ସ୍ପେଶାଲ

ଲକଡାଉନ ପାଇଁ କେମିତି ସବୁବେଳେ ଜନ ଗହଳି ଥିବା ସ୍ଥାନ ଆଜି ହୋଇଛି ଶୂନଶାନ, ଦେଖନ୍ତୁ ଭାରତର କିଛି ଖାସ ସହରର ଫଟୋ

ସାରା ଦେଶରେ ଲକଡାଉନ ଜାରି ରହିଛି। ବିଶ୍ଵ ମହାମାରୀ କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୨୧ ଦିନିଆ ଲକଡାଉନ ଯେପରି ପୂରା ଦେଶର ପ୍ରଗତି ଉପରେ ବ୍ରେକ ଲଗାଇଦେଇଛି। ଯେଉଁ କାରଖାନାରେ ମଜୁରିଆ-କର୍ମଚାରୀଙ୍କର ସବୁବେଳେ ଗହଳି ଚହଳି ଥାଏ ସେଠାରେ ଏବେ ପୁରା ଖାଁ ଖାଁ। ଯେଉଁ ସ୍ଥାନରେ ସବୁବେଳେ ଲୋକଙ୍କ ଭିଡ଼ ଲାଗିରହିଥାଏ ଆଜି ସେହି ସ୍ଥାନରେ ବୁଲୁଛନ୍ତି ଜୀବ ଜନ୍ତୁ। ଯେଉଁ ସମୁଦ୍ର ମୁହାଣରେ ସବୁଦିନ ଲୋକଙ୍କ ଗହଳି ଲାଗିରହିଥାଏ ଆଜି ସେ ସ୍ଥାନ ପୁରା ନିସ୍ତବ୍ଧ।

ଦେଶର ପ୍ରାୟ ସବୁ ସହରରେ ଏହି ପରିସ୍ଥିତି। ସମସ୍ଥ ପ୍ରମୁଖ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ସପିଙ୍ଗ ମଲ ସବୁକିଛି ଶୂନଶାନ। ମନ୍ଦିର, ମସଜିଦ ସବୁ ଜାଗାରେ ଏକ ପରିସ୍ଥିତି ଖାଁ ଖାଁ। ଏହି ଲକଡାଉନର ଅବଧି ୧୪ ତାରିଖରେ ଶେଷ ହେଉଛି। କିନ୍ତୁ ଆଗକୁ ଏହି ଅବଧି ବଢିବ ନା ନାହିଁ ତାହା ସରକାର ଲକଡାଉନ ଶେଷ ବେଳକୁ କହିବେ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଫଟୋ ଆଣିଛୁ ଯାହା ଲକଡାଉନର ସ୍ଥିତିକୁ ଦର୍ଶାଉଛି।

ଏହି ଫଟୋ ହେଉଛି ନୂଆଦିଲ୍ଲୀର ଖାନ-ଏ-ଖାନ ମସଜିଦ ପାଖରେ ଥିବା ଏକ ରାସ୍ତାର। ମୁସଲିମ ଏବଂ ପର୍ଯ୍ୟଟକଙ୍କ ଭିଡରେ ଏଠାରେ ସବୁବେଳେ ଭିଡ ଲାଗିଥାଏ। କିନ୍ତୁ ଆଜି ଏହି ରାସ୍ତା ଶୂନଶାନ।

ଏହାହେଉଛି ପୁରୀ ସମୁଦ୍ର ମୁହାଣର ଚିତ୍ର। ଲକଡାଉନ ପାଇଁ ଏଠାକୁ ଲୋକଙ୍କର ଯିବା ଆସିବା ପୂରା ବନ୍ଦ ହୋଇଯାଇଛି।

ଲକଡାଉନ ପୂର୍ବରୁ ନୂଆଦିଲ୍ଲୀର କନ୍ନଟ ପ୍ଲେସର ଏହି ସ୍ଥିତି ଦେଖିବାକୁ ମିଳିବ ତାହା କେହି କଳ୍ପନା ବି କରିନଥିବେ। କିନ୍ତୁ ଆଜି ଏଠାରେ ଖାନ ଖାଁ।

ଏହି ଚିତ୍ର ହେଉଛି ମୁମ୍ବାଇର ଡା. ବଲିଗା ନଗରର ଯାହା ଧାରାବିରେ ସ୍ଥିତ। ଏଠାରେ ମଧ୍ୟ କାରୋନା ଭାଇରସର ତିନୋଟି ମାମଲା ଆସିବା ପରେ ଏହାକୁ କଣ୍ଟେନମେଣ୍ଟ ଏରିଆ ଘୋଷିତ କରିଦିଆଯାଇଛି।

ଆସ୍ଥାର ନଗର ପ୍ରୟାଗରାଜ, ଯେଉଁଠି ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ ସେଠାରେ ଆଜି କେଉଁ ସ୍ଥିତି ତାହା ଆପଣ ଏହି ଫଟୋରୁ ଜାଣିପାରୁଥିବେ।

ଏ ଚିତ୍ର ହେଉଛି ଚେନ୍ନାଇର ଏନ୍ନର ଏକ୍ସପ୍ରେସ-ୱେ, ଦେଶବ୍ୟାପୀ ଲକଡାଉନ ପାଇଁ ଏଠାରେ ଆଜି ଜନଶୂନ୍ୟ ହୋଇଯାଇଛି।

ବେଙ୍ଗାଲୁରୁର ଏହି ଚିତ୍ର ଦେଖି ଆପଣ ସବୁ ବୁଝିପାରୁଥିବେ।

Pritiparna

Recent Posts

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି ।

ଭୁବନେଶ୍ୱର (କେନ୍ୟୁଜ); କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଚାଲିଛି ଅଙ୍କକଷା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…

14 seconds ago

ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି…

27 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୮୯ ପଇସା ରହିଛି ।…

41 mins ago

ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

1 hour ago

ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…

1 hour ago

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…

2 hours ago