ସ୍ପେଶାଲ

ଆଜି ବୀରସୁରେନ୍ଦ୍ରଙ୍କୁ ମନେପକାଉଛି ସାରା ଓଡ଼ିଶା

ନୂଆପଡା(କେନ୍ୟୁଜ): ଜାତୀୟ ମୁକ୍ତି ସଂଗ୍ରାମର ନାୟକ ବୀର ସୁରେନ୍ଦ୍ର ସାଏଙ୍କ ଆଜି ହେଉଛି ୨୧୬ ତମ ଜନ୍ମ ଜୟନ୍ତୀ । ଗତ ୧୮୦୯ ମସିହା ୨୩ ଜାନୁୟାରୀରେ ସମ୍ୱଲପୁର ଜିଲ୍ଲା ଖିଣ୍ଡାଗାଁର ରାଜପରିବାରରେ ବୀରସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ହେଲେ ବ୍ରିଟିଶ ସରକାରଙ୍କ ସାମ୍ରାଜ୍ୟବାଦ ନୀତି ତଥା ରାଜସତ୍ଵ ଲୋପ ନୀତି ଯୋଗୁଁ ବୀରସୁରେନ୍ଦ୍ର ସାଏ ରାଜା ହେବାରୁ ବଂଚିତ ହୋଇଥିଲେ । ପରେ ବୀର ସୁରେନ୍ଦ୍ର ସାଏ ୧୮୫୭ ରେ ଇଂରେଜ ସରକାରଙ୍କ ରାଜସତ୍ଵ ଲୋପନୀତିକୁ ବିରୋଧରେ ଏକ ଫୈୖାଜ ଗଠନକରି ଗରିଲା ଯୁଦ୍ଧ ଲଢେଇ ଆରମ୍ଭ କରିଥିଲେ । ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ୧୮୫୭ ସିପାହୀ ବିଦ୍ରୋହର ମୂଖ୍ୟ ଭୂମିକା ନେଇଥିଲେ ବୀର ସୁରେନ୍ଦ୍ର ସାଏ । ଏହାପରେ ବ୍ରିଟିଶ ସରକାର ବିପ୍ଲବୀ ସୁରେନ୍ଦ୍ର ସାଏଙ୍କୁ ବନ୍ଦୀ କରିବା ପାଇଁ ଯୋଜନା କରିଥିଲେ । ଏହା ଜାଣିବା ପରେ ବୀର ସୁରେନ୍ଦ୍ର ସାଏ ବନ୍ଦୀମୁକ୍ତି ପାଇବା ପାଇଁ ଖଡିଆଳର ତତକାଳିନ ଚୈାହାନ ବଂଶୀୟ ରାଜା କୃଷ୍ଣ ଚନ୍ଦ୍ର ସିଂଦେଓଙ୍କ ସହଯୋଗ ଲୋଡିଥିଲେ ।

ଆଉ ରାଜା କୃଷ୍ନଚନ୍ଦ୍ର ସିଂଦେଓ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ତାଙ୍କ ଦୁଇଟି ଦୁର୍ଗ ମାନିକଗଡ ଓ ଜୁମୁଲାଗଡରେ ବୀର ସୁରେନ୍ଦ୍ର ସାଏଙ୍କୁ ଗୋପନୀୟ ଭାବେ ଆଶ୍ରୟ ଦେବା ସହିତ ଆର୍ଥିକ ଓ ସାମରିକ ସହାୟତା ମଧ୍ୟ ଯୋଗେଇ ଦେଇଥିଲେ । ୧୮୫୮ ରୁ ୧୮୬୪ ମସିହା ଯାଏ ଦୀର୍ଘ ୬ ବର୍ଷ ଧରି ବୀର ସୁରେନ୍ଦ୍ର ସାଏ ଜୁମୁଲାଗଡ ଓ ମାନିକଗଡ ଦୁର୍ଗରେ ଆତ୍ମଗୋପନ କରି ଇଂରେଜ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ । ହେଲେ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କୁ ଖଡିଆଳ ରାଜା କୃଷ୍ଣଚନ୍ଦ୍ର ସଂଦେଓ ଆଶ୍ରୟ ଦେଇଥିବା ନେଇ ଖବର ଜାଣିବା ପରେ ଇଂରେଜ ସରକାର ରାଜାକୃଷ୍ନ ଚନ୍ଦ୍ର ସିଂଦେଓଙ୍କଠାରୁ ଜମିଦାରୀ ଦୁଇଟି କ୍ଷମତା ପୋଲିସ ଓ ଅବକାରୀ ବିଭାଗ କ୍ଷମତାକୁ ଉଛେଦ କରିନେଇଥିବା ଖଡିଆଳ ରାଜପରିବାର ସଦସ୍ୟ ତଥା ଐତିହାସିକ ଗବେଷକ ପ୍ରକାଶ କରିଛନ୍ତି ।

ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ଜାତୀୟ ସ୍ଵାଧିନତା ସଂଗ୍ରାମର ମୂକସାକ୍ଷୀ ଭାବେ ଐତିହ୍ୟ ବହନ କରୁଥିବା ଜୁମୁଲାଗଡ ଓ ମାନିକଗଡ ଦୁଇଟି ଦୁର୍ଗ ପ୍ରତି ଜିଲା ପ୍ରଶାସନ କିମ୍ୱା ରାଜ୍ୟ ସରକାରଙ୍କ ଏଯାଏଁ ଦୃଷ୍ଟିପଡି ନାହିଁ । ଏହି ଦୁଇଟି ଦୁର୍ଗ ଏବେ ଧ୍ୱଂସସ୍ତୁପରେ ପାଳଟିବାକୁ ଯାଉଛି ଏହାର ଅଂଶ ବିଶେଷ । ଏଠାକୁ ପର୍ଯ୍ୟଟକଙ୍କୁ ଯିବାପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଦୁଇଟି ଦୁର୍ଗ ଏବେ ଜରାଜୀର୍ଣ ଅବସ୍ଥାରେ ପହଂଚି ।

ପ୍ରଶାସନିକ ଅବହେଳା ଯୋଗୁଁ ଜାତୀୟ ସ୍ଵାଧିନତା ସଂଗ୍ରାମର ଐତିହ୍ୟ ବହନ କରୁଥିବା ସୁନାବେଡା ଅଭୟାରଣ୍ୟ ସ୍ଥିତ ମାନିକଗଡ ଓ ଜୁମୁଲାଗଡର ଅଂଶ ବିଶେଷ ଏବେ ଧ୍ୱଂସସ୍ତୁପରେ ପାଳଟିବାକୁ ଯାଉଛି । ପ୍ରଶାସନ ପକ୍ଷରୁ ଏହାର ସଂରକ୍ଷଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଜାତୀୟ ସ୍ଵାଧିନତା ସଂଗ୍ରାମର ମୂକସାକ୍ଷୀ ଭାବେ ଐତିହ୍ୟ ବହନ କରୁଥିବା ଏହି ଦୁଇଟି ଦୁର୍ଗ ଜୁମୁଲାଗଡ ଓ ମାନିକଗଡକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷଣ କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କଲେ ଏହା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

 

Sonalisa

Recent Posts

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

5 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

39 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

46 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

1 hour ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

2 hours ago