Below header

ଅଜବ ଲାଗୁ ଥିଲେ ବି ସତ : ନିଜ ଭାଇଙ୍କୁ ବିବାହ କଲେ ଦୁଇ ଉଭଣୀ , ଜାଣନ୍ତୁ ଘଟଣା ପଛର ପ୍ରକୃତ କାହାଣୀ

କରାଚୀ : ବିବାହ ଏକ ପବିତ୍ର ବନ୍ଧନ । ବିବାହକୁ ନେଇ ସବୁ ପୁରୁଷ ଏବଂ ନାରୀ ଦେଖିଥାନ୍ତି ଅସୁମାରି ସ୍ବପ୍ନ । ନିଜ ଜୀବନସାଥୀ କିପରି ହେବ ଏବଂ ତାକୁ ନେଇ କେମିତି ସଂସାର କରିବେ ସେଥିପାଇଁ ପରିବାର ଲୋକେ ମଧ୍ୟ ଏକ ଅକୁହା ଆଶା ନେଇ ଗୋଟେ ପର ଝିଅକୁ ନିଜର ବୋହୂ କରି ଆଣିଥାନ୍ତି । ଏବଂ ନିଜ ଘରଦ୍ବାର, ପରିବାର ଛାଡି ଗୋଟେ ଝିଅ ନିଜର କରିଥାଏ ଗୋଟେ ଅଜଣା ପରିବାରକୁ । ତେବେ ଏତେ କଥା କହିବାର କାରଣ, ଏମିତି ଏକ ବିବାହ ସାମ୍ନାକୁ ଆସିଛି, ଯାହା ଏହି ଅଜବ ଗଜବ ଘଟଣାରେ ଆଉ ଏକ ଫର୍ଦ୍ଦ ଯୋଡିଦେଇଛି ।

m2ଏହି ବିବାହରେ ଝିଅ ବି ନିଜ ଘରର ଆଉ ପୁଅବି । କଥାଟା ଅଜବ ଲାଗୁଛି ନା? ଆଜ୍ଞା ହଁ ପାକିସ୍ତାନର ଜଣେ ବ୍ୟକ୍ତି ନିଜ ଦାଦା ଝିଅ ଭଉଣୀଙ୍କୁ ବିବାହ କରିଛନ୍ତି । ଏହା ସହଜରେ ହଜମ ହୋଇଯାଇପାରେ ହେଲେ ଏଠାରେ ଏକ ଟ୍ୟୁଷ୍ଟ ରହିଛି । ବ୍ୟକ୍ତି ଜଣଙ୍କ ନିଜ ଦାଦାଙ୍କ ଦୁଇ ଝିଅ ଅର୍ଥାତ୍ ଦୁଇ ଭଉଣୀଙ୍କୁ ବିବାହ କରିଛନ୍ତି । ଯାହା ପୁଣି ସାରା ପରିବାର ଅନୁମତିରେ । ତେବେ ଏହି ପାକିସ୍ତାନୀ ଯୁବକଙ୍କ ନାଁ ଅଜହର ହାଇଦରୀ। ଅଜହର ବର ବେଶରେ ଦୁମଧାମ୍ ରେ ଆସି ନିଜ ଦୁଇ ଉଭଣୀଙ୍କୁ ପତ୍ନି ଭାବେ ସ୍ବୀକାର କରିଛନ୍ତି । ନିଜ ବଡବାପାଙ୍କ ପୁଅଙ୍କ ସହିତ ବିବାହ କରି ଦୁଇ ଉଭଣୀ ମଧ୍ୟ ବେଶ୍ ଖୁସୀ ଅଛନ୍ତି ।

କଣ ସେହି ପ୍ରକୃତ ଘଟଣା:

ddଏହି ପାକିସ୍ତାନୀ ଯୁବକ ଅଜହର ହାଇଦରୀଙ୍କୁ ପିଲାଦିନେ ତାଙ୍କର ଜଣେ ଦାଦା ଝିଅଙ୍କ ସହିତ ପରିବାର ଲୋକେ ନିର୍ବନ୍ଧ କରିଦେଇଥିଲେ। କିନ୍ତୁ ଅଜହର ଯେତେବେଳେ ବଡ଼ ହେଲେ ତାଙ୍କୁ ଦାଦାଙ୍କ ଅନ୍ୟ ଜଣେ ଝିଅଙ୍କ ସହ ପ୍ରେମ ହୋଇଯାଇଥିଲା। ଯାହାଫଳରେ ସେ ଏହି ନିଷ୍ପତ୍ତି ନେଇଥିଲେ ଯେ, ଦାଦାଙ୍କ ଦୁଇ ଝିଅଙ୍କୁ ସେ ବିବାହ କରିବେ। ଘର ଲୋକମାନେ ମଧ୍ୟ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.