Categories: ସ୍ପେଶାଲ

ମୁସଲମାନ ଦେଶ ବାହାରିନ୍‌ରେ ରହିଛି ଦୁଇ ଶହ ବର୍ଷର ପୁରାତନ କୃଷ୍ଣ ମନ୍ଦିର, ପୁନଃନିର୍ମାଣ ପାଇଁ ମୋଦି ଦେଲେ ସହାୟତା ରାଶି

ସାରା ବିଶ୍ୱର ବିଭିନ୍ନ ଦେଶରେ ରହିଛନ୍ତି ହିନ୍ଦୁ ଧର୍ମର ଲୋକେ । ଆଉ ଅନେକ ଦେଶରେ ରହିଛି ହିନ୍ଦୁ ମନ୍ଦିର । ଭାରତ ଭଳି ପ୍ରତ୍ୟେକ ଦେଶ ଅବଶ୍ୟ ସବୁ ଧର୍ମକୁ ସହନଶୀଳତା ପ୍ରଦର୍ଶନ କରୁ ନାହାନ୍ତି । ତଥାପି ଅନେକ ରାଷ୍ଟ୍ରରେ ରହିଛି ହିନ୍ଦୁ ମନ୍ଦିର । ସେମାନଙ୍କୁ ମିଳିଛି ପୂଜାର୍ଚ୍ଚନା ଠାରୁ ଆରମ୍ଭ କରି ନିଜ ପରମ୍ପରା ପାଳନ କରିବାର ସ୍ୱାଧୀନତା । ଆଉ ଆଶ୍ଚର୍ଯ୍ୟ ଲାଗେ ବାହାରି ଭଳି ଏକ ମୁସଲମାନ୍‌ ବହୁଳ ଦେଶରେ ମଧ୍ୟ ହିନ୍ଦୁ ମନ୍ଦିର ସ୍ଥାପନ କରାଯାଇଛି ।

ଯେଉଁଠିକୁ ଦର୍ଶନ ପାଇଁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନିଆ ବାହାରିନ ଗସ୍ତରେ ଯାଇଥିବା ବେଳେ ବାହାରିନ ରାଜାଙ୍କ ସହ ସାକ୍ଷାତ କରିବା ସହ ସେଠାରେ ଥିବା ଦୁଇ ଶହ ବର୍ଷର ଏହି ପୁରାତନ ଶ୍ରୀନାଥଜୀ ଶ୍ରୀକୃଷ୍ଣ ମନ୍ଦିରର ବିଶେଷ ସମାରୋହରେ ଯୋଗ ଦେଇଛନ୍ତି। ଜନ୍ମାଷ୍ଟମୀ ଅବସରରେ ମୋଦି ମନ୍ଦିରକୁ ଯାଇ ଏହାର ପୁନଃନିର୍ମାଣ କରିବା ପାଇଁ ୪୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ବାହରିନ ଗସ୍ତ କରି ହିନ୍ଦୁ ମନ୍ଦିର ପାଇଁ ଏତେ ବଡ ରାଶି ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ଭାରତୀୟଙ୍କ ପାଇଁ ଗର୍ବର ବିଷୟ

ବାହାରିନର ରାଜଧାନୀ ମାନାମାରେ ସ୍ଥାପିତ ଶ୍ରୀନାଥଜୀଙ୍କ ଏହି ମନ୍ଦିର ୪୫,୦୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି। ଯେଉଁଠାରେ ତିନି ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯିବ । ନୂଆ ସ୍ଥାନରେ ଭକ୍ତମାନଙ୍କ ସୁବିଧା ପାଇଁ ୮୦ ପ୍ରତିଶତ ଅଧିକ ସ୍ଥାନ ରହିବ। ଏହି ମନ୍ଦିରରେ ପୂଜାରୀମାନଙ୍କ ପାଇଁ ବିଶେଷ ସୁବିଧା କରାଯାଇଥିବା ବେଳେ ହିନ୍ଦୁଙ୍କ ବିବାହ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏଠାରେ ହିନ୍ଦୁଙ୍କର ବିବାହ ଆୟୋଜନ ହେବା ଫଳରେ ବାହାରିନ ପର୍ଯ୍ୟଟନ ବିଗର ଦୃଷ୍ଟି ପଡ଼ିଥିଲା ଏହି ମନ୍ଦିର ଉପରେ । ଏବେ ଏହି ମିନ୍ଦରର ପୁନଃନିର୍ମାଣ ସମୟରେ ଏଠାରେ ଏକ ମ୍ୟୁଜିଅମ ଏବଂ ନଲେଜ ସେଣ୍ଟର ଖୋଲାଯିବ।

