Below header

ଅଦରକାରୀ କାଠକୁ ଜୀବନ ଦାନ ଦେଉଛନ୍ତି ରାମଚନ୍ଦ୍ର, ତିଆରି କରୁଛନ୍ତି ବିଭିନ୍ନ ମୂର୍ତ୍ତି

ଯାଜପୁର ଟାଉନ୍ : ସେ ଏକାଧାରାରେ ଜଣେ କବି,ଗାଳ୍ପକି,ସାହିତ୍ୟିକ ଏବଂ କାଠ ଶିଳ୍ପୀ । ସରକାରୀ ଚାକିରିରୁ ଅବସର ନେବା ପରେ ସେ ନିଜର ବୃତିକୁ ଛାଡି ଏବେ ପ୍ରବୃତିକୁ ଜାରି ରଖିଛନ୍ତି । ଏ ହେଉଛି ଯାଜପୁର ଦଶରଥପୁର ଗାଁର ଏମିତି ଏକ କାରୀଗରଙ୍କ କଥା ଯାହାଙ୍କୁ ଜିଲ୍ଲା ଓ ରାଜ୍ୟ ବାହାରେ ମିଳିଛି ଅନେକ ପ୍ରଶଂସା ଓ ସମ୍ମାନ । ଅଦରକାରୀ କାଠ ସଂଗ୍ରହ କରି ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ସେ।

woodଯାଜପୁର ଦଶରଥପୁର ଗାଁର ରାମଚନ୍ଦ୍ର ଦାସ । ସରକାରୀ ଜୀବନରୁ ଅବସର ନେବା ପରେ ଏବେ ସଂପୁର୍ଣ୍ଣ ଘରେ ରହି ସାହିତ୍ୟ ରଚନା କରିବା ସହିତ ଅଦରକାରୀ କାଠରେ ବିଭିନ୍ନ କଳାକୃତ ନିର୍ମାଣ କରିବାରେ ଲାଗିଛନ୍ତି । ପୂର୍ବରୁ ରାମଚନ୍ଦ୍ର ବିଭିନ୍ନ କବିତା,ଗଳ୍ପ ଆଦି ରଚନା କରି ବେଶ ପ୍ରଶଂସା ସାଉଁଟିଥିଲେ । ଏବେ କିନ୍ତୁ ବାଉଁଶ ଓ କାଠ ସାହାଯ୍ୟରେ ବିିିଭିନ୍ନ ଜୀବନ କଳାକୃତି ନିର୍ମାଣ କରୁଛନ୍ତି । ଯାହାକୁ ଦେଖିଲେ ଯେ କେହି ଘଡିଏ ଅଟକିଯିବ ସେହି ଜୀବନ୍ତ ମୂର୍ତ୍ତି ପାଖରେ । ଗୋଟିଏ ଗୋଟିଏ ମୂର୍ତ୍ତି ପାଇଁ ଘଂଟା ଘଂଟା ଅକ୍ଳାନ୍ତ ପରିଶ୍ରମ କରନ୍ତି ରାମଚନ୍ଦ୍ର । ରାମଚନ୍ଦ୍ରଙ୍କ ଏପରି ନିଶାକୁ ପରିବାର ଲୋକେ ସହଯୋଗ ମଧ୍ୟ କରନ୍ତି ।

artistତାଙ୍କ ଦ୍ୱାରା ରଚିତ ଅନେକ ସାହିତ୍ୟ ସଂକଳନ ପାଠକଙ୍କ ବେଶ ପସନ୍ଦ ହୋଇପାରିଛି । ସେଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ସେପଟେ ତାଙ୍କ ହାତ ତିଆରି ବିଭିନ୍ନ ବାଉଁଶ ଓ କାଠ ଦ୍ୱାରା କଳାକୃତି ନେବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ଗ୍ରାହକ । କିନ୍ତୁ ପରିଶ୍ରମ ଅନୁଯାୟୀ ମିଳେ ନାହିଁ ପାରିଶ୍ରମିକ । ତଥାପି ଏହି କଳା ପ୍ରତି ଥବିା ତାଙ୍କର ଆଗ୍ରହ ଆଗକୁ ଯିବାକୁ ପ୍ରୋତ୍ସାହିତ କରେ । ତେବେ ରାମଚନ୍ଦ୍ରଙ୍କ ଏହି ସ୍ୱତନ୍ତ୍ର କଳା ପ୍ରତି ପ୍ରଶାସନ କିମ୍ବା ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହାକୁ ଆଗକୁ ଯାଇପାରବି ବୋଲି ମତପ୍ରକାଶ ପାଇଛି ।

ଯାଜପୁର ଟାଉନ୍ ରୁ ଦେବାଶିଷ ସାହୁ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.