ଦେଶ ବିଦେଶ

ଜମ୍ମୁ ଓ କଶ୍ମୀରରେ ସୁରକ୍ଷିତ ନୁହଁନ୍ତି ସାଧାରଣ ନାଗରିକ, ହତ୍ୟା ପରେ ୫୭୦ଜଣ ଅଟକ

ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ କରାଯିବାରୁ ଅସାମାଜିକ ତତ୍ତ୍ୱଙ୍କ ଉପରେ ନିରାପତ୍ତା ବଳ ବ୍ୟାପକ ଚଢ଼ାଉ ଆରମ୍ଭ କରିଛି । ସପ୍ତାହକ ମଧ୍ୟରେ କଶ୍ମୀର ଉପତ୍ୟକାରେ ୭ ଜଣ ସାଧାରଣ ନାଗରିକ ନିହତ ହେବା ପରେ ଶ୍ରୀନଗରରେ ପ୍ରାୟ ୭୦ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଆକ୍ରମଣ ପରେ ଏବେ ଭାରତୀୟ ସେନା ଆକ୍ସନ ମୋଡକୁ ଆସିଛି। ଘାଟିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି।

ଶ୍ରୀନଗରରେ ପ୍ରାୟ ୭୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ଏହାକୁ ମିଶାଇ ସମଗ୍ର କଶ୍ମୀରରେ ମୋଟ ୫୭୦ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏମାନନଙ୍କ ମଧ୍ୟରେ ଥିବା କେତେକ ପଥର ଫିଙ୍ଗାଳି ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ପଚରାଉଚରା କରୁଛି। ସେହିପରି, ଆତଙ୍କବାଦୀ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିରୋଧରେ ଚଳାଇଥିବା ଚଢ଼ାଉ ଅଭିଯାନର ଅଂଶବିଶେଷ ଭାବେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ମଧ୍ୟ ଜମ୍ମୁ ଓ କଶ୍ମୀରର ୧୪ଟି ସ୍ଥାନରେ ଚଢ଼ାଉ କରିଛି ।

ଗତ ପାଞ୍ଚ ଦିନ ମଧ୍ୟରେ କଶ୍ମୀର ଉପତ୍ୟକାରେ ନିହତ ହୋଇଥିବା ୬ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର । ସେହିଭଳି, ପରିସଂଖ୍ୟାନ ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୨୧ରେ ଏପର୍ଯ୍ୟନ୍ତ ନିହତ ହୋଇଥିବା ୨୮ଜଣ ସାଧାରଣ ନାଗରିକମାନଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସ୍ଥାନୀୟ ହିନ୍ଦୁ କିଂବା ଶିଖ୍‌ ସମ୍ପ୍ରଦାୟର ଏବଂ ଅନ୍ୟ ୨ଜଣ ଅଣ-ଆଞ୍ଚଳିକ ଶ୍ରମିକ।

Barsha

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 min ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

14 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

15 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago