Below header

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର(କେନ୍ୟୁଜ୍) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ଭିତରକନିକା ମଧ୍ୟରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା। ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବଢିଛି। ଗତ ବର୍ଷ ୧୬୯୮ଟି ବଉଳା କୁମ୍ଭୀର ଥିବାବେଳେ ଏବର୍ଷ ଏହା ୧୭୪୨କୁ ବୃଦ୍ଧି ପାଇଛି। ନଦୀନାଳରେ କୁମ୍ଭୀର ଗଣନା କରାଯାଉଥିବାରୁ ପର୍ଯ୍ୟଟକ ଓ ବୋଟ ଚଳାଚଳ ଦ୍ୱାରା ଗଣାନାରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଭିତରକନିକା ବନ୍ଦ ରଖାଯାଇଥିଲା। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.