ଲକଡାଉନ ପାଇଁ କେମିତି ସବୁବେଳେ ଜନ ଗହଳି ଥିବା ସ୍ଥାନ ଆଜି ହୋଇଛି ଶୂନଶାନ, ଦେଖନ୍ତୁ ଭାରତର କିଛି ଖାସ ସହରର ଫଟୋ

ସାରା ଦେଶରେ ଲକଡାଉନ ଜାରି ରହିଛି। ବିଶ୍ଵ ମହାମାରୀ କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୨୧ ଦିନିଆ ଲକଡାଉନ ଯେପରି ପୂରା ଦେଶର ପ୍ରଗତି ଉପରେ ବ୍ରେକ ଲଗାଇଦେଇଛି। ଯେଉଁ କାରଖାନାରେ ମଜୁରିଆ-କର୍ମଚାରୀଙ୍କର ସବୁବେଳେ ଗହଳି ଚହଳି ଥାଏ ସେଠାରେ ଏବେ ପୁରା ଖାଁ ଖାଁ। ଯେଉଁ ସ୍ଥାନରେ ସବୁବେଳେ ଲୋକଙ୍କ ଭିଡ଼ ଲାଗିରହିଥାଏ ଆଜି ସେହି ସ୍ଥାନରେ ବୁଲୁଛନ୍ତି ଜୀବ ଜନ୍ତୁ। ଯେଉଁ ସମୁଦ୍ର ମୁହାଣରେ ସବୁଦିନ ଲୋକଙ୍କ ଗହଳି ଲାଗିରହିଥାଏ ଆଜି ସେ ସ୍ଥାନ ପୁରା ନିସ୍ତବ୍ଧ।

ଦେଶର ପ୍ରାୟ ସବୁ ସହରରେ ଏହି ପରିସ୍ଥିତି। ସମସ୍ଥ ପ୍ରମୁଖ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ସପିଙ୍ଗ ମଲ ସବୁକିଛି ଶୂନଶାନ। ମନ୍ଦିର, ମସଜିଦ ସବୁ ଜାଗାରେ ଏକ ପରିସ୍ଥିତି ଖାଁ ଖାଁ। ଏହି ଲକଡାଉନର ଅବଧି ୧୪ ତାରିଖରେ ଶେଷ ହେଉଛି। କିନ୍ତୁ ଆଗକୁ ଏହି ଅବଧି ବଢିବ ନା ନାହିଁ ତାହା ସରକାର ଲକଡାଉନ ଶେଷ ବେଳକୁ କହିବେ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଫଟୋ ଆଣିଛୁ ଯାହା ଲକଡାଉନର ସ୍ଥିତିକୁ ଦର୍ଶାଉଛି।

dilliଏହି ଫଟୋ ହେଉଛି ନୂଆଦିଲ୍ଲୀର ଖାନ-ଏ-ଖାନ ମସଜିଦ ପାଖରେ ଥିବା ଏକ ରାସ୍ତାର। ମୁସଲିମ ଏବଂ ପର୍ଯ୍ୟଟକଙ୍କ ଭିଡରେ ଏଠାରେ ସବୁବେଳେ ଭିଡ ଲାଗିଥାଏ। କିନ୍ତୁ ଆଜି ଏହି ରାସ୍ତା ଶୂନଶାନ।

puriଏହାହେଉଛି ପୁରୀ ସମୁଦ୍ର ମୁହାଣର ଚିତ୍ର। ଲକଡାଉନ ପାଇଁ ଏଠାକୁ ଲୋକଙ୍କର ଯିବା ଆସିବା ପୂରା ବନ୍ଦ ହୋଇଯାଇଛି।

kannatଲକଡାଉନ ପୂର୍ବରୁ ନୂଆଦିଲ୍ଲୀର କନ୍ନଟ ପ୍ଲେସର ଏହି ସ୍ଥିତି ଦେଖିବାକୁ ମିଳିବ ତାହା କେହି କଳ୍ପନା ବି କରିନଥିବେ। କିନ୍ତୁ ଆଜି ଏଠାରେ ଖାନ ଖାଁ।

mumbaiଏହି ଚିତ୍ର ହେଉଛି ମୁମ୍ବାଇର ଡା. ବଲିଗା ନଗରର ଯାହା ଧାରାବିରେ ସ୍ଥିତ। ଏଠାରେ ମଧ୍ୟ କାରୋନା ଭାଇରସର ତିନୋଟି ମାମଲା ଆସିବା ପରେ ଏହାକୁ କଣ୍ଟେନମେଣ୍ଟ ଏରିଆ ଘୋଷିତ କରିଦିଆଯାଇଛି।

prayagrajଆସ୍ଥାର ନଗର ପ୍ରୟାଗରାଜ, ଯେଉଁଠି ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ ସେଠାରେ ଆଜି କେଉଁ ସ୍ଥିତି ତାହା ଆପଣ ଏହି ଫଟୋରୁ ଜାଣିପାରୁଥିବେ।

chennaiଏ ଚିତ୍ର ହେଉଛି ଚେନ୍ନାଇର ଏନ୍ନର ଏକ୍ସପ୍ରେସ-ୱେ, ଦେଶବ୍ୟାପୀ ଲକଡାଉନ ପାଇଁ ଏଠାରେ ଆଜି ଜନଶୂନ୍ୟ ହୋଇଯାଇଛି।

bengaluruବେଙ୍ଗାଲୁରୁର ଏହି ଚିତ୍ର ଦେଖି ଆପଣ ସବୁ ବୁଝିପାରୁଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.