ସ୍ପେଶାଲ

ଥିଏଟର ରିଜର୍ଭ କରାଇ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ମିଶି ଦେଖନ୍ତୁ ସିନେମା, ସମ୍ପୂର୍ଣ୍ଣ ପ୍ରାଇଭେସି ସହ ମାତ୍ର ଏତିକି ଟଙ୍କାରେ ରହିଛି ପ୍ୟାକେଜ

କରୋନା କାଳରେ ଲୋକେ ଏତେ ଡରୁଛନ୍ତି ଯେ ବାହାରେ ସାଙ୍ଗସାଥୀଙ୍କ ସହ ମିଶି ଖାଇବା ପିଇବା ମଧ୍ୟ ଛାଡ଼ିଦେଇଛନ୍ତି। ସେହିପରି ୨/୩ ଘଣ୍ଟା ବସି ସିନେମା ଦେଖିବାକୁ ମଧ୍ୟ ଭୟ କରୁଛନ୍ତି। କିନ୍ତୁ ଏବେ ମଲ୍ଟିସ୍କ୍ରିନ ଥିଏଟର ଚଲାଉଥିବା କିଛି କମ୍ପାନୀ ଏମିତି ଅଫର ବାହାର କରିଛନ୍ତି ଯେ ଆପଣ ଆପଣଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହ ବସି ସୁରକ୍ଷିତ ସିନେମା ଦେଖିପାରିବେ।

କମ୍ପାନୀଗୁଡ଼ିକ ଆପଣଙ୍କୁ ହଲ ରିଜର୍ଭ କରିବାକୁ ଅଫର ଦେଇଛନ୍ତି। ଏହାଦ୍ୱାରା ଆପଣଙ୍କୁ ଲିଭିଂ ରୁମରେ ବସି ସିନେମା ଦେଖିଲା ପରି ଲାଗିବ। ଏହି ଯୋଜନା ସମ୍ପର୍କରେ ପିବିଆର ଏବଂ ୱେବ ସିନେମା ସମୂହ ଘୋଷଣା କରିଛନ୍ତି। ଏ ନେଇ ପିବିଆର ସିନେମାର ସିଇଓ ଗୌତମ ଦତ୍ତ କହିଛନ୍ତି, ଲୋକେ ଏମିତି ଭାବେ ସିନେମା ଦେଖିଲେ, ସେମାନଙ୍କ ପ୍ରାଇଭେସି ବଜାୟ ରହିବ।

ହଲ ରିଜର୍ଭ କରିବା ପାଇଁ ଅତି କମରେ ୧,୯୯୯ ଟଙ୍କାର ପ୍ୟାକେଜ ରହିଛି। ଏଥିରେ ଅଧିକରୁ ଅଧିକ ୧୫ରୁ ୨୦ଜଣ ବ୍ୟକ୍ତି ଏକାଠି ବସି ସିନେମାର ଆନନ୍ଦ ନେଇପାରିବେ। ପିବିଆର ସମୂହ ଦେଶରେ କିଛି ବିଳାସପୂର୍ଣ୍ଣ ଥିଏଟର ମଧ୍ୟ ଚଲାଉଛି, ଯେଉଁଥିରେ ଆରାମଦାୟକ ସୋଫା ଭଳି ବହୁତ ବିଳାସପୂର୍ଣ୍ଣ ସୁବିଧା ସବୁ ରହିଛି। ଏହି ଥିଏଟରକୁ ମଧ୍ୟ ବୁକ କରିବାର ସୁବିଧା ଉପଲବ୍ଧ ଅଛି। ଏଥିପାଇଁ ଆପଣଙ୍କୁ ଅତି କମରେ ୪,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆପଣ ଚାହିଁଲେ ଆପଣଙ୍କ ପରିବାର ଲୋକ ଏବଂ ସାଙ୍ଗସାଥୀମାନଙ୍କୁ ଖାଦ୍ୟପେୟ ମଧ୍ୟ ପରସା ଯାଇପାରିବ। କିନ୍ତୁ ଏଥିପାଇଁ ଅଲଗା ଖର୍ଚ୍ଚ ଦେବାକୁ ପଡ଼ିବ।

ସେହିପରି ମଲ୍ଟିପ୍ଲେକ୍ସ ଚଲାଉଥିବା ୱେବ ସିନେମାର ଭାଇସ ପ୍ରେସିଡେଣ୍ଟ୍ ଯୋଗେଶ ରାୟଜାଦାଙ୍କ କହିବା ଅନୁଯାୟୀ, ୱେବ ସିନେମାରେ ଆପଣ ଚାହିଁଲେ ନିଜ ପିଲାଙ୍କ ଜନ୍ମଦିନ କିମ୍ବା ନିଜ ବିବାହ ବାର୍ଷିକୀ ପାଳନ କରି ସିନେମା ଦେଖିପାରିବେ। ଏଥିପାଇଁ ୨,୪୯୯ ଟଙ୍କାର ପ୍ୟାକେଜ ରହିଛି। ଏହି ରାଶିରେ ଆପଣ ଅଧିକତର ୨୫ଜଣ ଲୋକଙ୍କୁ ସିନେମା ଦେଖିବା ପାଇଁ ଆମନ୍ତ୍ରିତ କରିପାରିବେ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

23 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

29 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago