ସ୍ପେଶାଲ

ଗୋଟିଏ ପଟେ ଚାଲିଥିଲା କାଳବୈଶାଖୀର ତାଣ୍ଡବ, ଏପଟେ ଜଳୁଥିଲା ୫କୋଟିର ସମ୍ପତ୍ତି

ଗଜପତି(କେନ୍ୟୁଜ୍‌): ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ସପିଂ ମଲ୍ । ଦେଖୁ ଦେଖୁ ହୁ ହୁ ହୋଇ ଜଳି ଉଠିଲା ନିଆଁ । ଧୂଆଁ ମୟ ହୋଇଗଲା ପରିବେଶ । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । କିନ୍ତୁ ସୌଭାଗ୍ୟ ବଶତଃ ସେହି ମସୟରେ ମଲରେ କେହି ବି ଉପସ୍ଥିତ ନଥିଲେ ।

ତେବେ ଯାହା ଦେଖିବାକୁ ମିଳିଛି କି, ସପିଂ ମଲ୍ ଭିତରେ ଥିବା ସବୁ ଜିନିଷ ଜଳିପୋଡି ଛାରଖାର ହୋଇଯାଇଛି । ଛିନ୍ ଛତ୍ର ହୋଇ ଏଣେ ତେଣେ ପଡି ରହିଛି ସବୁ କିଛି । କେଉଁଠି ଅଧା ପୋଡା ନୂଆ କପଡା ପଡିତ ତ କେଉଁଠି ଥାକରେ ଥୁଆ ହୋଇଥିବା ନୂଆ ନୂଆ ଲୁଗା ପ୍ୟାକେଟ ଗୁଡିକ ନିଆଁରେ ଜଳିଯାଇଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ । ଗୋଟିଏ ପଟେ କାଳବୈଶାଖୀର ତାଣ୍ଡବଲୀଳା ଚାଲିଥିବା ବେଳେ, ରାଜଦାଣ୍ଡ ଏକ ଘରୋଇ ସପିଂ ମଲରେ ନିଆଁ ଲାଗି ପାଞ୍ଚ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଆସବାବପତ୍ର ସମେତ ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଝଡବର୍ଷା ଯୋଗୁ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ରାତି ପ୍ରାୟ ଆଠଟା ସମୟରେ ମଲକୁ ବନ୍ଦ କରି ଚାଲିଯାଇଥିଲେ । ତେବେ ମଲ ମଧ୍ୟରେ ଇନଭଟର ସଂଯୋଗ ରହିଥିଲ, କୈାଣସି କାରଣରୁ ଇନଭଟର ବ୍ୟାଟେରୀରୁ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବରପାଇ ଅଗ୍ନିଶମ କର୍ମଚାରୀ ପ୍ରଥମେ ସପିଂ ମଲର ସଟର କାଟି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଇତି ମଧ୍ୟରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ଲୁଗା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

କୁହାଯାଉଛି କି ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ । ହେଲେ ସଠିକ୍ କାରଣ କଣ ଚାଲିଛି ତଦନ୍ତ । ଏହାରି ଭିତରେ ଏକ ବଡ ଧରଣର କ୍ଷତି । ପାଞ୍ଚ କୋଟି ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଯାହାକୁ ଭରଣ କରିବା ବହୁତ କଷ୍ଟଦାୟକ ।

 

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

8 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago