ଘରେ ବସି ଏହି ଉପାୟରେ ଜାଣନ୍ତୁ ଆପଣଙ୍କ ଆକାଉଣ୍ଟକୁ Jan Dhan Account, PM Kisan Yojna, LPG Subsidy ଟଙ୍କା ଆସିଛି ନା ନାହିଁ
କେନ୍ଦ୍ର ସରକାର ଦ୍ୱାରା ଜନ ଧନ ଆକାଉଣ୍ଟ, ପିଏମ କିସାନ ଯୋଜନା, ଉଜ୍ୱଳା ଯୋଜନାରେ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି। ଜନଧନ ଖାତାରେ ମାସକୁ ୫୦୦ ଟଙ୍କା ସରକାର ଜମା କରୁଥିବାବେଳେ ଉଜ୍ୱଳା ଯୋଜନା ଅନୁଯାୟୀ ଏଲପିଜି ସିଲିଣ୍ଡର ପାଇଁ କ୍ୟାସ୍ ଆମାଉଣ୍ଟ ଜମା କରାଯାଉଛି। ଏହାସହିତ ମଧ୍ୟ ଅଗଷ୍ଟ ମାସରେ କିସାନ ଯୋଜନାରେ ଦ୍ୱିତୀୟ କିସ୍ତି ଜମା କରାଯିବ। ସେହିପରି ଟଙ୍କା ଆସିବା ପରେ ଲୋକମାନେ ବ୍ୟାଙ୍କ୍ ଯାଇ ଟଙ୍କା ଉଠାଇନେଉଛନ୍ତି, ଆଉ କିଛି ଲୋକ ତ ଉଠାଇନାହାନ୍ତି ଏବଂ ଆଉ କିଛି ଲୋକ ତ ବିଲକୁଲ ଜାଣି ହିଁ ନାହାନ୍ତି ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ନା ନାହିଁ।
ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ଏହି ଯୋଜନା ଅନୁଯାୟୀ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଆସିଥିବା ଟଙ୍କା ଚେକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ଉପାୟକୁ ଫଲୋ କରିବାକୁ ପଡିବ। କେବଳ ଏତିକି ନୁହେଁ ଆପଣ ଗୋଟିଏ ମିସଡ୍ କଲ ଦ୍ୱାରା ମଧ୍ୟ ବାଲାଜନ୍ସ ଚେକ୍ କରିପାରିବେ।
ଉଜ୍ୱଳା ଯୋଜନରେ ଏଲପିଜି ସିଲିଣ୍ଡର ସବିସିଡି
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅନୁଯାୟୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ମହିଳାଙ୍କୁ ତିନି ମାସ ପଯ୍ୟର୍ନ୍ତ ମାଗଣା ଏଲପିଜି ସିଲିଣ୍ଡର ଦେବା ପାଇଁ ଘୋଷଣା କରିଥିଲେ। ଯାହାର ଆରମ୍ଭ ଏପ୍ରିଲରୁ ହିଁ ହୋଇଯାଇଛି। କିନ୍ତୁ ଜୁନ୍ ମାସ ପାଇଁ ନିୟମରେ ପରିବର୍ତ୍ତନ ହୋଇଛି ଏବଂ ଏହା ପୂର୍ବରୁ ଆପଣଙ୍କୁ ସିଲିଣ୍ଡର କିଣିବାକୁ ହେବ ଏବଂ ତାପରେ ଯାଇ ସବସିଡି ମିଳିବ। ଯଦି ଆପଣ ଏହି ଯୋଜନା ଅନୁଯାୟୀ ସିଲିଣ୍ଡର ନେଇସାରିଛନ୍ତି ତେବେ ଆପଣଙ୍କ ବ୍ୟାଙ୍କ୍ ଖାତାରେ ସବସିଡି ରାଶି ଆସିସାରିଥିବ।
ଜନଧନ ଆକାଉଣ୍ଟ
କେନ୍ଦ୍ର ସରକାର ଜନଧନ ଯୋଜନାର ଲାଭାର୍ଥୀଙ୍କ ଖାତାରେ ୫୦୦ ଟଙ୍କା କିସ୍ତି ଜମା କରିଛନ୍ତି ଆଉ ଏବେ ଜୁଲାଇ ମାସର ବାରି ରହିଛି।
ଅନଲାଇନରେ ଏପରି କକରନ୍ତୁ ଖାତାରେ ଟଙ୍କା ଆସିଛି ନା ନାହିଁ
-ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ https://pfms.nic.in/NewDefaultHome.aspxରେ କ୍ଲିକ କରି Public Financial Management System PFMSକୁ ଯିବାକୁ ହେବ।
-ଏଠାରେ ଆପଣଙ୍କୁ Know Your Paymentsର ବିକଳ୍ପ ଉପରେ କ୍ଲିକ କରିବାକୁ ହେବ।
-ଏହା ଖୋଲିବାରେ ସାମାନ୍ୟ ସମସ୍ୟା ହୋଇପାରେ କିନ୍ତୁ ଏହା ଖୋଲିବା ପରେ ହିଁ ଆପଣଙ୍କୁ ବ୍ୟାଙ୍କର ନାମ ଦେବାକୁ ହେବ।
-ଏହାପରେ ଏଥିରେ ନିଜର ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଦିଅନ୍ତୁ।
-ଏହାକୁ କନଫର୍ମ କରିବା ପାଇଁ ଆପଣଙ୍କୁ ପୁଣିଥରେ ଆକାଉଣ୍ଟ ନମ୍ବର ଦେବାକୁ ହେବ।
-ଏହାପରେ ଆପଣଙ୍କୁ ତଳେ ଦିଆଯାଇଥିବା କାପ୍ଚା କୋଡ ଦେବାକୁ ହେବ।
-ଏହାକୁ ଦେବା ପରେ ଏଠାରେ ଦେଖାଯାଉଥିବା ସର୍ଚ୍ଚ ବଟନ ଉପରେ କ୍ଲିକ କରନ୍ତୁ।
-କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ବ୍ୟାଙ୍କ୍ ସମ୍ବନ୍ଧୀୟ ଜଡିତ ବିବରଣୀ ଆସିଯିବ। ଯେଉଁଥିରେ ସମସ୍ତ ସୂଚନା ରହିଥିବ ଯେ କେଉଁଠୁ ଟଙ୍କା ଆସିଛି।
ବ୍ୟାଙ୍କରେ ମିସଡ୍ କଲ ପାଇଁ ଜାଣନ୍ତୁ ନମ୍ବର ଲିଷ୍ଟ
ଆପଣ SBI, Punjab Nationla Bank PNB, Indian Bank, Bank of India, HDFC, Axis Bank ଏବଂ ICICI ବ୍ୟାଙ୍କରେ ନିଜର ଜନଧନ ଖାତାର ଟଙ୍କା ମଧ୍ୟ କେବଳ ଗୋଟିଏ ମିସ୍ କଲ କରି ଜାଣିପାରିବେ। ଏଇଠି ରହିଛି ସମସ୍ତ ବ୍ୟାଙ୍କର ନମ୍ବର।
SBI
ଷ୍ଟେଟ ବ୍ୟାଙ୍କ ଗ୍ରାହକ ଦୁଇଟି ନମ୍ବରରେ ମିସ୍ କଲ କରି ଜାଣିପାରିବେ। ଗୋଟିଏ ହେଉଛି 18004253800 ଏବଂ ଅନ୍ୟଟି ହେଉଛି 1800112211। ଏହାପରେ ଏହି ଦୁଇଟି ନମ୍ବର ମଧ୍ୟରୁ ଗୋଟିଏକୁ କଲ କରି ସେଠାରେ ନିଜ ଭାଷା ଚୟନ କରନ୍ତୁ। ଏହାପରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଦିଆଯାଇଥିବା ବିକଳ୍ପକୁ ଚୟନ କରନ୍ତୁ। ଏହାପରେ ବ୍ୟାଙ୍କ ଖାତାରେ ଥିବା ଜମା ରାଶି ଆପଣଙ୍କ ଫୋନ ନମ୍ବରରେ ଆସିଯିବ।
Bank of India ପାଇଁ ନମ୍ବର 09015135135
HDFC ପାଇଁ ନମ୍ବର 18002703333
Axis Bank ପାଇଁ ନମ୍ବର 18004195959
ICICI Bank ପାଇଁ ନମ୍ବର 9594612612
PNB ପାଇଁ ନମ୍ବର 18001802223 ଏବଂ 01202303090
Indian Bank ପାଇଁ ନମ୍ବର 180042500000