Categories: ସ୍ପେଶାଲ

ଆଜି ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ପ୍ରଥମେ କେବେ ହୋଇଥିଲା ହିନ୍ଦୀ ସମ୍ମିଳନୀ

ପ୍ରତ୍ୟେକ ବର୍ଷ ଆଜି ଦିନ ଅର୍ଥାତ ୧୦ ଜାନୁଆରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହି ଦିନଟି ହିନ୍ଦୀ ପ୍ରେମୀଙ୍କ ଖୁବ୍‌ ଖାସ୍‌। କାରଣ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଭାଷା ମଧ୍ୟରେ ହିନ୍ଦୀ ଭାଷା ଆସିଥାଏ। ୨୦୦୬ ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୦ ଜାନୁଆରୀ ଦିନ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ପାଇଁ ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ବିଶ୍ୱରେ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ପାଇଁ ପ୍ରଥମ ଥର ୧୦ ଜାନୁଆରୀ ୧୯୭୫ ମସିହା ନାଗପୁରରେ ବିଶ୍ୱ ହିନ୍ଦୀ ଦିବସର ଆୟୋଜନ କରାଯାଇଥିଲା। ଏହିକାରଣରୁ ୧୦ ଜାନୁଆରୀ ଦିନ ବିଶ୍ୱ ହିନ୍ଦୀ ଦିବସର ଆୟୋଜନ କରାଯାଇଥାଏ।

ବାସ୍ତବରେ ହିନ୍ଦୀ ଏକ ଭାଷା ନୁହେଁ ବରଂ ଭାରତୀୟ ସମ୍ପର୍କକୁ ଏକତ୍ର କରି ରଖିପାରିଥିବା ଭାଷା। ଏହି ଭାଷା ମାଧ୍ୟମରେ ବ୍ୟକ୍ତି ନିଜର ହଜାର ବର୍ଷ ପୁରୁଣା ସଂସ୍କୃତି ଏବଂ ସଭ୍ୟତା ସହ ଯୋଡି ରହିଛି। ବୈଶ୍ୱିକ ସ୍ତରରେ ମଧ୍ୟ ହିନ୍ଦୀ ଭାଷା ଲୋକମାନଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିଛି। ଏହି କାରଣରୁ ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ହିନ୍ଦୀ ଭାଷାର ଅନେକ ଶଦ୍ଦ ଇଂରାଜୀ ଶଦ୍ଦକୋଷରେ ଦେଖିବାକୁ ମିଳିଥାଏ।

ବିଶ୍ୱରେ ସବୁଠାରୁ ଅଧିକ କୁହାଯାଉଥିବା ୫ଟି ଭାଷା ମଧ୍ୟରେ ହିନ୍ଦୀ ଭାଷାର ସ୍ଥାନ ରହିଛି। ଚୀନ୍‌ର ମଣ୍ଡାରିନ ଭାଷା ସବୁଠାରୁ ଅଧିକ କୁହାଯାଉଥିବା ବେଳେ ସ୍ପେନିସ୍‌ ଭାଷା ଦ୍ୱିତୀୟରେ ରହିଛି। ବିଶ୍ୱରେ ଇଂରାଜୀ ଭାଷା ତୃତୀୟ ସ୍ଥାନରେ ରହିଛି। ଏହାପରେ ହିନ୍ଦୀ ଭାଷା ଚତୁର୍ଥ ସ୍ଥାନରେ ରହିଛି।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

16 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

35 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

43 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

59 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago