ସ୍ପେଶାଲ

ପରମ୍ପରାର ବାର୍ତ୍ତା ବହନ କରିଆସୁଛି ନୂଆଁଖାଇ, ଜାଣନ୍ତୁ ଏହାର ମହତ୍ତ୍ବ

ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର। କଥାରେ ଅଛି – ଓଡିଶାରେ ବାର ମାସରେ ତେର ପର୍ବ। ଦୁଃଖ ଓ ଯନ୍ତ୍ରଣା ରେ ପରିପୂର୍ଣ୍ଣ ମଣିଷ ଜୀବନକୁ ସରସ ଓ ସୁନ୍ଦର କରି ଥାଏ ବିଭିନ୍ନ ପର୍ବପର୍ବାଣି। ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ସ୍ଵତନ୍ତ୍ର। ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ।

ବିଦ୍ୟା ଦାତା ପ୍ରଭୁ ଗଣେଶଙ୍କ ପୂଜା ପର ଦିନ ଅର୍ଥାତ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରାଯାଏ | ଏହି ଦିନ ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ବିଧି ରହିଛି। ନୂଆଁଖାଇ ପୂର୍ବରୁ ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭାରି ରହିଥାଏ। ଧନୀ ଗରିବ ନିର୍ବିଶେଷ ରେ ସମସ୍ତେ ଏ ପର୍ବରେ ନିଜ ଘର ସଜାନ୍ତି ଘରର ସ୍ତ୍ରୀ ଲୋକ ମାନେ ଘର ଦ୍ଵାର ଲିପା ପୋଛା କରି ଘରର ସମସ୍ତ ବ୍ୟବହୃତ ଜିନିଷ ସଫା କରି ସଜାଇ ରଖନ୍ତି । ମିଠା ଓ ପିଠା ତିଆରି ପାଇଁ ସମସ୍ତ ସାମଗ୍ରୀ ଯୋଗାଡ କରାଯାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନୂଆ ନୂଆ ଜିନିଷ କିଣା ବିକାରେ ବ୍ୟସ୍ତ ରୁହନ୍ତି।

ନୂଆଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟା ତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ନୂଆ ଧାନ କେଣ୍ଡା ଓ ଚୂଡା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ଚୂଡା , ଘିଅ , ମହୁ , କ୍ଷୀର , ଗୁଡ କଦଳୀରେ ପ୍ରସ୍ତୁତ ଭୋଗ ଦିଅଁଙ୍କ ନିକଟରେ ଲାଗି କରନ୍ତି। ନୂଆଁଖାଇ ଅବସରରେ ସାନ ମାନେ ବଡ ମାନଙ୍କୁ ନୂଆଖାଇ ଜୁହାର କରନ୍ତି । ତା ‘ ପରେ ବଡ ମାନେ ଘରେ ପ୍ରସ୍ତୁତ ପିଠାପଣା, ଖିରିପୁରୀ , ମିଠା , ଡାଲି , ତରକାରୀ, ଆଦି ପ୍ରସାଦ ରୂପେ ସେବନ କରି ଖୁସି ଅନୁଭବ କରନ୍ତି।

ନୂଆଁଖାଇ ସାରି ଝିଅ ବୋହୁ ମାନେ ରଙ୍ଗ ବେରଙ୍ଗ ପୋଷାକ ପରିଧାନ କରି ‘ ନୂଆ ଖାଇ ଭେଟ ଘାଟ ’ ପାଇଁ ବାହାରନ୍ତି ; ଘର ଘର ସାହି ସାହି ବୁଲି ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି । ଗୁରୁଜନ ମାନେ ଆଶୀର୍ବାଦ କରନ୍ତି ଓ କହନ୍ତି ,‘ ବଞ୍ଚିଥିଲେ ଆରବର୍ଷ ଦେଖା ହେବ ’ । ଏହି ପର୍ବରେ ପିଲା ଠାରୁ ବୁଧ ପର୍ଯ୍ୟନ୍ତ ସମସ୍ତେ ଗାଁ ମନ୍ଦିରକୁ ଯାଇ ସମସ୍ତେ ଦେବା ଦର୍ଶନ କରିବାର ପ୍ରଥା ରହିଛି। ସଞ୍ଜ ହେଲେ ସମସ୍ତେ ଖେଳକୁଦ , ନାଚ-ଗୀତ, ଭଜନ- କୀର୍ତ୍ତନ , ନାଟ-ତାମସା , ଓ ଖିଅ ପିଆ ରେ ନିଜକୁ ବ୍ୟସ୍ତ ରଖନ୍ତି | ଆଦିବାସୀ ସଂପ୍ରଦାୟ ଲୋକମାନଙ୍କ ନକଗୀତ ଓ ବାଦ୍ୟ ବେଶ ଆନନ୍ଦ ଦେଇଥାଏ । ସେମାନେ ଏହି ପର୍ବକୁ ଆଗ୍ରହ ଓ ଉତ୍ସାହ ମଧ୍ୟରେ ପାଳନ୍ତି ।

ନୂଆଁଖାଇ ଏକ ସାମାଜିକ କୃଷି ଭିତ୍ତିକ ପର୍ବ । ଏହି ପର୍ବ କୃଷକ ମନରେ ନୂଆ ଫସଲ ଅମଳ କରିବା ପାଇଁ ଉତ୍ସାହ ବଢାଏ । ନୂଆଖାଇ ପର୍ବ ସାମାଜିକ ବନ୍ଧନର ଗୁରୁତ୍ଵ ଶିଖାଇବା ସହ ଲୋକଙ୍କ ମଧ୍ୟରେ ମାନବିକତା ଓ ଭାତୃତ୍ଵ ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି-ଅଜାତି , ଉଚ୍ଚନିଚ ଭେଦଭାବ ନଥାଏ । ସମସ୍ତେ ବାଦ-ବିବାଦ, ମାନ-ଅଭମାନ , ରାଗ-ରୁଷା ଭୁଲି ଯାଆନ୍ତି । ସମସ୍ତଙ୍କ ବ୍ୟକ୍ତିଗତ ଜୀବନ ସଦ୍ଭାବନରେ ପୂରି ଉଠେ । ଆମର ଧର୍ମ, ସଂସ୍କୃତି , ଓ ପରମ୍ପରା କୁ ଏହି ପର୍ବ ଠିକ ବାଟରେ ପରିଚାଳିତ କରେ ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

6 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

8 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

43 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

54 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago