ସ୍ପେଶାଲ

୨୫ ଲକ୍ଷ ଟଙ୍କାର ଚାକିରି ଛାଡି ଆପଣାଇଲେ ଏହି ଟିପ୍ସ, ଗୋଟିଏ ବର୍ଷରେ କ୍ଲିୟର କଲେ UPSC

IAS ହେବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ପାଇଁ ଅପରାଜିତ ଆପଣେଇଥିବା ଏହି ଟିପ୍ସଗୁଡିକ ବହୁତ ଉପଯୋଗୀ ହୋଇପାରେ । ଯଦି ଆପଣଙ୍କୁ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଅଛି ତାହେଲେ ଏହି ଯୁବକଙ୍କ ଫର୍ମୁଲା ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ ।

ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାରେ ହିସାରର ସେକ୍ଟର -14ରେ ବାସ କରୁଥିବା ଅପରାଜିତ 174 ର‍୍ୟାଙ୍କ ହାସିଲ କରିଛନ୍ତି । ତେବେ ସବୁଠାରୁ ଖାସ କଥା ହେଉଛି ସେ ନିଜର ପ୍ରଥମ ଚେଷ୍ଟାରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରାଜିତ କହିଛନ୍ତି ଯେ ସେ ହରିୟାଣା କ୍ୟାଡରରେ ଯୋଗଦେବାକୁ ଚାହୁଁଛନ୍ତି ।

ଅପରାଜିତଙ୍କ କହିବା ଅନୁଯାୟୀ ସେ 2012 ରେ CBSEରୁ ଦଶମ ଏବଂ 2014ରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ । ଦ୍ୱାଦଶରେ ସେ 92 ପ୍ରତିଶତ ନମ୍ବର ରଖିଥିଲେ । ଏହା ପରେ ସେ ଆଇଆଇଟି ମୁମ୍ବାଇରୁ ମେକାନିକାଲ୍ ଇଞ୍ଜିନିୟରିଂ କରିଥିଲେ । ଯଦିଓ ଏଠାରୁ ପାସ୍ କରିବା ପରେ, ସେ ଏକ କମ୍ପାନୀରୁ 25 ଲକ୍ଷ ଟଙ୍କା ପ୍ୟାକେଜ୍ ଅଫର ପାଇଥିଲେ, କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା UPSC ପାସ୍ କରିବା, ତେଣୁ ସେ ସେହି ପ୍ୟାକେଜ୍ ଛାଡିଦେଇଥିଲେ ।

ଅପରାଜିତଙ୍କ ଅନୁଯାୟୀ, ସେ ଗୋଟିଏ ବର୍ଷ ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହି ସମୟରେ ସେ ଅନଲାଇନ୍ କୋଚିଂ ନେଇଥିଲେ। ପ୍ରତିଦିନ ସେ ସାତ-ଆଠ ଘଣ୍ଟା ପାଠ ପଢୁଥିଲେ । ଗୋଟିଏ ଦିନ ସେ 5 ଘଣ୍ଟା ପଢିଲେ ତା ପରଦିନକୁ ସେ 2-3 ଘଣ୍ଟା ଅଧିକ ପଢ଼ିଥାନ୍ତି । ଏହାବ୍ୟତୀତ ସେ ଏକ ବର୍ଷ ପାଇଁ ସୋସିଆଲ ମିଡିଆ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଥିଲେ ।

ନିଜ ମସ୍ତିଷ୍କକୁ ଆରାମ ଦେବା ପାଇଁ ସେ ଚଳଚ୍ଚିତ୍ର ଦେଖୁଥିଲେ ନଚେତ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିଲେ । ବର୍ତ୍ତମାନ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ପରାମର୍ଶ ଦେବାକୁ ଚାହାଁନ୍ତି ଯେ “ଭୁଲିଯାଆନ୍ତୁ UPSC ପାସ୍ କରିବାକୁ ଚାରି ରୁ ପାଞ୍ଚ ବର୍ଷ ଲାଗେ । ଯଦି ଆପଣ ଏହାକୁ ଗମ୍ଭୀରତାର ସହ ନେବେ ତାହେଲେ ଆପଣ ପ୍ରଥମ ଥର ମଧ୍ୟ ଆପଣ ଏହି ପରୀକ୍ଷାରେ ପାସ୍ କରିପାରିବେ ।

KNews Bureau

Recent Posts

ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ,…

1 min ago

ନିଖୋଜ ବାପାକୁ ଖୋଜି ଖୋଜି ନୟାନ୍ତ ପୁଅ

କାକଟପୁର(କେନ୍ୟୁଜ): ମଣିଷ ଏକ ସାମାଜିକ ପ୍ରାଣୀ ,ସାମାଜିକ ଚଳଣି ମଧ୍ୟରେ ବାପ ,ମା ,ପୁଅ ,ସ୍ତ୍ରୀ ,ସ୍ବାମୀ ,ଭାଇ ,ଭଉଣୀ…

2 mins ago

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ତାରିଖ, ୧୦ ନୁହେଁ ୧୨ରେ ହେବ ସମାରୋହ

ଭୁବନେଶ୍ୱର (କେନ୍ୟୁଜ): ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ…

14 mins ago

ଏମିତି ଏକ ଗାଁ, ଯେଉଁଠାରେ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସବୁ ଅନ୍ଧ

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ମଣିଷକୁ କିଛି ବି ଜଣାନଥାଏ । ଏଭଳି ସ୍ଥାନମାନଙ୍କରେ ବହୁତ…

14 mins ago

ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ, ପ୍ରେସମିଟ କରି କଲେ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ଡ. ଅଚ୍ୟୁତ ସାମନ୍ତ ।  କିଟ୍ , କିସ୍ ପ୍ରତିଷ୍ଠାତା ତଥା…

34 mins ago

ଅଧରାତିରେ ଥରିଲା ରାଜସ୍ଥାନ, ସିକରରେ ୩.୯ ତୀବ୍ରତାର ଭୂକମ୍ପ ଝଟକା

ରାଜସ୍ଥାନ ସିକରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୯ ରହିଛି । ଚଳିତବର୍ଷରେ ରାଜସ୍ଥାନ ସିକରରେ…

36 mins ago