Below header

କରୋନା କାଳରେ ଏମିତି ହେବ କପଲ୍‌ଙ୍କ ମଧ୍ୟରେ ରୋମାନ୍ସ, ଫଟୋ ସେୟାର କରି ଜଣାଇଲେ ଅପାରଶକ୍ତି

କରୋନା ମହାମାରୀ ସମୟରେ କେମିତି କରିବେ ରୋମାନ୍ସ। କ’ଣ ସାମାଜିକ ଦୂରତ୍ୱ ରଖି ଭଲପାଇବା ସମ୍ଭବ ହୋଇପାରିବ ? ଏମିତି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ରହିଛି। କିନ୍ତୁ କରୋନା କାଳରେ କିପରି ରୋମାନ୍ସ କରିବେ ସେ ବିଷୟରେ ଅଭିନେତା ଅପରାଶକ୍ତି ଖୁରାନା ଫଟୋ ସେୟାର କରି ଜଣାଇଛନ୍ତି।

କରୋନା କାଳରେ ଫିଲ୍ମ ‘ହେଲମେଟ୍’ର ମେକର୍ସ ଦ୍ୱାରା ପ୍ରେମର ନୂଆ ଉପାୟ ପ୍ରସ୍ତୁତ କରାଯାଇଛି । ଫିଲ୍ମ ‘ହେଲମେଟ୍’ରେ କରୋନା ସମୟର ଡର ସହିତ ପ୍ରେମର ବଦଳିଥିବା ରୂପ ଦର୍ଶାଯାଇଛି । ଫଟୋରେ ଅପାରଶକ୍ତି ଖୁରାନା ଓ ପ୍ରନୁତମ ବହଲ ଏକାଠି ନଜର ଆସୁଛନ୍ତି । ସେମାନେ ନିଜ ମୁହଁକୁ ଫେସ୍ ସିଲ୍ଡରେ ଢାଙ୍କିଛନ୍ତି ।

shkatii

ଆଗକୁ ବଲିଉଡ ଫିଲ୍ମରେ ହେବାକୁ ଥିବା ରୋମାଣ୍ଟିକ୍ ସର୍ଟ କିସ୍ କେଉଁ ଭଳି ହେବ । ଏହାର ଅନୁମାନ ଏହି ଫଟୋ ଦେଖି ଲଗାଯାଇପାରେ । କରୋନା କାଳରେ ଆକ୍ଟର୍ସ ଯେଉଁଭଳି ପ୍ରୋଟେକ୍ସନ ସହିତ ସୁଟିଂ କରୁଛନ୍ତି ଏହାର ଦୃଶ୍ୟ ମଧ୍ୟ ଏହି ଫଟୋରେ ନଜର ଆସୁଛି । ଫିଲ୍ମ ‘ହେଲମେଟ୍’ରେ ଅପାରଶକ୍ତି ଖୁରାନା, ପ୍ରନୁତନ ବହଲ, ଆଶିଷ ବର୍ମା ଓ ଅଭିଷେକ ବାନାର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ସତରାମ ରମାନୀ ନିର୍ଦ୍ଦେଶନା ଦେଇଛନ୍ତି । ଡିନୋ ମୋରିଆ ପ୍ରଡକ୍ସନ ଓ ସୋନି ପିକ୍ଚର୍ସ ଦ୍ୱାରା ଏହି ଫିଲ୍ମକୁ ନିର୍ମାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.