ମନ୍ଦିର ବିଷୟରେ କିଛି ତଥ୍ୟ:

୧୮୧୭ ମସିହାରେ ଥଟାଇ ଭାଟିଆ ହିନ୍ଦୁ କମ୍ୟୁନିଟି ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏପର୍ଯ୍ୟନ୍ତ ସେହିମାନେ ଏହାକୁ ପରିଚାଳନା କରୁଛନ୍ତି। ମନ୍ଦିରଟି ରାଜସ୍ଥାନର ଉଦୟପୁର ନିକଟରେ ଥିବା ନାଥଦ୍ୱାର ସ୍ଥିତ ଶ୍ରୀନାଥଜୀ ମନ୍ଦିରକୁ ଅନୁକରଣ କରି ନିର୍ମାଣ କରାଯାଇଛି।
ମନ୍ଦିରଟିର ଆକାର ରାଜସ୍ଥାନର ମେଓ୍ଵାର ଅଞ୍ଚଳରେ ଥିବା ପ୍ରାସାଦ ଭଳି ଦେଖାଯାଏ । ତେଣୁ ବାହାରିନର ଏହି ମନ୍ଦିରରେ ରାଜସ୍ଥାନର କଳାର ଝଲକ ସହ ମନ୍ଦିର କାନ୍ଥରେ ଭାରତର ପାରମ୍ପରିକ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ।

ସବୁ ହିନ୍ଦୁ ପର୍ବ ପାଳନ କରାଯାଏ

କୌଣସି ଉପସାଗରୀୟ ଦେଶରେ ହିନ୍ଦୁ ମନ୍ଦିର ଭାବେ ଏହି କୃଷ୍ଣ ମନ୍ଦିର ପ୍ରଥମ ଏବଂ ଅତି ପୁରାତନ ମନ୍ଦିର । ଯେଉଁଠାରେ ହିନ୍ଦୁ ଦେବାଦେବୀଙ୍କୁ ବର୍ଷ ବର୍ଷ ଧରି ପୂଜାର୍ଚନା କରାଯାଉଛି। ରାଜସ୍ଥାନ ଉଦୟପୁର ସ୍ଥିତ ନାଥଦ୍ୱାର ମନ୍ଦିରରେ ଯେଉଁ ରୀନତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ ଏଠାରେ ମଧ୍ୟ ତାହାକୁ ପାଳନ କରାଯାଏ ।

ଏଠାରେ ସନାତନ ଧର୍ମର ପୁଷ୍ଟିମାର୍ଗ ଅନୁଯାୟୀ ଜନ୍ମାଷ୍ଟମୀ ସମେତ ଅନ୍ୟ ସମସ୍ତ ହିନ୍ଦୁ ପର୍ବ ପାଳିତ ହୋଇ ଆସୁଛି । ଏହି ମିନ୍ଦିରକୁ ଏଠାକାର ରାଜା ତଥା ପ୍ରଶାସନର ପୂରା ସହଯୋଗ ଏବଂ ସମର୍ଥନ ରହିଛି ବୋଲି ମନ୍ଦିରର ପୂଜକ କୁହନ୍ତି । ଗତ ଜନ୍ମାଷ୍ଟମୀ ପାଳନ ବେଳେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ଥିଲେ । ଏଥିରେ କେବଳ ହିନ୍ଦୁ ନଥିଲେ ବିଦେଶୀ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁ ମଧ୍ୟ ଯୋଗ ଦେଇଥିଲେ ।

Swagatika

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

5 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

59 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago