Categories: ସ୍ପେଶାଲ

ଅଜବ ଲାଗୁ ଥିଲେ ବି ସତ : ନିଜ ଭାଇଙ୍କୁ ବିବାହ କଲେ ଦୁଇ ଉଭଣୀ , ଜାଣନ୍ତୁ ଘଟଣା ପଛର ପ୍ରକୃତ କାହାଣୀ

କରାଚୀ : ବିବାହ ଏକ ପବିତ୍ର ବନ୍ଧନ । ବିବାହକୁ ନେଇ ସବୁ ପୁରୁଷ ଏବଂ ନାରୀ ଦେଖିଥାନ୍ତି ଅସୁମାରି ସ୍ବପ୍ନ । ନିଜ ଜୀବନସାଥୀ କିପରି ହେବ ଏବଂ ତାକୁ ନେଇ କେମିତି ସଂସାର କରିବେ ସେଥିପାଇଁ ପରିବାର ଲୋକେ ମଧ୍ୟ ଏକ ଅକୁହା ଆଶା ନେଇ ଗୋଟେ ପର ଝିଅକୁ ନିଜର ବୋହୂ କରି ଆଣିଥାନ୍ତି । ଏବଂ ନିଜ ଘରଦ୍ବାର, ପରିବାର ଛାଡି ଗୋଟେ ଝିଅ ନିଜର କରିଥାଏ ଗୋଟେ ଅଜଣା ପରିବାରକୁ । ତେବେ ଏତେ କଥା କହିବାର କାରଣ, ଏମିତି ଏକ ବିବାହ ସାମ୍ନାକୁ ଆସିଛି, ଯାହା ଏହି ଅଜବ ଗଜବ ଘଟଣାରେ ଆଉ ଏକ ଫର୍ଦ୍ଦ ଯୋଡିଦେଇଛି ।

ଏହି ବିବାହରେ ଝିଅ ବି ନିଜ ଘରର ଆଉ ପୁଅବି । କଥାଟା ଅଜବ ଲାଗୁଛି ନା? ଆଜ୍ଞା ହଁ ପାକିସ୍ତାନର ଜଣେ ବ୍ୟକ୍ତି ନିଜ ଦାଦା ଝିଅ ଭଉଣୀଙ୍କୁ ବିବାହ କରିଛନ୍ତି । ଏହା ସହଜରେ ହଜମ ହୋଇଯାଇପାରେ ହେଲେ ଏଠାରେ ଏକ ଟ୍ୟୁଷ୍ଟ ରହିଛି । ବ୍ୟକ୍ତି ଜଣଙ୍କ ନିଜ ଦାଦାଙ୍କ ଦୁଇ ଝିଅ ଅର୍ଥାତ୍ ଦୁଇ ଭଉଣୀଙ୍କୁ ବିବାହ କରିଛନ୍ତି । ଯାହା ପୁଣି ସାରା ପରିବାର ଅନୁମତିରେ । ତେବେ ଏହି ପାକିସ୍ତାନୀ ଯୁବକଙ୍କ ନାଁ ଅଜହର ହାଇଦରୀ। ଅଜହର ବର ବେଶରେ ଦୁମଧାମ୍ ରେ ଆସି ନିଜ ଦୁଇ ଉଭଣୀଙ୍କୁ ପତ୍ନି ଭାବେ ସ୍ବୀକାର କରିଛନ୍ତି । ନିଜ ବଡବାପାଙ୍କ ପୁଅଙ୍କ ସହିତ ବିବାହ କରି ଦୁଇ ଉଭଣୀ ମଧ୍ୟ ବେଶ୍ ଖୁସୀ ଅଛନ୍ତି ।

କଣ ସେହି ପ୍ରକୃତ ଘଟଣା:

ଏହି ପାକିସ୍ତାନୀ ଯୁବକ ଅଜହର ହାଇଦରୀଙ୍କୁ ପିଲାଦିନେ ତାଙ୍କର ଜଣେ ଦାଦା ଝିଅଙ୍କ ସହିତ ପରିବାର ଲୋକେ ନିର୍ବନ୍ଧ କରିଦେଇଥିଲେ। କିନ୍ତୁ ଅଜହର ଯେତେବେଳେ ବଡ଼ ହେଲେ ତାଙ୍କୁ ଦାଦାଙ୍କ ଅନ୍ୟ ଜଣେ ଝିଅଙ୍କ ସହ ପ୍ରେମ ହୋଇଯାଇଥିଲା। ଯାହାଫଳରେ ସେ ଏହି ନିଷ୍ପତ୍ତି ନେଇଥିଲେ ଯେ, ଦାଦାଙ୍କ ଦୁଇ ଝିଅଙ୍କୁ ସେ ବିବାହ କରିବେ। ଘର ଲୋକମାନେ ମଧ୍ୟ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରିଥିଲେ।

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

6 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago