ସ୍ପେଶାଲ

ମରିଯାଇଥିଲା ୧୨ ବର୍ଷର ଝିଅ, ମୃତ ଶରୀରକୁ ମା ଗାଧେଇ ଦେବା ବେଳେ ଅଚାନକ ଉଠି ବସିଲା କଥା ଵି କହିଲା

ଇଣ୍ଡୋନେସିଆର ଇଷ୍ଟ ଜାଭାରୁ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ତବେ ତାଙ୍କ ମା ଝିଅର ମୃତ ଶରୀରକୁ ଗାଧେଇ ଦେବା ବେଳେ ଅଚାନକ ଝିଅଟି ଜୀଵିତ ହୋଇଯାଇଥିଲା । କେବଳ ସେତିକି ନୁହେଁ ଝିଅଟି ଉଠି ବସି ମା’ଙ୍କ ସହ କଥା ମଧ୍ୟ ହୋଇଥିଲା । ଯଦିଓ ଘରଲୋକଙ୍କ ଖୁସି ବେଶୀ ସମୟ ପର୍ଯ୍ୟନ୍ତ ରହିନଥିଲା । ପ୍ରାୟ ଏକ ଘଣ୍ଟା ପରେ ଝିଅଟି ପୁଣିଥରେ ମରିଯାଇଥିଲା । ଝିଅଟିର ମାଙ୍କ କହିବା ଅନୁଯାୟୀ ତାର ଶରୀର ଥଣ୍ଡା ଥିଲା କିନ୍ତୁ ଅଚାନକ ତାର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା ଏବଂ ସେ ଧୀରେ ଧୀରେ ଗରମ ହୋଇଯାଇଥିଲା ।

ସୂଚନା ଅନୁଯାୟୀ ଝିଅଟିକୁ ଜୀବନ୍ତ ଦେଖି ପରିବାରଲୋକେ ଡାକ୍ତରଙ୍କୁ ଡକାଇଥିଲେ । ଡାକ୍ତରମାନେ ଝିଅକୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରି ନଥିଲେ । ଝିଅଟିର ନାମ ସୀତି ମାସଫୁଫାହ ବୋଲି ଜଣାପଡିଛି । ୧୮ ଅଗଷ୍ଟ ଦିନ ସନ୍ଧ୍ୟା ୬ ଟାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରାଯାଇଥିଲା। ତାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ମହମ୍ମଦ ସାଲେହ କହିଛନ୍ତି ଯେ ଝିଅଟିର କ୍ରନିକ ଡାଇବେଟିସରେ ସମସ୍ୟା ରହିଥିଲା ଯେଉଁଥିପାଇଁ ତାଙ୍କ ଶରୀରର ଅଙ୍ଗଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ତାଙ୍କୁ ମୃତ ଘୋଷଣା କରାଯିବା ପରେ ସନ୍ଧ୍ୟା ୭ ଟାରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ପ୍ରାୟ ଏକ ଘଣ୍ଟା ପରେ ମୁଁ କଲ ପାଇଲି ଯେ ଝିଅଟି ଜୀବିତ ହୋଇଯାଇଛି ଏବଂ ସେ ଉଠି ବସିଛି । ତାଙ୍କ କହିବାନୁସାରେ ଝିଅଟିର ହୃଦଘାତ ହୋଇଥିଲା ଏବଂ ଏହା ସମ୍ଭବ ନୁହେଁ । ବେଳେବେଳେ ଏପରି ପରିସ୍ଥିତିରେ ପୁଣି ଥରେ ନିଶ୍ୱାସ ପ୍ରଶ୍ୱାସ ଚାଲିବ ଆରମ୍ଭ କରେ କିନ୍ତୁ ମୃତ ଲୋକଟି ଉଠି ବସିବା କିମ୍ବା କଥା କହିବା ଅସମ୍ଭବ ।

ଝିଅର ବାପାଙ୍କ କହିବା ଅନୁଯାୟୀ ଯେତେବେଳେ ମୃତ ଶରୀରକୁ ସ୍ନାନ କରାଯାଉଥିଲା ସେତେବେଳେ ତାର ଶରୀର ହଠାତ ଗରମ ହୋଇଗଲା ଏବଂ ଆଉଥରେ ହାର୍ଟ ବିଟ ଚାଲିଥିଲା । କିଛି ସମୟ ପରେ ସେ ଉଠି ବସିଲା । ସେହି ସମୟରେ ସମସ୍ତେ ନର୍ଭସ ହୋଇଯାଇଥିଲେ କିନ୍ତୁ ସେ ତାଙ୍କ ମାଙ୍କୁ କିଛି କହିବା ଆରମ୍ଭ କରିଥିଲା । କିଛି ସମୟ ପରେ ସେ ଶୋଇପଡିଲା ଯାହାପରେ ଆମେ ଡାକ୍ତରଙ୍କୁ ଡ଼ାକିଥିଲୁ । ଝିଅଟି ପ୍ରାୟ ୧ ଘଣ୍ଟା ଜୀବିତ ରହିଲା କିନ୍ତୁ ତାକୁ ଆମେ ବଞ୍ଚାଇ ପାରିଲୁ ନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago