ରାଜ୍ୟ

ଓଲଟା ଚିତ୍ର ଆଙ୍କି ରେକର୍ଡ ସୃଷ୍ଟି କଲେ ପୁରୀର ସୁନା ପୁଅ

ପୁରୀ (କେନ୍ୟୁଜ) : ଓଲଟା ଚିତ୍ର । ତାହା ପୁଣି ଖୁବ କମ ସମୟରେ। ଦୁଇ ହାତ ଚାଲୁଛି। ପ୍ରଥମରୁ ଜଣେ ଦେଖଣାହାରୀ ଦେଖିଲେ ଏଭଳି ଚିତ୍ର ବୁଝିପାରିବ ନାହିଁ। ଚିତ୍ରକୁ ସିଧା କରିବା ପରେ ହିଁ ଅସଲ ଚିତ୍ର କଳା ଜଣାପଡିବ । ଏଭଳି ବିଶେଷ ଗୁଣ ନେଇ ଏବେ ଚର୍ଚ୍ଚାରେ ପୁରୀର ସୁନା ପୁଅ ଆୟୁଷ। ବିପରୀତ ଦିଗରେ ମ୍ଯାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆୟୁଷ| ତାଙ୍କର ଏହି ଚିତ୍ର ଆଙ୍କିବାର ନିଶା ପିଲାବେଳୁ ରହିଥିବା ବେଳେ ଆଗକୁ ସେ ଏହି ଚିତ୍ରକଳା ମାଧ୍ୟମରେ ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି |

ଚିତ୍ର କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି ପୁରୀ ବାସେଳୀ ସାହି ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର | ସେ ମ୍ଯାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ପାଞ୍ଚ ମିନିଟ ମଧ୍ୟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ କରିବାରେ ସକ୍ଷମ ହୋଇପାରିଛନ୍ତି | ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଙ୍କ ନାମ ବର୍ତମାନ ସ୍ଥାନିତ ହୋଇଥିବା ବେଳେ ଆଗକୁ ସେ ଏହିଭଳି ଅନେକ ଚିତ୍ର ଆଙ୍କି ନିଜ ସହର ତଥା ଦେଶର ନାଁ ରଖିବାକୁ ଲକ୍ଷ ରଖିଛନ୍ତି | ଭବିଷ୍ଯତରେ ଜଣେ ପ୍ରଫେସର କିମ୍ବା ଆର୍ମିରେ ଚିତ୍ରକାର ହୋଇ ଦେଶ ପାଇଁ କାର୍ଯ୍ଯ କରିବାକୁ ଲକ୍ଷ ରଖିଥିବା ବେଳେ ଆୟୁଷଙ୍କ ଏଭଳି ସଫଳତା ନେଇ ପରିବାର ବର୍ଗ ବେଶ ଖୁସି ଅଛନ୍ତି |

କରୋନା କଟକଣା ତାଙ୍କୁ ଏହି ସୁଯୋଗ ଦେଇଥିଲା। ବିଦ୍ୟାଳୟ ଛୁଟି ଥିବାରୁ ତାଙ୍କୁ ବେଶ ସମୟ ମିଳିଥିଲା। ସେ ଚିତ୍ର ଅଙ୍କନରେ ସମୟ ଦେଇଥିଲେ। ଆମେରିକୀୟ ଶିଳ୍ପୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଓଲଟା ଓ କ୍ଷୀପ୍ର ଚିତ୍ର ଅଙ୍କନ ଶୈଳୀ ଶିଖିଥିଲେ। ୩ରୁ୫ମିନିଟ ମଧ୍ୟରେ ପ୍ରସ୍ତୁତ ହେଉଛି ଚିତ୍ରକଳା।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କେହି ତାଙ୍କୁ ଶିକ୍ଷା ଦେଇନାହାନ୍ତି।ପୂର୍ବରୁ ସେ ଅଫଲାଇନରେ ନାଇଜେରିଆ ହାର୍ଟ ଫାଉଣ୍ଡେସନ ପକ୍ଷରୁ ଚମ୍ପିୟାନ ଓ ଆମେରିକାର ଅନର ଆୱାର୍ଡ ସହ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି। ଆଗାମୀ ଦିନରେ ନାଇଜେରିଆ ଗଟ ଟ୍ଯାଲେଣ୍ଟରେ ଭାଗ ନେବାକୁ ସେ ମନୋନୀତ ହୋଇଛନ୍ତି । କିନ୍ତୁ ନାଇଜେରିଆ ଯିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ଅନେକ ଟ୍ଯାଲେଣ୍ଟ ସୋରେ ଯୋଗଦାନ କରିବାକୁ ସେ ଏବେଠାରୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି | ତାଙ୍କର ଏହିଭଳି କଳାକୃତିକୁ ନେଇ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି |

କଳାକାର ତଥା ଚିତ୍ରକଳା ପରିବାରର ନହୋଇ ମଧ୍ୟ ଏଭଳି ଚିତ୍ର ଅଙ୍କନ କରି ସେ ଅନେକ ପୁରସ୍କାର ପାଇଥିବା ବେଳେ ରାଜ୍ଯସରକାରଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ସହଯୋଗ ଯୋଗାଗଲେ ସେ ପୁରୀ ତଥା ରାଜ୍ଯ ପାଣି ଅଧିକ ଗୌରବ ଓ ସୁନାମ ଆଣିପାରିବେ।

 

Pritiparna

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

37 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

46 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago