ସ୍ପେଶାଲ

ଅଦରକାରୀ କାଠକୁ ଜୀବନ ଦାନ ଦେଉଛନ୍ତି ରାମଚନ୍ଦ୍ର, ତିଆରି କରୁଛନ୍ତି ବିଭିନ୍ନ ମୂର୍ତ୍ତି

ଯାଜପୁର ଟାଉନ୍ : ସେ ଏକାଧାରାରେ ଜଣେ କବି,ଗାଳ୍ପକି,ସାହିତ୍ୟିକ ଏବଂ କାଠ ଶିଳ୍ପୀ । ସରକାରୀ ଚାକିରିରୁ ଅବସର ନେବା ପରେ ସେ ନିଜର ବୃତିକୁ ଛାଡି ଏବେ ପ୍ରବୃତିକୁ ଜାରି ରଖିଛନ୍ତି । ଏ ହେଉଛି ଯାଜପୁର ଦଶରଥପୁର ଗାଁର ଏମିତି ଏକ କାରୀଗରଙ୍କ କଥା ଯାହାଙ୍କୁ ଜିଲ୍ଲା ଓ ରାଜ୍ୟ ବାହାରେ ମିଳିଛି ଅନେକ ପ୍ରଶଂସା ଓ ସମ୍ମାନ । ଅଦରକାରୀ କାଠ ସଂଗ୍ରହ କରି ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ସେ।

ଯାଜପୁର ଦଶରଥପୁର ଗାଁର ରାମଚନ୍ଦ୍ର ଦାସ । ସରକାରୀ ଜୀବନରୁ ଅବସର ନେବା ପରେ ଏବେ ସଂପୁର୍ଣ୍ଣ ଘରେ ରହି ସାହିତ୍ୟ ରଚନା କରିବା ସହିତ ଅଦରକାରୀ କାଠରେ ବିଭିନ୍ନ କଳାକୃତ ନିର୍ମାଣ କରିବାରେ ଲାଗିଛନ୍ତି । ପୂର୍ବରୁ ରାମଚନ୍ଦ୍ର ବିଭିନ୍ନ କବିତା,ଗଳ୍ପ ଆଦି ରଚନା କରି ବେଶ ପ୍ରଶଂସା ସାଉଁଟିଥିଲେ । ଏବେ କିନ୍ତୁ ବାଉଁଶ ଓ କାଠ ସାହାଯ୍ୟରେ ବିିିଭିନ୍ନ ଜୀବନ କଳାକୃତି ନିର୍ମାଣ କରୁଛନ୍ତି । ଯାହାକୁ ଦେଖିଲେ ଯେ କେହି ଘଡିଏ ଅଟକିଯିବ ସେହି ଜୀବନ୍ତ ମୂର୍ତ୍ତି ପାଖରେ । ଗୋଟିଏ ଗୋଟିଏ ମୂର୍ତ୍ତି ପାଇଁ ଘଂଟା ଘଂଟା ଅକ୍ଳାନ୍ତ ପରିଶ୍ରମ କରନ୍ତି ରାମଚନ୍ଦ୍ର । ରାମଚନ୍ଦ୍ରଙ୍କ ଏପରି ନିଶାକୁ ପରିବାର ଲୋକେ ସହଯୋଗ ମଧ୍ୟ କରନ୍ତି ।

ତାଙ୍କ ଦ୍ୱାରା ରଚିତ ଅନେକ ସାହିତ୍ୟ ସଂକଳନ ପାଠକଙ୍କ ବେଶ ପସନ୍ଦ ହୋଇପାରିଛି । ସେଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ସେପଟେ ତାଙ୍କ ହାତ ତିଆରି ବିଭିନ୍ନ ବାଉଁଶ ଓ କାଠ ଦ୍ୱାରା କଳାକୃତି ନେବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ଗ୍ରାହକ । କିନ୍ତୁ ପରିଶ୍ରମ ଅନୁଯାୟୀ ମିଳେ ନାହିଁ ପାରିଶ୍ରମିକ । ତଥାପି ଏହି କଳା ପ୍ରତି ଥବିା ତାଙ୍କର ଆଗ୍ରହ ଆଗକୁ ଯିବାକୁ ପ୍ରୋତ୍ସାହିତ କରେ । ତେବେ ରାମଚନ୍ଦ୍ରଙ୍କ ଏହି ସ୍ୱତନ୍ତ୍ର କଳା ପ୍ରତି ପ୍ରଶାସନ କିମ୍ବା ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହାକୁ ଆଗକୁ ଯାଇପାରବି ବୋଲି ମତପ୍ରକାଶ ପାଇଛି ।

ଯାଜପୁର ଟାଉନ୍ ରୁ ଦେବାଶିଷ ସାହୁ, କେନ୍ୟୁଜ୍

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago