ସ୍ପେଶାଲ

ସାବଧାନ୍ ବୁଲୁଛନ୍ତି ଜମି ଦଲାଲ୍, ମିଛ କାଗଜପତ୍ର ଦେଖାଇ ଟଙ୍କା ହଡପ କରି ମାରୁଛନ୍ତି ଛୁ

ଭୁବନେଶ୍ୱର (କେନ୍ୟୁଜ): ସାବଧାନ୍ ବୁଲୁଛନ୍ତି ଜମି ଦଲାଲ୍, ମିଛ କାଗଜପତ୍ର ଦେଖାଇ ଟଙ୍କା ହଡପ କରି ଛୁ ମାରୁଛନ୍ତି। ଏମିତି ଏକ ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାଶ୍। ଏହି ଘଟଣାରେ ରାଜଧାନୀ ଉପକଣ୍ଠରେ ଚନ୍ଦକା ଲାଣ୍ଡ ଫ୍ରଡରେ ଲେଡି ମାଷ୍ଟର ମାଇଣ୍ଡ ସହ ଆଉ ଜଣେ ଦଲାଲ ଗିରଫ ହୋଇଛନ୍ତି। ଗିରଫ ପରେ ସ୍ପେଶଲ୍ କ୍ରାଇମ୍ ୟୁନିଟ ପଦାକୁ ଆଣିଛି ଜମି ମାଫିଆଙ୍କ କେଳେଙ୍କାରୀ। ପଟା, ପାଉତି, ଖଜଣା ସବୁଥିରେ କରୁଛନ୍ତି ଜାଲିଆତି । ଜମି ମାଲିକଙ୍କ ନାରେ ହାଜର ହେଉଛନ୍ତି ଛଦ୍ମବେଶି ମହିଳା । ଏଥିରେ ସହାୟତା କରୁଛନ୍ତି ସବରେଜିଷ୍ଟର ଅଫିସ କର୍ମଚାରୀ । ରାଜଧାନୀରେ ନିଜର ଜୀବନ ଯାକର ସମ୍ପତି ଖଟାଇ ଘର କରିବା ସ୍ୱପ୍ନ ଚୂର୍ ମାର ହୋଇ ଯାଇଛି ଏହି ଦଲାଲ ଗୋଷ୍ଠୀ ଙ୍କ ପାଇଁ ।

କମଳା ସ୍ୱାଇଁ। ରାଜଧାନୀରେ ଘର ଖଣ୍ଡିଏ କରିବାର ସ୍ଵପ୍ନ ଦେଖିଥିଲେ । ସ୍ୱାମୀଙ୍କ ଅବସର ଓ ଦୁଇ ଝିଅଙ୍କୁ ବାହା କରିବା ପରେ କଷ୍ଟ ଅର୍ଜିତ ଧନ ସଞ୍ଚି ଚନ୍ଦକା ଅଞ୍ଚଳରେ କିଣିଥିଲେ ଗେଟେ ଜମି । ହେଲେ ଜମି ପୂଜା କରିବାକୁ ଯିବା ବେଳେ ଅଟକାଇଲେ ଭଡାଟିଆ ଗୁଣ୍ଡା । କହିଲେ, ଏ ଜମି ତୁମର ନୁହେଁ । କାରଣ ସଂଯୁକ୍ତା ପାଣିଗ୍ରାହୀଙ୍କ ନାଁରେ ମିଛ କାଗଜପତ୍ର କରି ୬୦ ଲକ୍ଷ ହଡପ କରିଥିଲେ ଚୌଦ୍ୱାର, କପାଳେଶ୍ୱରର ସୁଶୀଲା ପଟ୍ଟନାୟକ। ଦେଖିବାକୁ ବେଶ ସାଧସିଧା। ହେଲେ ସଂଯୁକ୍ତାଙ୍କ ନାରେ ସୁଶୀଳାଙ୍କୁ ଦେଖାଇ ହୋଇଥିଲା ଡିଲ୍।

ତେବେ ଏହି ଘଟଣାରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏହି ଛଦ୍ମବେଶି ମହିଳା ଓ ମହାକାଳେସ୍ଵରର ଅରୁପ ହାଲଦାରଙ୍କୁ ଗିରଫ କରିଛି। ପୂର୍ବରୁ ଗତ ୪ ତାରିଖରେ ପାଞ୍ଚ ଜଣକୁ ଗିରଫ କରାଯାଇଥିଲା। ଏହାକୁ ମିଶାଇ ଗିରଫ ସଂଖ୍ୟା ସାତରେ ପହଞ୍ଚିଛି। ଅଭିନବ ଉପାୟରେ ଜମି ଠକେଇର ଗୁମର ଖୋଲୁଛି SCU। ଦେଖନ୍ତୁ କିଭଳି ଭାବେ ନକଲି ପଟ୍ଟା, କାଗଜପତ୍ର କରି ଲୋକଙ୍କୁ ଚୁନା ଲଗାଉଥିଲେ। ଗ୍ୟାଙ୍ଗର ମୋଟ ୭ ଜଣଙ୍କୁ ଗିରଫ କରି ଲ୍ୟାଣ୍ଡ ଫ୍ରଡ଼ଙ୍କ ଭାଣ୍ଡାଫୋଡ କରିଛି ସ୍ପେଶାଲ କ୍ରାଇମ ୟୁନିଟ ।

