ସ୍ପେଶାଲ

ନବରାତ୍ରି ବେଳେ ନିଶ୍ଚୟ କରନ୍ତୁ ଏହି ୫ଟି କାମ: ଖୁସି ହେବେ ମା’ ଦୁର୍ଗା, କେବେ ବି ଦେଖା ଦେବନି ଅର୍ଥାଭାବ

ଚଳିତବର୍ଷ ୮ ଦିନ ପଡ଼ୁଛି ଶାରଦୀୟ ନବରାତ୍ରି। ମା’ଙ୍କ ପୂଜା ଏଥରକ ୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବର ଯାଏଁ ଚାଲିବ। ଏହି ଦିନଗୁଡ଼ିକରେ ଭକ୍ତ ମା’ଙ୍କୁ ପୂଜା କରିବା ପାଇଁ ବ୍ରତ, ଉପବାସ ଆଦି ରଖିବେ। ଏ ଅବସରରେ ଶ୍ରଦ୍ଧାଳୁ ଦେବୀ ମା’ଙ୍କୁ ଭୋଗ ଲଗାଇ ସୁଖ ସମୃଦ୍ଧି କାମନା କରିବେ। ଜ୍ୟୋତିଷଙ୍କ ମତରେ ନବରାତ୍ର ବେଳେ ଯଦି କେତେକ ସହଜ ବାସ୍ତୁ ନିୟମ ପାଳନ କରାଯାଏ, ତେବେ ଘରୁ ନକାରାତ୍ମକ ଉର୍ଜା ବ୍ୟତୀତ ଜୀବନରେ ଆସିବାକୁ ଥିବା ବାଧା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ କେଉଁ କାର୍ଯ୍ୟ କଲେ ଘରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସିଥାଏ…

ଘରର ମୁଖ୍ୟ ଦ୍ୱାରରେ ବନାନ୍ତୁ ସ୍ୱସ୍ତିକ୍‌:

ନବରାତ୍ରିରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ନିଶ୍ଚୟ ବନାନ୍ତୁ। ଏମିତି କଲେ ଘରକୁ ଖୁସି ଆସେ ଓ ଜୀବନରେ ଆସିବାକୁ ଥିବା ସମସ୍ୟା ମଧ୍ୟ ଦୂର ହୁଏ। କେବଳ ଏତିକି ନୁହେଁ ଘରେ ସ୍ୱସ୍ତିକ ଚିହ୍ନ ଦ୍ୱାରା ନକାରାତ୍ମକ ଉର୍ଜା ମଧ୍ୟ ଦୂରେଇ ଯାଇଥାଏ।

ଆମ୍ବ ଓ ଅଶୋକ ପତ୍ରର ତୋରଣ ବାନ୍ଧନ୍ତୁ:

ନବରାତ୍ରିରେ ସୁଖ ଓ ସମୃଦ୍ଧି ପାଇଁ ମୁଖ୍ୟ ଦ୍ୱାରରେ ଆମ୍ବ ଓ ଅଶୋକ ପତ୍ରର ତୋରଣ ବାନ୍ଧନ୍ତୁ। ଏଭଳି କଲେ ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବ।

ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ:

ନବରାତ୍ରି ବେଳେ ଦୁର୍ଗା ମା’ ପୃଥିବୀପୃଷ୍ଠକୁ ଅବତରଣ କରିଥାନ୍ତି। ଏଣୁ ଏହି ସମୟରେ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ। ସବୁବେଳେ ସଫାସୁତୁରା ରହୁଥିବା ବ୍ୟକ୍ତିଙ୍କ ଉପରେ ମା’ ଦୁର୍ଗା ଖୁସି ହୋଇଥାନ୍ତି ଓ ସେମାନଙ୍କ ଦୁଃଖ ଲାଘବ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ତୁଳସୀ ଗଛ ଲଗାନ୍ତୁ:

ନବରାତ୍ର ବେଳେ ଘର ଅଗଣାରେ ତୁଳସୀ ଗଛ ଲଗାଇବା ବେଶ୍‌ ଶୁଭ ହୋଇଥାଏ। ତେବେ ଧ୍ୟାନ ରଖିବେ ତୁଳସୀ ଗଛ ସବୁବେଳେ ଘରର ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ଲଗାଇବା ଉଚିତ୍‌। ଏହି କୋଣରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରକୁ ରୋଗ ଓ ସଙ୍କଟ ଆସିନଥାଏ। ଫଳରେ ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ଲାଗି ରହେ।

ଅଖଣ୍ଡ ଜ୍ୟୋତି ଜଳାନ୍ତୁ:

ନବରାତ୍ର ବେଳେ ଘରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳିତ କରିବା ଦ୍ୱାରା ସୁଖ ସୌଭାଗ୍ୟ ବୃଦ୍ଧି ହୁଏ। ଏଣୁ ଏହି ସମୟରେ ନିଶ୍ଚିତ ଭାବେ ଅଖଣ୍ଡ ଜ୍ୟୋତି ଜଳାନ୍ତୁ। ତେବେ ଧ୍ୟାନ ରଖିବେ ଅଖଣ୍ଡ ଜ୍ୟୋତିକୁ କେବେ ବି ସିଧାସଳଖ ଭୂଇଁରେ ରଖନ୍ତୁ ନାହିଁ। ମାତାଙ୍କ ଜ୍ୟୋତିକୁ କାଠର ପଟି କିମ୍ବା ଆସନ ବିଛାଇ ରଖନ୍ତୁ। ଏମିତି କଲେ ମା’ ପ୍ରସନ୍ନ ହେବେ।

WCW 11

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

20 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

47 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

48 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago