ସ୍ପେଶାଲ

ମା’ ନା ରାକ୍ଷସୀ! ଲିଫ୍ଟରେ ଶିଶୁକୁ ଜନ୍ମ ଦେଲେ ମହିଳା, ପୁଣି ଡଷ୍ଟବିନ୍‌ରେ ଫିଙ୍ଗି ହୋଇଗଲେ ଫେରାର୍‌

ଚୀନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ତା’ ନବଜାତକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖବରରୁ ଜଣାପଡ଼ିଛି ଯେ ଜଣେ ଗର୍ଭବତୀ ମହିଳା ଛୁଟି କାଟିବା ପାଇଁ ସାଉଥ୍ ଓ୍ଵଷ୍ଟେ ଚୀନର ନଗରପାଳିକା ଚୋଙ୍ଗକିଙ୍ଗ୍ ଆସିଥିଲେ। ଏଠାରେ ସେ ଏକ ଆବାସିକ ବିଲ୍ଡିଂର ଲିଫ୍ଟରେ ଶିଶୁକୁ ଜନ୍ମ ଦେଇଥିଲେ। ଲୋକେ ଯେପରି ଜାଣିପାରିବେ ନାହିଁ, ସେଥିପାଇଁ ମହିଳା ନିଜ ଦେହରେ ଏବଂ ଶିଶୁ ଦେହରେ ଲାଗିଥିବା ରକ୍ତକୁ ସଫା କରିବା ସହ ଲିଫ୍ଟରେ ପଡ଼ିଥିବା ରକ୍ତକୁ ମଧ୍ୟ ଟିସୁ ସାହାଯ୍ୟରେ ସଫା କରିଦେଇଥିଲେ।

ଏହାପରେ ସେ ନିଜ ନବଜାତକକୁ ଡଷ୍ଟବିନ୍‌ରେ ଫିଙ୍ଗି କିଛି ଟିସୁ ପେପରକୁ ସେଥିରେ ପକାଇ ଦେଇଥିଲେ, ଯଦ୍ଦ୍ଵାରା ଶିଶୁଟି ଡଷ୍ଟବିନ୍‌ରେ ପଡ଼ିଛି ବୋଲି କେହି ଜାଣିପାରିବେ ନାହିଁ। ଏହି ଘଟଣା ଅଗଷ୍ଟ ୨୧ରେ ଘଟିଥିଲା।

ମହିଳା ଜଣକ ସୁଟ୍‌କେଶ ଧରି ଲିଫ୍ଟରେ ଚଢିଥିଲେ। ଏହାପରେ ଲିଫ୍ଟରେ ସେ ଶିଶୁକୁ ଜନ୍ମ ଦେଇଥିଲେ। ରାତି ୮.୪୭ରେ ମହିଳା ନିଜ ନବଜାତକକୁ ଧରି ଲିଫ୍ଟରୁ ବାହିରିଥିଲେ ଏବଂ ସେଠାରେ ଏକ ଡଷ୍ଟବିନ୍‌ରେ ଶିଶୁଟିକୁ ଫିଙ୍ଗି ଦେଇଥିଲେ।

ତେବେ ବିଲ୍ଡିଂରେ ରହୁଥିବା କିଛି ଲୋକଙ୍କ ନଜର ଯେତେବେଳେ ଡଷ୍ଟବିନ୍ ଉପରେ ପଡ଼ିଥିଲା, ସେତେବେଳେ ସେମାନେ ସଙ୍ଗେ ସଙ୍ଗେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ସୂଚନା ଅନୁସାରେ, ଶିଶୁଟି ଏବେ ସୁସ୍ଥ ଅଛି। ପୋଲିସ ଘଟଣାର ତଦନ୍ତ କରୁଛି।

KNews Bureau

Recent Posts

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

5 mins ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

6 mins ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

8 mins ago

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

30 mins ago

ପୁଲୱାମାରେ ଏନକାଉଣ୍ଟର: ଘର ଭିତରେ ଲୁଚିଛନ୍ତି ୨ ଲସ୍କର କମାଣ୍ଡର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…

51 mins ago

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

1 hour ago