ଗତ ସେପ୍ଟେମ୍ବର ୪ ତାରିଖରେ ୧୦୦ ଡ଼ିସିମିଲ ଜମିର କାଗଜପତ୍ର ନକଲ କରିବା କେସରେ ବିଶ୍ୱଜିତ ବେଉରା, ବିକାଶ ଚନ୍ଦ୍ର ପଣ୍ଡା, ସୀମାଞ୍ଚଳ ମହାନ୍ତି, ପ୍ରତାପ ମିଶ୍ର ଓ ଖଣ୍ଡଗିରି ସବରେଜିଷ୍ଟର ଅଫିସ ର ହେଡ କ୍ଲର୍କ ସଞ୍ଜୟ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଅନଲାଇନ ରେ ବିଜ୍ଞାପନ ଦେଇ ୬୦ ଲକ୍ଷ ଠକି ଥିଲେ। ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସରକାରୀ ଷ୍ଟାମ୍ପ, ସିଲ ଆଦି ଜବତ କରାଯାଇଥିଲା । ତେବେ ସବରେଜିଷ୍ଟର ଅଫିସ ର ଆଉ କିଏ ଏଥିରେ ସାମିଲ ଅଛନ୍ତି କି ସେନେଇ ଚାଲିଛି ଖୋଳତାଡ।

ସ୍ପେଶାଲ କ୍ରାଇମ ୟୁନିଟ ରାଜଧାନୀ ରେ ଜମି କିଣା ବିକା କରୁଥିବା ଲୋକଙ୍କୁ ସଚେତନ କରିଛି। କିଏ ଯଦି ଏପ୍ରକାର ଜମି ଠକେଇର ଶିକାର ହୋଇଛନ୍ତି ତେବେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି ।

 

Sonalisa

Recent Posts

ଟି୨୦ ବିଶ୍ୱକପ ୨୦୨୪: ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ISIS ଠାରୁ ମିଳିଥିଲା ଧମକ

ଆଜି ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପରସ୍ପର…

9 mins ago

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି କାର୍ତ୍ତିକ ପାଣ୍ଡିଆନ, ଭିଡିଓ ବାର୍ତ୍ତା ଜରିଆରେ କଲେ ଘୋଷଣା

ଭୁବନେଶ୍ବର: ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ । ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ…

12 mins ago

ଦୁଇ ବର୍ଷରୁ କମ୍ ପିଲାଙ୍କୁ ଲେମ୍ବୁ ପାଣି ଦେବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଗ୍ରୀଷ୍ମ ସମୟରେ ସବୁ ଲୋକ ଲେମ୍ବୁ ପାଣି ପିଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା କେବଳ ଶୋଷ…

23 mins ago

ଭୂତଳ ଜଳକୁ ପ୍ରଦୂଷିତ କରୁଛି ଡମ୍ପିଂ ୟାର୍ଡ଼, ଅସ୍ୱାସ୍ଥ୍ୟକର ପରିବେଶରେ ନିଶ୍ୱାସ ନେଇ ପାରୁନାହାଁନ୍ତି ଲୋକେ

ପୁରୀ: କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଯୋଗୁଁ ଭୂତଳ ଜଳ ପ୍ରଦୂଷିତ ହୋଇଛି । ପୁରୀ ବଳିଆପଣ୍ଡାଠାରେ ଏକ ବିଶାଳ…

26 mins ago

ହସ୍ପିଟାଲରୁ ନବଜାତକ ଚୋରି ଅଭିଯୋଗ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ସକାଳେ ପୁଣି ଏକ ନବଜାତକ…

28 mins ago

ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନ : ଭିଡିଓ ଭାଇରଲ

ଅଳ୍ପକେ ବର୍ତ୍ତିଲା ବଡ ବିମାନ ଦୁର୍ଘଟଣା । ବଞ୍ଚିଗଲେ ଅନେକ ଯାତ୍ରୀ । ନଚେତ କିଛି ସେକେଣ୍ଡରେ ଚାଲିଯାଇଥାନ୍ତା ଅନେକ…

36 mins ago