ସ୍ପେଶାଲ

ପବିତ୍ର ସୁଦଶା ବ୍ରତ ଓଡ଼ିଆ ଗୃହିଣୀଙ୍କ ପ୍ରମୁଖ ପର୍ବ , ଜାଣନ୍ତୁ ଏହି ଦିନର ମାହାତ୍ମ୍ୟ

ଓଡ଼ିଆ ଘରର ପ୍ରାଚୀନ ପରମ୍ପରା ତଥା ସଂସ୍କୃତି ତାଙ୍କୁ ଅନ୍ୟ ମାନଙ୍କଠୁ ସ୍ୱତନ୍ତ୍ର ରଖିଥାଏ। ୧୨ ମାସରେ ୧୩ ଓଷ।। ତା’ ସହ ରହିଛି ପରମ୍ପରାକୁ ପାଳନ କରିବାର ଭିନ୍ନ ଭିନ୍ନ ନୀତିକାନ୍ତି। ତେବେ ଆଜି ପବିତ୍ର ସୁଦଶା ବ୍ରତ। ଓଡ଼ିଆ ଗୃହିଣୀଙ୍କ ମୁଖ୍ୟ ପର୍ବ। ମାତା ଲକ୍ଷ୍ମୀଙ୍କୁ ଏହିଦିନ ସମର୍ପଣ କରାଯାଇଛି। ମାଆଙ୍କୁ ସୁମରି ଘରେ ଧନ ବୃଦ୍ଧି ସହ ସୁଖ ସମୃଦ୍ଧିର କାମନା କରନ୍ତି ଗୃହିଣୀ। ମାତାଙ୍କୁ ଖୁସି କରି ଆଶିର୍ବାଦ ପାଇବାକୁ ଥାଏ ସମସ୍ତଙ୍କ ଇଚ୍ଛା।

ଏହି ପବିତ୍ର ଦିନରେ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ସ୍ୱମନରେ ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଘରେ ଧନ ଲାଭ ହୋଇଥାଏ। ସନ୍ତାନ ସୁଖ ମିଳିବା ସହ ପରିବାରରେ ସୁଖ ସମୃଦ୍ଧି ହୋଇଥାଏ। ଏହି ଦିନ ବିଷ୍ଣୁ ଭଗବାନଙ୍କୁ ପୂଜା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ବୀଜ ମନ୍ତ୍ର:

ଏହିଦିନ ଆପଣ ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଏବଂ ଗୁରୁ ବୃହସ୍ପତ୍ତିଙ୍କ ଜପ କରିବା ଦ୍ୱାରା ଆଶିର୍ବାଦ ପ୍ରାପ୍ତି ହୋଇଥାଏ ।

ମାତାଙ୍କ ବୀଜ ମନ୍ତ୍ର: ଓମ୍‌ ମହାଲକ୍ଷ୍ମୟୈ ନମଃ ।।
ବିଷ୍ଣୁଙ୍କ ବୀଜ ମନ୍ତ୍ର: ଓମ୍‌ ନମୋ ଭଗବତେ ବାସୁଦେବାୟ ।।
ଗୁରୁ ବୃହସ୍ପତ୍ତିଙ୍କ ବୀଜ ମନ୍ତ୍ର: ଓମ୍‌ ବୃଂ ବୃହସ୍ପତ୍ତୟେ ନମଃ ।।( ୧୦୮ଥର ତୁଳସୀ ମାଳା ସାହାଯ୍ୟରେ ଜପ କରିବା ଉଚିତ)

ବିଧି:

