ଟେକ୍

କ୍ଷତକୁ ତୁରନ୍ତ ଠିକ୍‌ କରିବ ସ୍ମାର୍ଟ ବ୍ୟାଣ୍ଡେଜ୍‌, ଆସିଲା ବଢ଼ିଆ ହେଲଥ୍‌ ଗ୍ୟାଜେଟ୍‌

ଆପଣଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ହେଲେ ଏହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ କରିଥାଏ । କିନ୍ତୁ କ୍ଷତ ଆପେଆପେ ଠିକ୍‌ ହେବାକୁ ସମୟ ଲାଗେ । କୌଣସି ବ୍ୟକ୍ତିଙ୍କୁ ଡାଇବେଟିସ୍ ହୋଇଥିଲେ ରୋଗପ୍ରତିରୋଧକ ଶକ୍ତି ଠିକ ଭାବେ କାମ କରେ ନାହିଁ । ବେଳେବେଳେ କ୍ଷତ ସଂକ୍ରମିତ ହୋଇ ଶରୀରକୁ ଅଧିକ କ୍ଷତି ପହଞ୍ଚାଏ । ଏହି କ୍ଷତ ଦ୍ୱାରା ଅନ୍ୟ ରୋଗ ହେବାର ମଧ୍ୟ ଆଶଙ୍କା ବଢ଼େ । କିନ୍ତୁ ଏହି ସମସ୍ୟାର ମୁକାବିଲା ପାଇଁ ଅନେକ ଦେଶରେ ‘ସ୍ମାର୍ଟ ବ୍ୟାଣ୍ଡେଜ୍’ ଉପରେ କାମ ଚାଲିଛି । ଯଦି ଶରୀରରେ କ୍ଷତ ବହୁତ ଗଭୀର ହୋଇଥାଏ ତେବେ ରୋଗପ୍ରତିରୋଧକ ଶକ୍ତି କାମ କରେ ନାହିଁ । ଏପରି ପରିସ୍ଥିତିରେ ସ୍ମାର୍ଟ ବ୍ୟାଣ୍ଡେଜ୍ ଆପଣଙ୍କ କ୍ଷତକୁ ଠିକ୍‌ କରିବ । ଯାହା ଦ୍ୱାରା ଆପଣଙ୍କ ଶରୀର ସଂକ୍ରମିତ ହେବ ନାହିଁ ।

‘ସ୍ମାର୍ଟ-ବ୍ୟାଣ୍ଡେଜ୍’ ହେଉଛି ଏକ ବଢ଼ିଆ ହେଲଥ ଗ୍ୟାଜେଟ୍‌ । ଯାହାକୁ ନେଇ ଲଗାତାର ଅନୁସନ୍ଧାନ ଚାଲିଛି । ଏହି ବ୍ୟାଣ୍ଡେଜ୍ କ୍ଷତକୁ ଠିକ୍‌ କରିବାରେ ସିଧାସଳଖ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ରୋଗୀର କ୍ଷତ ଏବଂ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ଏହି ସ୍ମାର୍ଟ ବ୍ୟାଣ୍ଡେଜ୍‌ ଦ୍ୱାରା ଜଣା ପଡ଼ିଥାଏ । କୁହାଯାଉଛି ଯେ ଏହା ଆପଣଙ୍କ କ୍ଷତକୁ ଶୀଘ୍ର ଠିକ୍‌ କରିବାରେ ସାହାଯ୍ୟ କରିବ ଏବଂ ଏଥିରେ ଆପଣଙ୍କର ଖର୍ଚ୍ଚ ବି କମ୍‌ କରିବ ।

ସ୍ମାର୍ଟ-ବ୍ୟାଣ୍ଡେଜ୍ କିପରି କାମ କରେ?

କାଲଟେକ୍ ରେ ଡେଭଲପ୍‌ କରାଯାଉଥିବା ଏହି ସ୍ମାର୍ଟ-ବ୍ୟାଣ୍ଡେଜ୍ ଏମବେଡେଡ୍‌ ଇଲେକ୍ଟ୍ରୋନିକସ ଏବଂ କିଛି ଔଷଧକୁ ନେଇ ପ୍ରସ୍ତୁତ କରାଯାଉଛି । ଏହି ସ୍ମାର୍ଟ ବ୍ୟାଣ୍ଡେଜ୍‌ ଶରୀରର ୟୁରିକ୍ ଏସିଡ୍ ଏବଂ pH ସ୍ତର କିମ୍ବା କ୍ଷତରେ ଥିବା ତାପମାତ୍ରାକୁ ମନିଟର୍‌ କରିପାରିବ । ସଂକ୍ରମଣକୁ ସୂଚାଇବା ସହିତ ଡାଇବେଟିଜ୍‌ ଭଳି ରୋଗର ଚିକିତ୍ସାରେ ଏହି ପ୍ରକାର ବ୍ୟାଣ୍ଡେଜ୍ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ ।

ଏହି ବ୍ୟାଣ୍ଡେଜ୍‌ ଦ୍ୱାରା କ୍ଷତ ଶୀଘ୍ର ସୁସ୍ଥ ହୁଏ । ଏହି ସ୍ମାର୍ଟ ବ୍ୟାଣ୍ଡେଜ ଉପରେ କାମ ଚାଲିଛି ଯାହା ଭିତରେ ଔଷଧ ଭର୍ତ୍ତି କରାଯାଇଛି । ଏହି ବ୍ୟାଣ୍ଡେଜରେ ଛୋଟ କ୍ୟାପସୁଲ ରହିବ, ଯାହା ଆଣ୍ଟିବାୟୋଟିକରେ ଭର୍ତ୍ତି ଥିବ । ଯଦି କୌଣସି ସଂକ୍ରମଣ ହୁଏ, ତେବେ ଡାକ୍ତର ସ୍ମାର୍ଟ-ବ୍ୟାଣ୍ଡେଜକୁ ଦୂରରୁ ହିଁ କ୍ୟାପସୁଲ ଖୋଲିବାକୁ କମାଣ୍ଡ ଦେବେ ଏହା କ୍ଷତରେ ସିଧାସଳଖ ମଲମ ଲଗାଇବ । ଅନେକ ଦେଶରେ ସ୍ମାର୍ଟ ବ୍ୟାଣ୍ଡେଜ୍ ଉପରେ ଗବେଷଣା ଚାଲିଛି ।

ମେଡିକାଲ୍‌ କନଫେରେନ୍ସ ଏବଂ ଏଗ୍ଜିିଭିସନ୍‌ ରେ ସ୍ମାର୍ଟ-ବ୍ୟାଣ୍ଡେଜ୍ ର ବିଭିନ୍ନ ଭର୍ସନ ବାହାର କରାଯାଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ବ୍ୟାଣ୍ଡେଜରେ ଛୋଟ ଇଲେକ୍ଟ୍ରୋନିକ୍ସ ରହିଛି ଯାହା କ୍ଷତ କିପରି ଠିକ୍‌ ହେଉଛି ସେ ବିଷୟରେ ଡାକ୍ତରଙ୍କୁ ସୂଚନା ଦେବ । ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକ ଟିମ୍‌ ଆସନ୍ତା ବର୍ଷ ଏହି ବ୍ୟାଣ୍ଡେଜ୍ ର ମାନବ ପରୀକ୍ଷା ଆରମ୍ଭ କରିବେ ବୋଲି କୁହାଯାଉଛି ।

Subhalaxmi Das

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

15 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

17 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

21 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

22 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

27 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

36 mins ago