ସ୍ପେଶାଲ

ମାଙ୍କଡ଼ କୁକୁରର ଦୋସ୍ତି, ଭାଇରାଲ୍ ହେଉଛି ସୋର ଷ୍ଟେସନର ଏହି ଭିଡିଓ

ସୋର(କେନ୍ୟୁଜ):  ମାଙ୍କଡ଼ କୁକୁରର ଦୋସ୍ତି । ଏମିତି ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳେ । ଆଉ ଦୁଇ ଶତ୍ରୁ ଯେତେବେଳେ ମିତ୍ର ହୋଇଯାଆନ୍ତି ଏମିତି ଚର୍ଚ୍ଚା ହେବାଟା ତ ସ୍ୱଭାବିକ । ତେବେ କୁହାଯାଏ ସମାଜର ଶ୍ରେଷ୍ଠ ପ୍ରାଣୀ ମଣିଷ ହେଲେ ମଣିଷ ମଣିଷ ମଧ୍ୟରେ ଏବେ ଆଉ ରହୁନାହିଁ ମଣିଷପଣିଆ କି ଭଲପାଇବା । କଥା କଥାରେ ବଢୁଛି ହିଂସା ଆଉ କ୍ରୁରତା । ମଣିଷ ସ୍ୱାର୍ଥପର ହୋଇ ଏବେ ଅର୍ଥ ପାଇଁ ଅନ୍ଧ ହୋଇଯାଇଛି । ନିଜର ଲୋକଙ୍କୁ ବି ଭୁଲିଯାଉଛି । ତେଣୁ ମାନବିକତାକୁ ଭୁଲି ଅମଣିଷ ପାଲଟିଯାଉଛି । ସବୁଠି ଚାଲିଛି ଖାଲି ସ୍ୱାର୍ଥର ହିସାବ । କହିବାକୁ ଗଲେ ଦୟା, କ୍ଷମା, ସାହାଯ୍ୟ, ସହାନୁଭୂତି, ଭଲପାଇବା ଠାରୁ ଦୂରେଇ ଯାଇ ମଣିଷ ଦିନକୁ ଦିନ ଯେମିତି ପଶୁ ପାଲଟି ଯାଇଛି ।

ଆଉ ଏପଟେ ଯେଉଁ ପଶୁ ଦିନେ ପରସ୍ପରକୁ ଦେଖିଲେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇପଡିଥାନ୍ତି , କିନ୍ତୁ ସେ ସମୟ ଆଜି ପରିବର୍ତନ ହୋଇଯାଇଛି । ସେହି ପଶୁ ପଶୁ ମାନଙ୍କ ମଧ୍ୟରେ ଗଡି ଉଠିଛି ଭଲ ପାଇବା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋର ଷ୍ଟେସନରେ । ଏ ହୃଦୟସ୍ପର୍ଶୀ ଦୃଶ୍ୟରେ ଦେଖିବାକୁ ମିଳିଛି କି, ମାଙ୍କଡ଼ ଓ କୁକୁର ଆନନ୍ଦର ସହ ଖେଳୁଛନ୍ତି । ମାଙ୍କଡ ଓ କୁକୁର ହେଉଛନ୍ତି ଶତ୍ରୁ । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ମାଙ୍କଡ଼କୁ କୁକୁର ଦେଖିଲେ ଜମା ବି ସହି ପାରେନି । କିନ୍ତୁ ଏ ଦୁହିଁଙ୍କ ସ୍ନେହ ଓ ଭଲ ପାଇବା ଦେଖିଲେ ଲାଗୁନି ଏମାନେ ପରସ୍ପରର ଶତ୍ରୁ ହୋଇଥିବେ ଵୋଲି । ଏ କୁକୁର ଓ ମାଙ୍କଡ଼ ଖେଳୁଥିବାର ଦୃଶ୍ୟ ସତରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଉଭୟ ଭିନ୍ନ ଜାତିର ହୋଇଥିଲେ ସୁଦ୍ଧା ଉଭୟଙ୍କ ଭିତରେ ଅନାବିଳ ଭଲପାଇବା ।

ଏ ଦୃଶ୍ୟରେ ମାଙ୍କଡ଼ଟି ଏକ ବିସ୍କୁଟ ଧରିଥିବା ଆପଣ ମାନେ ଦେଖି ପାରୁଥିବେ। କୁକୁରଟି ମାଙ୍କଡ଼ ଠାରୁ ବିସ୍କୁଟକୁ ଛଡ଼ାଇବାରେ ଲାଗି ପଡ଼ିଛି। କିନ୍ତୁ ଖାଦ୍ୟ ପାଇଁ ଝଗଡା କରୁ ନାହାନ୍ତି ଏମାନେ। ଉଭୟ କୁକୁର ଓ ମାଙ୍କଡ଼ ଖୁସିରେ ଖେଳୁଛନ୍ତି। ଏହି ଦୃଶ୍ୟକୁ ଯାତ୍ରୀମାନେ ନିଜ ମୋବାଇଲରେ କଏଦ କରିଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ମାଙ୍କଡ଼ ଓ କୁକୁର ଖେଳୁଥିବାର ଏ ଦୃଶ୍ୟ ସୋର ଷ୍ଟେସନରେ ଦେଖିବାକୁ ମିଳିଥିଲା।

ଲୋକମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥିବା ସମୟରେ ସୋର ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଏହି ମାଙ୍କଡ଼ ଓ କୁକୁର ଖେଳୁଥିଲେ । ଲୋକମାନେ ଏ ସୁନ୍ଦର ଦୃଶ୍ୟର ଭିଡିଓ କରିବାରେ ଲାଗି ପଡ଼ିଥିଲେ । ଦିନକୁ ଦିନ ମଣିଷ ବନ୍ଧୁତ୍ୱର ସମ୍ପର୍କକୁ ଭୁଲି ଯାଉଛି । କିନ୍ତୁ ଏ ଜୀବଜନ୍ତୁଙ୍କ ମଧ୍ୟରେ ଯେଉଁ ଭଲ ପାଇବା ଦେଖିବାକୁ ମିଳିଛି ତାହା ସତରେ ହୃଦୟସ୍ପର୍ଶୀ । ଆଜିର ଏ ମଣିଷ ପଶୁ ମାନଙ୍କ ଠାରୁ ଭଲ ପାଇବା ଶିଖିବା ଦରକାର ।

 

Sonalisa

Recent Posts

ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ପରେ ନାଚିଲେ ଅନୁଷ୍କା, ଭିଡିଓ ଭାଇରଲ

ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚକୁ ଭାରତ ମାତ୍ର ୬ ରନରେ ଜିତିଯାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ…

1 min ago

ଶସ୍ତା ହେଲା ଆଇଫୋନ୍ 15, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କି? ବିଜୟ ସେଲ୍ସରେ ଜୁନ୍ ୮ ରୁ ଆପଲ୍ ଡେ ସେଲ୍‌ ଆରମ୍ଭ ହୋଇଛି…

6 mins ago

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

36 mins ago

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ୧୭ ଜୁନ୍‌ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀରେ ୩୦୦୦…

42 mins ago

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ…

55 mins ago

Vi ଦେଉଛି ବଢ଼ିଆ ଡିଲ୍‌, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା…

1 hour ago