ପୂଜା ଦିନରେ ପ୍ରାତଃ ଉଠି ନିତ୍ୟକାମ ସାରି ମାତାଙ୍କ ପୂଜା କରାଯାଏ। ଫୁଲ, ସିନ୍ଦୂର , ଚନ୍ଦନ, ନୂଆ ବସ୍ତ୍ର ଆଦିରେ ମାତାଙ୍କୁ ସଜାଯାଏ। ମାତାଙ୍କ ପାଖରେ ଭୋଗ ଆକାରରେ ଫଳ ସହ ଛଣା ପିଠା ମଧ୍ୟ ଲାଗି କରାଯାଏ। ଦ୍ୱିପହର ସମୟରେ ମାତାଙ୍କ ପ୍ରିୟ ଖେଚୁଡ଼ି ସହ ଶାଗ ଭଜା, ଡାଲି ଓ କ୍ଷିରି ଭଳି ସାତ୍ତିକ ଭୋଗ ଲାଗି କରାଯାଇ ସୁଦଶା ବ୍ରତ ବହି ପଢ଼ାଯାଏ।। ଶେଷରେ ସନ୍ଧ୍ୟା ସମୟରେ ସିନ୍ଦୂର ଲଗାଇ , ଲଡ଼ୁ ଭୋଗ ଲାଗି କରାଇ ଧୂପ ଦୀପ ଦେଇ ବ୍ରତ ପୂଜା ସମାପନ କରାଯାଏ।

pc: Odisha Bytes

ଏହିଦିନ ବିଧି ବଶତଃ ସକାଳ ସ୍ନାନ ପରେ ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିବେ । ଏହାସହ ସୂର୍ଯ୍ୟଦେବତାଙ୍କୁ ମଧ୍ୟ ଘୃଣ ଜଳ ଅର୍ପଣ କରିବେ। ଏହି ଜଳରେ ସିନ୍ଦୂର, ଚନ୍ଦନ, କର୍ପୂର, ଗୁଡ଼ , କ୍ଷୀର ଓ ଦୁବଘାସ ମିଶାଇ ପାରିବେ। ପରେ ତୁଳସୀ ସହ ମହୁ ମିଶାଇ ସେବନ କରିବେ। ବ୍ରତଧାରୀ ଭୋକ ସମ୍ଭାଳି ନପାରିଲେ ଫଳ ଆହାର କରିପାରିବେ। ଏହଦିନ ପୂଜା ଶେଷ ପରେ ଦାନ କରିବା ଉଚିତ। ମନ୍ଦିରରେ କଳସ, ନଡ଼ିଆ, ଦହି-ଚାଉଳ, ନୂତନ ବସ୍ତ୍ର ସହ ମିଠା ଦାନ କରିବା ଉଚିତ।

ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ଆଶିର୍ବାଦ ପ୍ରାପ୍ତି ହୋଇଥାଏ। କୋଟି ପୁଣ୍ୟ ଅର୍ଜନ କରିବା ସହ ଭକ୍ତଙ୍କ ସବୁ ଆଶା ପୂରଣ ହୋଇଥାଏ।

KNews Bureau

Recent Posts

ଖୁସି ଖବର, ଖୁବ୍ ଶୀଘ୍ର ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

କୋଟିଏରୁ ଅଧିକ ସରକାର କର୍ମଚାରୀ ଏବଂ ପେନସନଧାରୀ ନିଜର ୮ମ ବେତନ ଆୟୋଗ ଗଠନକୁ ଚାତକ ଭଳି ଚାହିଁ ରହିଛନ୍ତି…

38 mins ago

କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୪୧ ମୃତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି…

39 mins ago

ରୋଷେଇ ଘରେ ମହଙ୍ଗା ମାଡ଼, ଚାଉଳ ଡାଲି ପରେ ଏବେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର(କେନ୍ୟୁଜ୍‌): ନିର୍ବାଚନ ସରିଲା । ଅସହ୍ୟ ତାତିରେ ଏବେ ପରିବା ଦରରେ ଲାଗିଲା ନିଆଁ । ହୁ ହୁୂ ହୋଇ…

44 mins ago

ସମ୍ପନ୍ନ ହେଲା ସମ୍ବଲପୁରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ, ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି

ସମ୍ପନ୍ନ ହୋଇଯାଇଛି ସମ୍ବଲପୁର ସହରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ ଯାତ୍ରା । ଯୁଗଳ ଦର୍ଶନ ଓ ସାଂସ୍କୃତିକ…

49 mins ago

ଲେଟ୍‌ ନାଇଟ୍‌ରେ ଶୋଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ଆଜିକାଲି ଅନେକ ଲୋକ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ଆରମ୍ଭ…

60 mins ago

ଆସିଲା ଫୋନ୍‌ କଲ୍‌ , ଏହି ବିଧାୟକ ମାନେ ହେବେ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌…

1 hour ago