ସ୍ପେଶାଲ

ବାଲେଶ୍ବର: ଡାଆଣୀ ସନ୍ଦେହରେ ଗାଁରୁ ତଡିଦେଲେ ଗ୍ରାମବାସୀ, ହୋମ ପାଇପ ତଳେ ଜୀବନ ବିତାଉଛନ୍ତି ଗୋଟିଏ ପରିବର

ବାଲେଶ୍ବର(କେନ୍ୟୁଜ୍):  ଆଜି ବି ମଣିଷ ମନରେ ଭରି ରହିଛି ଅନ୍ଧବିଶ୍ବାସ ଏବଂ କୁସଂସ୍କାର।  ଅନ୍ଧବିଶ୍ୱାସ ର ବଶବର୍ତ୍ତି ହୋଇ ଲୋକେ ଏତେ ତଳକୁ ଖସି ଯାଉଛନ୍ତି ଯେ ମଣିଷ ମାରିବାକୁ ମଧ୍ଯ ପଛାଉ ନାହାନ୍ତି। ପ୍ରାୟତଃ ଆଦିବାସୀ ଅଧ୍ୟୂଷିତ ଉପାନ୍ତ ଅଞ୍ଚଳ ମାନଙ୍କରେ ଏହି ପ୍ରକାର ଘଟଣା ଦେଖିବାକୁ ମିଳିଥାଏ।

ତେବେ ଆଜିର ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହିଁଷାମୁଣ୍ଡା ଗ୍ରାମର ଘଟଣା। ଗାଁର ଲୁସ୍କୁ ଟୁଡୁର ସ୍ତ୍ରୀକୁ ଡାଆଣୀ ସନ୍ଦେହ କରି ଗ୍ରାମବାସୀ ମାନେ ସପରିବାରକୁ ନିସ୍ତୁକ ମାଡ ମାରି ଗାଁରୁ ତଡି ଦେଇଛନ୍ତି। ଫଳରେ ସ୍ବାମୀ ସ୍ତ୍ରୀ ଓ ଛୋଟ ପିଲାକୁ ଧରି ଅନ୍ୟ ଏକ ଗାଆଁ ରାସ୍ତା ତଳେ  ବିଛାଯାଇଥିବା ହୋମ ପାଇପ ଭିତରେ ଭୋକ ଉପାସରେ  ଆଶ୍ରୟ ନେଇଛନ୍ତି ଲୁସ୍କୁ ଏବଂ ତାଙ୍କ ସ୍ତ୍ରୀ ରୁକ୍ମିଣୀ।

ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ଅନ୍ତର୍ଗତ ମହିଷାମୁଣ୍ତା ଗ୍ରାମର ବାସିନ୍ଦା ହେଉଛନ୍ତି  ଲୁସ୍କୁ ଟୁଡୁ । କିଛି ମାସ ପୂର୍ବରୁ  ଲୁସ୍କୁର ବଡଭାଇର ଦୁଇଜଣ ପୁଅ ରୋଗରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ତେବେ ସେମାନଙ୍କ ମୃତ୍ୟୁର କାରଣ  ଲୁସ୍କୁର ସ୍ତ୍ରୀ ରୁକ୍ମିଣୀ ବୋଲି ସନ୍ଦେହ କରିଥିଲେ ଲୁସ୍କୁର ବଡଭାଇ  ସେ ଡାଆଣୀ ହୋଇ ଦୁଇ ପିଲାଙ୍କୁ ମାରିଛି ବୋଲି ଭାବି ନେଇଥିଲେ। ତେବେ ଏକଥା ଲୁସ୍କୁର ବଡ଼ଭାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ଲୁସ୍କୁର ଘରେ ପହଞ୍ଚି ସେମାନଙ୍କୁ ପିଟାମରା କରିବା ସହିତ ଗ୍ରାମରୁ ତଡି ଦେଇଛନ୍ତି। ଏମିତିକି ଘରୁ କୈାଣସି ଜିନିଷ ପତ୍ର ମଧ୍ୟ ଆଣିବାକୁ ଦେଇ ନାହାନ୍ତି। ଯାହା ଫଳରେ ସେମାନେ ଭୟରେ ଗାଁରୁ ପଳାଇ ଆସି ଅନ୍ଯ ଏକ ଗ୍ରାମରେ  ରାସ୍ତା ତଳେ ବିଛାଯାଇଥିବା ହୋମ ପାଇପ ତଳେ ଆଶ୍ରୟ ନେଇଛନ୍ତି।

ପାଖରେ ପଇସା ପତ୍ର କି ଲୁଗାପଟା କିଛି ନଥିବାରୁ ଭୋକ ଉପାସରେ  ହାଡଭଙ୍ଗା ଶୀତ କାକରରେ ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି।  ଏଘଟଣାକୁ ନେଇ ପୋଲିସ କିମ୍ବା ଗଣମାଧ୍ଯମ ପାଖରେ ଅଭିଯୋଗ କଲେ ଗ୍ରାମବାସୀ ମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ଲୁସ୍କୁ  ଏବଂ ତାଙ୍କ ସ୍ତ୍ରୀ । ଆମେ ଏ ସମ୍ପର୍କରେ ବାଲିଆପାଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ଖୁବ୍ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ କରାଯିବ ବୋଲି କହିଛନ୍ତି ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

18 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

40 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

47 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago