Categories: ସ୍ପେଶାଲ

ବାଂସୁରୀ ଥେରାପିରେ ଏପରି ହେଉଛି ଗାଈଙ୍କ ଚିକିତ୍ସା, ବଢିବ ଦୁଗ୍ଧ ଉତ୍ପାଦନ

ବଇଁଶୀ ଶବ୍ଦରେ ଗାଈ ମାନଙ୍କର ଚିକିତ୍ସା। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ଏମିତି ଘଟୁଛି ଜାମ୍ମୁର ଏକ ଗୋଶାଳାରେ। ଜାମ୍ମୁର ଆମ୍ବପହଲା ଠାରେ ଥିବା ଏହି ଗୋଶାଳାଟି ୧୯୬୦ ମସିହାରେ ହିଁ ଆରମ୍ଭ କରାଯାଇଥିଲା । ସମାଜସେବୀ ମୁଲରାଜ ଶାସ୍ତ୍ରୀ ଓ ତାଙ୍କର କିଛି ସାଙ୍ଗ ମିଶି ଏହାର ଗଠନ କରିଥିଲେ।ସେମାନଙ୍କର ଲକ୍ଷ ଥିଲା କିପରି ଅସୁସ୍ଥ ଓ ରୋଗୀଣା ଗାଈ ମାନଙ୍କୁ ସୁରକ୍ଷା ଦେବା ସହ ତାଙ୍କଠାରେ କିଛି ପରିବର୍ତନ ଆଣିପାରିବେ। ଏହାର ଦେଖା ଶୁଣା କରୁଥିବା ‘ଅଲ ଜାମ୍ମୁ କାଶ୍ମୀର ଗୋଶାଳା ସମିତି’ ର ମୁଖ୍ୟ ରାଜ କୁମାର କହିଛନ୍ତି ଯେ ଏଥିପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥାଏ ।ଆଖପାଖର ଲୋକ ଓ କିଛି ବେସରକାରୀ ଅନୁଷ୍ଠାନ ମାନଙ୍କ ସହାୟତାରେ ହିଁ ଏହାକୁ ଚଲାଯାଉଛି ।

ଏଠାରେ ୪୫୦ଟି ଗାଈ ଓ ବାଛୁରୀଙ୍କୁ ଏକାଠି ରଖାଯାଇଛି । ଏମାନଙ୍କ ଭିତରୁ ୨୫୦ ଟି ଗିର,ରେଡ ସିନ୍ଧି,ସାହିୱାଲ ଓ ଦେଶୀ ଗାଈଙ୍କ ସମେତ ୨୦୦ ଟି ବାଛୁରୀ ଅଛନ୍ତି। ଏମାନଙ୍କ ଭିତରୁ କିଛି ଜମା କ୍ଷୀର ଦେଇନଥାନ୍ତି । ଗାଈ ମାନଙ୍କର ଦେଖାରେଖା କରିବା ପାଇଁ ଏଠାରେ ୧୫ ଜଣ ଗାୟଲଙ୍କୁ ନିଯୁକ୍ତ କରାଯାଇଛି।କିନ୍ତୁ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଏଠାକାର କୌଣସିଟି ଗାଈକୁ କିଣାଯାଇନଥାଏ । ରାସ୍ତା କଡରେ ବେସାହାରା ଭାବେ ପଡିଥିବା ଗାଈ ମାନଙ୍କୁ ହିଁ ଏଠାକୁ ଆଣି ସେମାନଙ୍କୁ ଆଶ୍ରୟ ଦିଆଯାଇଥାଏ। ରୋଗୀଣା ଭାବେ ପଡିଥିବା ବା ଦୁର୍ଘଟଣାରେ ଆହତ ହୋଇଥିବା ଗାଈ ମାନଙ୍କୁ ହିଁ ଏଠାକୁ ଆଣି ସେମାନଙ୍କର ଚିକିତ୍ସା କରାଯାଇଥାଏ । ଏଥିପାଇଁ ସରକାରଙ୍କ ତରଫରୁ ଜଣେ ପଶୁ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଆଉ ଏକ ବିଶେଷ କଥା ହେଉଛି ଏଠାରେ କୌଣସି ଗାଈଙ୍କୁ ବାନ୍ଧିକରି ରଖା ଯାଇନଥାଏ । ଏମାନଙ୍କୁ ଏଣେତେଣେ ବୁଲିବାକୁ ଛଡା ଯାଇଥାଏ।

 

ଏହା ସହ ପଢନ୍ତୁ:ଏ କେମିତିକା ଘର, ଯେଉଁଠି ବିଗତ ୫୦୦ ବର୍ଷ ହେବ ବଢ଼ିନି ଭଡ଼ା, ବର୍ଷକୁ ଦେବାକୁ ପଡ଼ିଥାଏ ମାତ୍ର ୭୦ ଟଙ୍କା

ଦିନକୁ ଦୁଇ ଥର ଏମାନଙ୍କୁ ବାଂସୁରୀ ଶୁଣାଯାଇଥାଏ । ସକାଳ ୬ଟାରୁ ୧୨ଟା ଓ ଦିନ ୩ଟା ରୁ ୯ଟା ଏହି ଦୁଇ ପର୍ଯ୍ୟାୟରେ ହିଁ ଏମାନଙ୍କୁ ବାଂସୁରୀ ଥେରାପି ଦିଆଯାଇଥାଏ। ସମିତି ର ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ବାଂସୁରୀ ଶବ୍ଦ ଶୁଣିବା କ୍ଷଣି ଗାଈ ମାନେ ଅତ୍ୟନ୍ତ ଉତ୍ଫୁଳିତ ହୋଇଯାନ୍ତି । ଖାଲି ସେତିକି ନୁହେ କିଛି ଗାଈ ନାଚିବାକୁ ମଧ୍ୟ ଲାଗିଥାନ୍ତି । ଏଠାରେ ଥିବା ରା଼ଧେୟ ନାମକ ଏକ ଗାଈ ବେଶୀ ଖୁସି ହୋଇଯାଇଥାଏ । ବାଂସୁରୀ ଥେରାପି ଦ୍ୱାରା ଗାଈ ମାନଙ୍କ ଠାରେ ଏକ ଅଦ୍ଭୁତ ପରିବର୍ତନ ମଧ୍ୟ ଲକ୍ଷ କରାଯାଇଛି । ଏହା ଦ୍ୱାରା ଗାଈମାନେ ଆଗ ଅପେକ୍ଷା ଅଧିକ ଖୁସିରେ ରହିବା ସହ ଅଧିକ ମାତ୍ରାରେ ଦୁଗ୍ଧ ଉତ୍ପାଦନ ମଧ୍ୟ କରିଥାନ୍ତି । ଗୋଶାଳା ମୁଖ୍ୟ ରାଜକୁମାର କହିଛନ୍ତି ଯେ ଏକଦା ଏକ ବୈଠକରେ ନିଷ୍ପତି ହୋଇଥିଲା କି ଗାଈମାନଙ୍କୁ ସଂଗୀତ ଚିକିତ୍ସା ଦିଆଯିବା ଉଚିତ । ତେଣୁ ସେହିଦିନ ବାଂସୁରୀ ଚିକିତ୍ସା ଦେବାର ନିଷ୍ପତି ହୋଇଥିଲା ।

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଭାବିତ ହୋଇ ହିଁ ଏପରି କରାଯାଇଥିଲା। କାରଣ ସେ ସମୟରେ ସେ ବାଂସୁରୀ ଦ୍ୱାରା ହିଁ ଗାଈ ମାନଙ୍କୁ ଏକାଠି କରି ପାରୁଥିଲେ । ଏହା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ଅଛି । କାଶ୍ମୀର ୟୁନିଭର୍ସିଟିର ଜଣେ କୃଷି ବୈଜ୍ଞାନିକ କହିଛନ୍ତି ଯେ ଗାଈ ଯଦି ଚାପରେ ରହିବେ ତେବେ ତାଙ୍କର ‘ଅକ୍ସିଟୋସିନ’ ନାମକ ହରମୋନ କ୍ଷରଣ ହୋଇନଥାଏ । ତେଣୁ ଗାଈ ମାନଙ୍କ ଶରୀରରେ ଅଧିକ ମାତ୍ରାରେ ଦୁଧ ଉତ୍ପନ୍ନ ହୋଇପାରିନଥାଏ । କିନ୍ତୁ ଆନନ୍ଦ ଦାୟକ ତଥା ଚାପ ଶୂନ୍ୟ ପରିବେଶରେ ରହିଲେ ଅକ୍ସିଟୋସିନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଯାହା କେବଳ ସଂଗୀତ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଫଳରେ ଗାଈ ମାନେ ଅଧିକ ମାତ୍ରାରେ ଦୁଧ ଦେଇ ପାରିଥାନ୍ତି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେଲେ ଗାଈ ମାନଙ୍କ ସ୍ୱଭାବରେ ମଧ୍ୟ ପରିବର୍ତନ ଆସିଥାଏ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଗୋଶାଳା ମାନେ ମଧ୍ୟ ଏହି ଚିକିତ୍ସା ଦ୍ୱାରା ପ୍ରଭାବିତ ହେବ ଉଚିତ ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

5 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

14 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

14 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

31 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

32 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

36 mins ago