରାଫରଙ୍କୁ ଫଟୋ ପୋଜ ଦେଉଛନ୍ତି। ଫଟୋଗ୍ରାଫର ସେ ଦୁହିଁଙ୍କୁ ବିରାଟ ସାର୍ ଓ ଅନୁଷ୍କା ମ୍ୟାମ୍ କହି ପୋଜ୍ ଦେବାକୁ କହୁଛନ୍ତି। ଏହାରି ମଧ୍ୟରେ ଜଣେ ଫଟୋଗ୍ରାଫର୍ ଭୁଲରେ ‘ଅନୁଷ୍କା ମ୍ୟାମ୍’ ବୋଲି କହିଦେଇଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା ।

ଏହି ସମୟରେ ବିରାଟ କୋହଲି ବ୍ଲାକ୍‌ ପ୍ୟାଣ୍ଟ ଏବଂ ହ୍ଵାଇଟ ସ୍ନିକର୍ସ ପିନ୍ଧିଥିବା ବେଳେ ପ୍ରିଟେଣ୍ଟ ସାର୍ଟ ପିନ୍ଧିଥିଲେ । ସେହିପରି ଅନୁଷ୍କା ଶର୍ମା ହ୍ଵାଇଟ୍‌ ପ୍ୟାଣ୍ଟ ଏବଂ ବ୍ଲାକ ହିଲସ ସହିତ ହ୍ଵାଇଟ ଷ୍ଟ୍ରାଇପଡ ଟପ୍‌ ପିନ୍ଧିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.