ସ୍ପେଶାଲ

ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ନିଆରା କଳାକୃତି: ହାତୀ ପେଟରେ ୩୦ ହଜାରରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବୋତଲ

ବ୍ରହ୍ମପୁର(କେନ୍ୟୁଜ୍): ହାତୀ ପେଟରେ ୩୦ ହଜାରରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବୋତଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଆଇଟିଆଇ ପରିସରରେ । ଆଇଟିଆଇର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏହି ହାତୀଟିକୁ ନିର୍ମାଣ କରିଛନ୍ତି । ଗତ ଏକ ମାସ ଧରି ସହରର ବିଭିନ୍ନ ସ୍ଥାନରୁ ପ୍ରା଼ୟ ୩୦ ହଜାରରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଥିଲେ । ଏହାପରେ ଅଦରକାରୀ ଲୁହାରେ ଏକ ୨୩ ଫୁଟ ଉଚ୍ଚତାର ହାତୀ ନିର୍ମାଣ କରିଛନ୍ତି । ଏହି ହତୀ ମଧ୍ୟରେ ସଂଗୃହିତ ହୋଇଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବୋତଲ ଭର୍ତ୍ତି କରିଛନ୍ତି ଛାତ୍ରଛାତ୍ରୀ ।

ଦୀର୍ଘ ଏକ ମାସ ହେଲା ଏଭଳି ବୋତଲ ସଂଗ୍ରହ କରିବା ପରେ ବର୍ତ୍ତମାନ ହାତୀର ଶରୀର ମଧ୍ୟରେ ପ୍ଲାଷ୍ଟିକ ବୋତଲ ରଖିଛନ୍ତି । ଏହି ପ୍ଲାଷ୍ଟିକ ବୋତଲ ରଖିବା କାର୍ଯ୍ୟ ଶେଷ ହେବା ପରେ ଏହାକୁ ରଙ୍ଗ ଦିଆଯାଇ ଆଲୋକମାଳାରେ ସୁସଜ୍ଜିତ କରାଯିବା । ଏଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ଲାଷ୍ଟିକ ବୋତଲ ଦ୍ବାରା ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ସଚେତନତା କ୍ଷେତ୍ରରେ ଏହା ବେଶ କାମ କରିବ । ଏହି ହାତୀଟିକୁ ନିର୍ମାଣ କରି ବେଶ ଖୁସି ଥିବା କହିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ ।

ଗତ ଏକ ମାସ ହେଲା ଏହି ହାତୀ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଗତକାଲି ସନ୍ଧ୍ୟା ସୁଦ୍ଧା ଶେଷ ହୋଇଛି । ବିଶେଷ କରି ଲୋକେ ପ୍ଲାଷ୍ଟିକ ପାଣି ବୋତଲରେ ପାଣି ପିଇବା ପରେ ତାହାକୁ ଏଣେତେଣେ ଫୋପାଡ଼ି ଦେଇଥାନ୍ତି । ଆଉ ଏହି ପ୍ଲାଷ୍ଟିକ ବୋତଲ ଗୁଡ଼ିକ ବର୍ଷ ପାଣି ଓ ଖରାରେ ପଡ଼ି ପଡ଼ି ମାଟିରେ ମିଶିନଥାଏ । ଯାହାଫଳରେ ପରିବେଶକୁ ପ୍ରଦୂଷଣ କରିବାରେ ଏହା କାମ କରିଥାଏ । ଏନେଇ ଲୋକେ ଅବଗତ ଥିଲେ ସୁଦ୍ଧା ପ୍ଲାଷ୍ଟିକ ବୋତଲର ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି । ତେଣୁ ଏଭଳି ପ୍ଲାଷ୍ଟିକ ବୋତଲର କିଭଳି ବ୍ୟବହାର କମ ହୋଇପାରିବ ସେହି ଉଦେଶ୍ୟରେ ହାତୀଟିକୁ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ଆଇଟିଆଇର ଶିକ୍ଷକ ।

ପୂର୍ବରୁ ଆଇଟିଆଇ ଛାତ୍ରଛାତ୍ରୀ ମାନେ ଅଦରକାରୀ ଲୁହାରେ ଅନେକ ସାମଗ୍ରୀ ନିର୍ମାଣ କରିଥିଲେ । କିନ୍ତୁ ଏଭଳି ପରିବେଶକୁ ସୁସ୍ଥ ରଖିବା ଭଳି ସଚେତନର ବାର୍ତ୍ତା ଦେଉଥିବା କଳାକୃତି ପ୍ରଥମ ଥର ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ ମାନେ । ଏହା କରିବା ଫଳରେ କେବଳ ଯେ ଲୋକେ ସଚେତନ ହେବେ ତାହା ନୁହେଁ ବରଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିଛି ନୂଆ କରିବାର ଉପାୟ ଆସିବ । ଯାହାକି ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ପାଠପଢ଼ା ଶେଷ କରିବା ପରେ ଅଦରକାରୀ ସାମଗ୍ରୀରେ କିଭଳି ଭାବେ କିଛି ନୂଆ ନୂଆ କଳାକୃତି କରିପାରିବେ ସେ ନେଇ ଅଭିଜ୍ଞତା ରହିପାରିବ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏହି ନିଆରା କଳାକୃତିକୁ ଲୋକେ ନିଶ୍ଚିତ ଭାବେ ପସନ୍ଦ କରିବା ସହିତ ସଚେତନ ମଧ୍ୟ ହେବେ ବୋଲି କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ।

ସ୍ଵଚ୍ଛତା ହିଁ ସେବା ଅଭିଯାନରେ ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏହି ନିଆରା କଳାକୃତି ସମସ୍ତଙ୍କ ମନ ଜିତିଛି । ତେବେ ଏମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅନେକ କଳାକୃତି ପୂର୍ବରୁ ବିଭିନ୍ନ ରେକର୍ଡ଼ରେ ସାମିଲ ହୋଇଥିବା ବେଳେ ଏହି ନିଆରା ହାତୀ କଳାକୃତି ମଧ୍ୟ କିଛି ରେକର୍ଡ଼ରେ ସାମିଲ ହେବ ବୋଲି ଆଶା ରଖାଯାଇଛି।

 

 

Sonalisa

Recent Posts

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

1 min ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

8 mins ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

21 mins ago

ବିଦ୍ୟାଳୟରେ ଚାଲିଛି ନିମ୍ନ ମାନର କାମ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

କାମାକ୍ଷାନଗର(କେନ୍ୟୁଜ): କେନ୍ଦ୍ର ସରକାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ନିମନ୍ତେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ଏଥିପାଇଁ…

21 mins ago

ନିର୍ବାଚନ କମିଶନଙ୍କ ଘୋଷଣା: ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ, ଜୁଲାଇ ୧୦ରେ ଭୋଟ

ନିର୍ବାଚନ କମିଶନ ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ…

28 mins ago

କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ୩ ସାଂସଦଙ୍କୁ ନବୀନ ଜଣାଇଲେ ଶୁଭେଚ୍ଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ନବୀନଙ୍କ ଶୁଭେଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ । ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବା ୩ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

36 mins ago