ଆପଣଙ୍କ ଫେସବୁକ୍‌ରେ ରହିଛି ସିକ୍ରେଟ ଇନବକ୍ସ, ଏମିତି ପଢନ୍ତୁ ଲୁଚିଥିବା ମେସେଜ

ଯଦି ଆପଣ ଅନେକ ଦିନରୁ ଫେସବୁକ୍‌ ବ୍ୟବହାର କରୁଛନ୍ତି ତେବେ ଆପଣ ହିଡେନ ଇନବକ୍ସରେ ଆସିଥିବା ମେସେଜ ଏପର୍ଯ୍ୟନ୍ତ ପଢିନଥିବେ ନିଶ୍ଚିତ। କାରଣ ଫେସବୁକ୍‌ ମେସେଞ୍ଜରରେ ଏହି ଇନବକ୍ସକୁ ସହଜରେ ଆକ୍ସେସ କରିବା ସହଜ ନୁହେଁ। ଆପଣ କେବଳ ଫେସବୁକ୍‌ ପ୍ରେଣ୍ଡଙ୍କ ମେସେଜକୁ ଦେଖିପାରିବେ। ଏହି ମେସେଜ ସେହିମାନେ ଆପଣଙ୍କ କରିଥାନ୍ତି, ଯେଉଁମାନେ ଆପଣଙ୍କ ସାଙ୍ଗ ନଥାନ୍ତି।

facebook

ଏମାନଙ୍କ ମେସେଜ ଦେଖିବା ପାଇଁ ଆପଣ ‘ମେସେଜ ରିକ୍ୱେଷ୍ଟ’କୁ ଯାଆନ୍ତି। କିନ୍ତୁ କୌଣସି କାରଣରୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏମିତି ମେସେଜ ଆସିଲେ କୌଣସି ନୋଟିଫିକେସନ ଆସେନାହିଁ। ଏହାଛଡା ମେସେଜ ଆସିଲେ ମଧ୍ୟ ଡିଫଲ୍ଟ ଇନବକ୍ସରେ ଦେଖାଏନାହିଁ। ଏଥିପାଇଁ ଏହାସ୍ଥାନରେ ଅଜଣା ମେସେଜ ‘ମେସେଜ ରିକ୍ୱେଷ୍ଟ’ ଫୋଲଡରକୁ ଚାଲିଯାଏ। ଏହାକୁ ପଢିବା ଫୋନରେ ମେସେଞ୍ଜର ଆପକୁ ଓପନ କରିବାକୁ ହେବ।

message

ଏହାକୁ ଓପନ କରିବା ପରେ ସବୁଠାରୁ ଉପରେ ସେକ୍ସନରେ ଏକ ଛୋଟ ସ୍ପିଚ ବବଲ ଆଇକନ ଦେଖିବାକୁ ମିଳିବ, ଯାହାଉପରେ ତିନିଟି ଡଟ୍‌ ରହିଥିବ । ଏହା ହିଁ ଆପଣଙ୍କ ମେସେଜ ରିକ୍ୱେଷ୍ଟ ଫୋଲଡର। ଏହା ଉପରେ ଟ୍ୟାପ କରିବା ପରେ ଆପଣ ଲୁଚିକି ଥିବା ମେସେଜକୁ ଦେଖିପାରିବେ। ସବୁଠାରୁ ଖାସ୍‌ କଥା ଯେ, ଆପଣ ମେସେଜ ପଢିଛନ୍ତି କି ଦେଖିଛନ୍ତି କି ନାହିଁ ତାହା ମେସେଜ ପଢିଥିବା ୟୁଜର୍ସ ଜାଣିପାରନ୍ତି ନାହିଁ। ଆପଣଙ୍କ ଇଚ୍ଛା ହେଲେ ମେସେଜ ପଢି ରିପ୍ଲାଇ ଦେବାକୁ ଇଚ୍ଛା ନଥିଲେ ଦେବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.