Categories: ସ୍ପେଶାଲ

ଭାରତରେ ରହିଛି ଏମିତି କିଛି ହଣ୍ଟେଡ୍ ସ୍ଥାନ, ଯେଉଁଠିକି ଯିବା ଆପଣଙ୍କୁ ପଡିପାରେ ମହଙ୍ଗା

ଭୂତ ! ନାମ ଶୁଣିବା ମାତ୍ରେ ଆମ ମନରେ ଭୟ ସଂଚାରିତ ହୋଇଉଠେ। ଡରିବା ପାଇଁ ଭୂତ ନାମ ମାତ୍ର ଯଥେଷ୍ଟ। ଏହାକୁ ଆପଣମାନେ ଫିଲ୍ମ କିମ୍ବା ସିରିଅଲରେ ଦେଖିଥିବେ। କିନ୍ତୁ ରିଅଲ ଲାଇଫରେ କେବେ ବି ସାମ୍ନା କରିନଥିବେ। କିନ୍ତୁ ଭାରତରେ ଏପରି କେତେକ ଜାଗା ରହିଛି, ଯେଉଁ ସ୍ଥାନରେ ଭୂତ ରହିଥାନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଏହି ସ୍ଥାନ ଭୂତକୋଠୀ ନାମରେ ପରିଚିତ। ଆସନ୍ତୁ ଏହି ସ୍ଥାନକୁ ଯିବା ପୂର୍ବରୁ ଜାଣିନେବା କିଛି ତଥ୍ୟ:

-ରାଜସ୍ଥାନର ଅଲଓ୍ଵର ସ୍ଥିତ ଭାନଗଡ କିଲାକୁ ଆପଣମାନେ ହୁଏତ ଜାଣିନଥିବେ। କିନ୍ତୁ ଏହା ଭାରତର ସବୁଠାରୁ ଭୟଭୀତ ସ୍ଥାନ ଭାବେ ପରିଚିତ। ଏଠାକୁ ଲୋକେ ଏକୁଟିଆ ଯିବା ପାଇଁ ଡରିଥାନ୍ତି। ଏଠାରେ ସନ୍ଧ୍ୟା ହେବା ପୂର୍ବରୁ ପର୍ଯ୍ୟଟକଙ୍କୁ ବାହାରି ଯିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ସରକାର।

-ସେହିପରି ଉତ୍ତରପ୍ରଦେଶର ମେରଠରେ ଏପରି ଏକ ସ୍ଥାନ ରହିଛି ଯାହା ‘ଭୂତ ବଙ୍ଗଲା’ ନାମରେ ଜଣାଶୁଣା। ଏହା ଦୁନଆର ସବୁଠାରୁ ଭୟାନକ ଜାଗା ମଧ୍ୟରେ ଅନ୍ୟତମ।

-ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଦେହାତ ଅଞ୍ଚଳରେ ଏପରି ଏକ ସ୍ଥାନ ରହିଛି, ଯାହା ମଧ୍ୟକୁ ଯିବା ପାଇଁ ପର୍ଯ୍ୟଟକମାନେ ଭୟଭୀତ ହୋଇଯାନ୍ତି। ଏହି ସ୍ଥାନରେ ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳିଥାଏ। ଏହାସହିତ ରାତିରେ କଳା ପରଦା ଭଳି ଏଠାରେ କିଛି ଦେଖିବାକୁ ମିଳିଥାଏ। ସେଥିପାଇଁ ଏହି ସ୍ଥାନକୁ ଯିବାକୁ ପର୍ଯ୍ୟଟକ ନୁହେଁ ବରଂ ସ୍ଥାନୀୟ ଲୋକେ ମଧ୍ୟ ଡରନ୍ତି।

-ରାଜସ୍ଥାନର ଜୟସେଲମେର ଜିଲ୍ଲାରେ ଏପରି ଏକ ସ୍ଥାନ ରହିଛି ଯାହା ୧୭୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଖାଲି ପଡିଛି। କୁଳଧରା ଗ୍ରାମରେ ଶତାଧିକ ଲୋକେ ଗ୍ରାମର ଜଣେ ଝିଅକୁ ସାଲମ ସିଂଙ୍କ ଠାରୁ ବଞ୍ଚାଇବା ପାଇଁ ଗୋଟେ ରାତିରେ ସମଗ୍ର ଗାଁକୁ ଖାଲି କରି କୁଆଡେ ପଳାଇ ଯାଇଥିଲେ। ସେମାନେ ଯିବା ପରେ ଏଠାରେ କେହି ବି ବାସ କରିପାରିବେ ନାହିଁ ବୋଲି ମଧ୍ୟ ଅଭିଶାପ ଦେଇଯାଇଥିଲେ। ସେବେଠାରୁ ସେହି ଗ୍ରାମ ଖାଲି ପଡିଛି। ସେହି ଗ୍ରାମ ଭୂତ କବଜାରେ ରହିଛି ବୋଲି ଲୋକକଥା ରହିଛି।

-ଗୋଆ ସ୍ଥିତ କିଙ୍ଗସ ଚର୍ଚ୍ଚକୁ ମଧ୍ୟ ଭୂତକୋଠୀ ବୋଲି ଲୋକେ ମାନିଥାନ୍ତି। ଏଠାରେ ତିନି ଜଣ ପର୍ତ୍ତୁଗାଲ ରାଜାଙ୍କ ଆତ୍ମା ଘୁରି ବୁଲିଥିବା କଥା ରହିଛି ବୋଲି ଜନଶ୍ରୁତି ରହିଛି।

-ସେହିପରି ଦିଲ୍ଲୀର ମହରୋଲୀ ସ୍ଥିତ ଜମାଲୀ-କମାଲୀର ନିର୍ମାଣ ୧୫୨୮-୨୯ରେ ହୋଇଥିଲା। ଏଠାରେ ଜିନ୍ନ ରହିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅନେକ ଲୋକ ଏଠାରେ ଶଇତାନ ଶକ୍ତି ଥିବାର ଅନୁଭବ ମଧ୍ୟ କରିଛନ୍ତି।

-ପଶ୍ଚିମବଙ୍ଗର ଦାର୍ଜିଲିଂ ସ୍ଥିତ କୁଶ୍ରୀୟାଙ୍ଗ ଏକ ହିଲଷ୍ଟେସନ ଭାବେ ପରିଚିତ। ଏଠାରେ ଥିବା ଡାଓ ହିଲ ଜଙ୍ଗଲରେ ଅନେକ ଆତ୍ମହତ୍ୟା ହୋଇଛି ବୋଲି ସୂଚନା ରହିଛି। ଏଥିପାଇଁ ଏହି ସ୍ଥାନକୁ ମଧ୍ୟ ହଣ୍ଟେଡ୍ ସ୍ଥାନର ନାମ ଦିଆଯାଇଛି।

-ସେହିଭଳି ପୁନେ ସ୍ଥିତ ଶନାବାରବାଡା କିଲ୍ଲାରେ ମଧ୍ୟ ଆଜିପର୍ଯ୍ୟନ୍ତ ଲୋକମାନଙ୍କୁ ଅନେକ ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳୁଛି। ଯାହା ସେଠିକାର ଲୋକ ଏବଂ ପର୍ଯ୍ୟଟକ ପାଇଁ ଭୟ ସୃଷ୍ଟି କରୁଛି।

ଏହାସହ ପଢ଼ନ୍ତୁ ; ଅଚାନକ୍‌ ପବନରେ ଉଡ଼ିବାକୁ ଲାଗିଲା ଗଦି, ଭିଡିଓ ଦେଖିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago