ସ୍ପେଶାଲ

ମହଙ୍ଗା ମାଡ଼ରେ ଦରମରା ସାଧାରଣ ନାଗରିକ, ହେଲେ ଉପାୟଶୂନ୍ୟ

ଯୁଗରେ ପରିବର୍ତ୍ତନ ଆସିଲେ ଲୋକଙ୍କ ରହଣୀ ସହଣୀରେ ବି ପରିବର୍ତ୍ତନ ଆସେ । ସେହିଭଳି ଆପଣଙ୍କ ଜୀବନ ସହ ଜୀବିକା ଆଉ ଅର୍ଥ ଉପାର୍ଜାନର ବାଟ ବି ବଦଳିଯାଏ । କିନ୍ତୁ ବର୍ତ୍ତମାନ ଘଣ୍ଟାକଣ୍ଟା ଯେମିତି ଓଲଟା ଚାଲିଛି । ଆୟ ଠାରୁ ବଢିଗଲାଣି ବ୍ୟୟ । ଆଉ ଏହି ପ୍ରକ୍ରିୟା ଭିତରେ ଆୟର କଣ୍ଟା ସ୍ଥିର ଥାଇ ବ୍ୟୟର କଣ୍ଟା ଯଦି ଗତି ବଢାଉଛି ତେବେ ଅସ୍ଥିରତା ତ ନିଶ୍ଚୟ ଘଟିବ । ସେମିତି କିଛି ଚାଲିଛି ବର୍ତ୍ତମାନର ସମୟ ।

ହୁ ହୁ ହୋଇ ବଢିଚାଲିଛି ବ୍ୟୟର ପରିମାଣ । ତେଣୁ ଚାହିଦା ଉପରେ ରୋକ । କିନ୍ତୁ ଆବଶ୍ୟକତା ସହ କେମିତି ହେବ ବୁଝାମଣା । ଏଠି ନିତି ଦିନିଆ ଆବଶ୍ୟକତା ଉପରେ ମହଙ୍ଗା ମାଡ ସେ ପୁଣି ପନିପରିବା । ଯାହାର ଦର ଏବେ ଆକାଶ ଛୁଆଁ ।

କାର୍ତ୍ତିକ ଆରମ୍ଭ ହେବା ପୂର୍ବରୁ ପରିବା ଭାଉ କାହିଁ ଉପରେ । ସାଧାରଣତଃ ଏହି ସମୟ ଅର୍ଥାତ ଦ୍ୱିତୀୟା ଓଷା ଠାରୁ ଆରମ୍ଭ କରି କାର୍ତ୍ତିକ ସରିବା ଯାଏଁ ପରିବା ଦର ଉଚ୍ଚା ରହିଥାଏ । କିନ୍ତୁ ଚଳିତ ବର୍ଷ ଦରରେ ଯେମିତି ଲଗାମ ନାହିଁ । ଗ୍ରାହକଟିଏ ବଜାରକୁ ସିନା ଆସୁଛି ହେଲେ ଅନିଚ୍ଛାରେ । କାରଣ ସେ ଜାଣିଛି ଯେ ତା ବଜେଟ୍‌ ଅନୁସାରେ କୌଣସି ପରିବା ପାଏ ବା ଅଢ଼େଇ ଶହ ଗ୍ରାମରୁ ଅଧିକ ନେଇ ହେବ ନାହିଁ । ଯଦି ଅପ୍ରିୟ ସତ କୁହାଯାଏ ତେବେ ଘରେ ଘରେ ଏବେ ମଟର ସୋୟାବିନ ଛୋଲେ ଉପରେ ମାଡ । ଏଇ ମାସରେ ପରିବାକୁ ଭୁଲିଗଲେଣି ଅନେକ । ବଜାରରେ ପରିବା ଦର ଏତେ ଚଢା ଯେ ଗୋଟିଏ ଥରରେ ପକେଟ ତ ଖାଲି ହେଉଛି ତା ସାଙ୍ଗକୁ ବ୍ୟାଗ ପୂରୁନି । ଯେତେ କାଣ୍ଟଛାଣ୍ଟ କଲେ ବି ପରିବା ପାଖରେ ଝୁଣ୍ଟିବାର ଚିନ୍ତା ଘାରୁଛି ଲୋକଙ୍କୁ । ବଜାର କି ହାଟକୁ ଗଲେ କେଉଁଠି କମ୍‌ ରେଟ୍‌ରେ ପରିବା ମିଳିବ ବୁଲି ବୁଲି ଥକି ଯାଉଛନ୍ତି ଗ୍ରାହକ । କାରଣ ଦର ଶୁଣିଲେ ଦେହରୁ ଝାଳ ବହି ଯାଉଛି । ଏପଟେ ଅନ୍ତତଃ ଦୁଇ ଓଳି ଖାଇବା ପାଇଁ କିଛି ତ ନେବାକୁ ହେବ । ରାତି ପାହିଲେ କଣ ଚୁଲିମୁଣ୍ଡକୁ ଯିବ ତାକୁ ନେଇ ମୁଣ୍ଡବିନ୍ଧା। ଆଉ ଏଥିପାଇଁ ଖାଲି ଘରର କର୍ତ୍ତା ନୁହେଁ ଘରଣୀ ମଧ୍ୟ ଚିନ୍ତାରେ । ସବୁ ଦିନେ ତ ଆମିଷ ଖାଇ ଚଳାଇ ହେବନି । ଯେମିତି ହେଉ ଘରକୁ ପରିବା ଆଣିବାକୁ ହେବ ।

ଖାଲି ପନିପରିବା କାହିଁକି ତେଲ, ଗ୍ୟାସ ଏସବୁ ଏବେ ମହଙ୍ଗା । ଏଥିରେ ବେଶି ଦରମରା ମଧ୍ୟବିତ୍ତ । ରନ୍ଧନ ଗ୍ୟାସ ଦିନକୁ ଦିନ ଏତେ ବଢିଲାଣି ଯେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି । ଗାଁଠାରୁ ଏବେ ସହରୀଙ୍କୁ ବାଧୁଛି ଅଧିକ । କାରଣ ସହରରେ ପାଖାପାଖି ୯୫ ପ୍ରତିଶତ ଲୋକେ ରନ୍ଧନ ଗ୍ୟାସ ଉପରେ ନିର୍ଭରଶୀଳ।
ପେଟ୍ରୋଲ ଡିଜେଲର ବାରମ୍ବାର ଅହେତୁକ ବୃଦ୍ଧି ଲୋକଙ୍କୁ ଘାଇଲା କରୁଛି । ଯାହାକୁ ନେଇ ଏବେ ସବୁଠି ବଡ ଆଲୋଚନାର ବିଷୟ ପାଲଟିଛି । ଘରୁ ବାହାରିଲେ ଲୋକେ ଏବେ ଗାଡି ବାହାର କରିବାକୁ ଡରୁଛନ୍ତି ।
ସବୁଠି ଏବେ ସେଇ ଗୋଟିଏ କଥା, କି ଯୁଗ ହେଲା ? ମଣିଷ ଚଳିବ କେମିତି ? ଯାହା ପକେଟକୁ ଆସୁଛି ମାସ ସରୁନି ଖାଲି ହୋଇଯାଉଛି । କୋଭିଡ ପରିସ୍ଥିତି ପରେ ଏବେ ମହଙ୍ଗା ମାଡ ଲୋକଙ୍କୁ କନ୍ଦାଇଲାଣି ।
ତେବେ ଦର୍ଶକବନ୍ଧୁ ଆପଣ କେମିତି ଅଛନ୍ତି । କଣ ଆପଣଙ୍କର କ୍ଷୋଭ ଆମକୁ ଲେଖି ଜଣାନ୍ତୁ ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

27 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

36 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

45 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago