ସ୍ପେଶାଲ

ଜୀବଜନ୍ତୁଙ୍କ ଭଳି ଚାଲିଥାନ୍ତି ଏହି ପରିବାରର ଲୋକ, ଚାଲିବା ପାଇଁ କେବଳ ଗୋଡ ନୁହେଁ ବ୍ୟବହାର କରନ୍ତି ହାତ

ଦୁନିଆରେ ଏମିତି କିଛି ଲୋକ ଏବଂ ପରିବାର ରହିଛି, ଯେଉଁମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଦେଇ ଗତି କରୁଛନ୍ତି। ନିଜ ପରିବାରକୁ ଚଳାଇବା ପାଇଁ କିଏ କେତେ ପ୍ରକାରର କାମ କରୁଛି। ଆଉ କିଏ କିଏ ଏମିତି କିଛି ସାମାଜିକ ଚଳଣୀ ଯୋଗୁଁ ମଧ୍ୟ ହଇରାଣ ହେଉଛି। ଏସବୁ ଭିତରେ ସମସ୍ତେ ନିଜ ନିଜ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏମିତି ଏକ ପରିବାର ତୁର୍କୀରେ ରହୁଛନ୍ତି, ଯେଉଁ ପରିବାରର ୪ ଜଣ ସଦସ୍ୟ ଜନ୍ତୁଙ୍କ ଭଳି ଚାରିଟି ଗୋଡରେ ଚାଲୁଛନ୍ତି। ୪ଟି ଗୋଡ ଅର୍ଥାତ୍‌ ଦୁଇଟି ହାତ ଓ ଦୁଇଟି ଗୋଡରେ ଏମାନେ ଜୀବଜନ୍ତୁଙ୍କ ଭଳି ଚାଲୁଛନ୍ତି। ଏହାର କାରଣ ଡାକ୍ତର କିମ୍ବା ବୈଜ୍ଞାନିକ କେହି ଜାଣିପାରୁନଥିଲେ।

ବୈଜ୍ଞାନିକ ଏହାକୁ ବ୍ୟାକଓ୍ଵାର୍ଡ ଇଭୋଲ୍ୟୁସନ ବୋଲି କହୁଛନ୍ତି। କିନ୍ତୁ ଏବେ ଏହାର କାରଣ କ’ଣ ଜଣାପଡିଛି। ଏହି ପରିବାର ତୁର୍କୀର ଏକ ଛୋଟ ଗାଁରେ ରହୁଛନ୍ତି।ଆଉ ଏମାନଙ୍କ ଦେଖି ଏପରି ଲାଗୁଛି ଯେପରି କି, ଏମାନେ ହଜାର ବର୍ଷର ମାନବ ସଭ୍ୟତାର ବିକାଶର କୌଣସି ପ୍ରଭାବ ପଡିନାହିଁ।

ଦ ସନ୍‌ରେ ପ୍ରକାଶିତ ପାଇଥିବା ରିପୋର୍ଟ ଅନୁସାରେ, ରୋସିଟ୍‌ ଏବଂ ହ୍ୟାଟିସ୍‌ ଉଲ୍ଲାସଙ୍କ ପରିବାର ଅନେକ ଦିନରୁ ଲୋକଙ୍କ ଦୃଷ୍ଟି ଆଢୁଆଳରୁ ଦୂରେଇ ରହୁଥିଲେ। ୨୦୦୫ରେ ବ୍ରିଟିଶ ବୈଜ୍ଞାନିକ ଜଣେ ତୁର୍କୀ ଫ୍ରଫେସରଙ୍କ ଅପ୍ରକାଶିତ ପେପର ଦେଖିବା ପରେ ତାଙ୍କ ହୋସ୍‌ ଉଡିଯାଇଥିଲା। ଏହି ପେପରରେ ବୈଜ୍ଞାନିକ ଉଲ୍ଲାସଙ୍କ ପରିବାର ବିଷୟରେ ଲେଖିଥିଲେ। ଯେଉଁମାନେ ହାତ ଏବଂ ଗୋଡର ସାହାରାରେ ଚାଲନ୍ତି ବୋଲି ଲେଖାଯାଇଥିଲା। ବ୍ରିଟିଶ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ଏହି ପରିବାରକୁ ୟୁନର ଟ୍ୟାନ ସିଣ୍ଡ୍ରୋମ ରହିଥିଲା, ଯେଉଁଥି ପାଇଁ ଏମାନେ ଗୋଡ ସହିତ ହାତକୁ ବ୍ୟବହାର କରି ଚାଲୁଥିଲେ।

ବ୍ୟାକ୍‌ଓ୍ଵାର୍ଡ ଇଭୋଲ୍ୟୁସନ ଆରମ୍ଭ ହେବା ପରେ ଏହି ରୋଗ ବିଷୟରେ ବୈଜ୍ଞାନିକମାନେ ଜାଣିବା ପରେ ପରିବାର ବିଷୟରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କଲେ। ତେବେ ବୈଜ୍ଞାନିକମାନେ ଏହି ପରିବାରର ସମସ୍ୟା ଜେନେଟିକ୍‌ ବୋଲି ଜାଣିବାକୁ ପାଇଥିଲେ। ପରିବାରର ଦୁଇ ଭାଇ ଓ ଭଉଣୀଙ୍କର ମାନସିକ ସମସ୍ୟା(କୋଜେନେଟିଲ ବ୍ରେନ ଇମ୍ପରେମେଣ୍ଟ ଏବଂ ସୋରିବେଲର ଏନକ୍ଟିସିଆ) ରହିଥିବା ଯୋଗୁଁ ଏମାନେ କେବଳ ଗୋଡରେ ଚାଲିବା ଅସମ୍ଭବ ହୋଇପଡୁଥିଲା। ତେଣୁ ଏମାନେ ଗୋଡ ସହିତ ହାତର ସାହାରା ନେଇ ଚାଲୁଥିଲେ।

ଏଯାଏ ୨୫ ଏବଂ ୪୧ ବର୍ଷ ହୋଇଥିବା ଭାଇ ଭଉଣୀ ସମଗ୍ର ଦୁନିଆର ଲୋକଙ୍କ ସାମ୍ନାକୁ ଆସିସାରିଛନ୍ତି। ଏମାନେ ହାତ ଗୋଡରେ କେତେ କେତେ କିଲୋମିଟର ବାଟ ଚାଲିପାରନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଏବଂ ଲୋକଙ୍କ କଥା ଶୁଣିବାକୁ ମିଳୁଥିଲା। ସାମାନ୍ୟ ଲୋକ ମଧ୍ୟ ତାଙ୍କୁ ଅଦ୍ଭୁତ ଭାବେ ଦେଖୁଥିଲେ। ଏହାଛଡା ଜୀବଜନ୍ତୁଙ୍କ ଭଳି ଚାରିଟି ଗୋଡରେ ଚାଲିବା ଯୋଗୁଁ ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଭୋଗିବାକୁ ପଡିଲା।

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

8 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

24 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

37 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

46 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

49 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago