ଶତାବ୍ଦୀର ସବୁଠାରୁ ବଡ଼ ବିପର୍ୟ୍ୟୟ ହେଉଛି କରୋନା । ଯାହାର ଭ୍ୟାକସିନ ଏବେବି ବାହାରି ନାହିଁ । ତେଣୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି ଆଉ ହଜାର ହଜାର ମରୁଛନ୍ତି । ସମସ୍ତେ ଆଶା ଭିତରେ ବଞ୍ଚିଛନ୍ତି ଯେ ଭ୍ୟାକସିନ୍ ବାହାରିବ ଏବଂ ମଣିଷ ଜୀବନ ବଞ୍ଚିବ । ପ୍ରାୟତଃ ବିଶ୍ୱାର ସବୁ ଅଗ୍ରଣୀ ରାଷ୍ଟ୍ର କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଜୋରସୋର ଲାଗିପଡ଼ିଛନ୍ତି । ଅନ୍ୟପଟେ ଟିକା ପ୍ରସ୍ତୁତିରେ କେତେବେଳେ କିଛି ଦିନ ଭିତରେ ଓ ଆଉ କେତେବେଳେ ମାସ ମାସ ଲାଗିଯିବ ବୋଲି କୁହାଯାଉଛି । ତେବେ ଏସବୁ ଆଶା ଓ ଆଶଙ୍କା ଭିତରେ ଆସନ୍ତୁ ଜାଣିବା କେଉଁ ଦେଶ କିଭଳି ସ୍ଥିତିରେ ଅଛି । କିଏ ପ୍ରଥମେ କୋଭିଡ୍ ଟିକ ପ୍ରସ୍ତୁତ କରିବ । ଏ ସମ୍ପର୍କରେ ଜାଣିବା କରୋନା ଭ୍ୟାକସିନ୍ ଟ୍ରାକର ଠାରୁ ।
ଆମ ପାଖରେ ଏବେ ବହୁ ଚର୍ଚ୍ଚିତ ୧୯ଟି ଚିକିତ୍ସା ପଦ୍ଧତି ସମ୍ପର୍କରେ ସୂଚନା ରହିଛି । ଯେଉଁଥିରୁ ଅଳ୍ପ କେତେକ କୋଭିଡ୍ ଚିକିତ୍ସାରେ ଫଳପ୍ରଦ ହୋଇଥିବା ପ୍ରମାଣ ମିଳିଛି । ଅଧିକାଂଶ କିନ୍ତୁ ପ୍ରାଥମିକ ପର୍ୟ୍ୟାୟରେ ରହିଛି । ଆଉ କିଛି ପୂରା ପୂରି ମିଛ ବୋଲି ଜଣାପଡ଼ିଛି ।
ଆସନ୍ତୁ ଜାଣିବା ପରୀକ୍ଷା ନିରୀକ୍ଷା ଚାଲିଥିବା ଏସବୁ ଭ୍ୟାକସିନର କିଭଳି ଯାଞ୍ଚ କରାଯାଏ । ପ୍ରି-କ୍ଲିନିକାଲ ପର୍ୟ୍ୟାୟରେ ଏହାକୁ ପଶୁମାନଙ୍କୁ ଦିଆଯାଏ । ସେମାନଙ୍କ ରୋଗପ୍ରତିରୋଧକ ଶକ୍ତିରେ କଣ ପରିବର୍ତ୍ତନ ଆସୁଛି ତାକୁ ଦୃଷ୍ଟିରେ ରଖାଯାଏ ।
ପ୍ରଥମ ପର୍ୟ୍ୟାୟରେ କ୍ଲିନିକାଲ ଟେଷ୍ଟ କରାଯାଇଥାଏ । ଏଥିରେ ଗୋଟିଏ ଛୋଟିଆ ଗ୍ରୁପ୍ର ଲୋକଙ୍କୁ ଏହି ଭ୍ୟାକସିନ ଦିଆଯାଏ । ଏହାପରେ ସେମାନଙ୍କ ଠାରେ ହେଉଥିବା ପ୍ରତିକ୍ରିୟାର ବିଶ୍ଳେଷଣ କରାଯାଇଥାଏ । ଦ୍ୱିତୀୟ ର୍ପ୍ୟାୟରେ ଶତାଧିକ ଲୋକଙ୍କୁ ଏହି ଭ୍ୟାକସିନ୍ ଦିଆଯାଇ ସେମାନଙ୍କ ଠାରେ ହେଉଥିବା ପରିବର୍ତ୍ତନକୁ ବୈଜ୍ଞାନିକମାନେ ଦୃଷ୍ଟିରେ ରଖନ୍ତି । ଆଉ ତୃତୀୟ ପର୍ୟ୍ୟାୟରେ ଭ୍ୟାକସିନକୁ ୧ ହଜାରରୁ ଅଧିକ ଲୋକଙ୍କୁ ଦିଆଯାଇ ତାର ଫଳାଫଳକୁ ବିଚାର କରାଯାଇଥାଏ ।
ବିଭିନ୍ନ ଦେଶ ଏବେ ଏହି ଭ୍ୟାକସିନ୍ ପ୍ରସ୍ତୁତିରେ ଭିନ୍ନ ଭିନ୍ନ ସ୍ତରରେ ରହିଛନ୍ତି । ସେଥିରେ ଚୀନ୍ ଓ ଆମେରିକା ଆଦି ଆଗୁଆ ଥିବା ବେଳେ ଭାରତର ଦୁଇଟି କମ୍ପାନୀ ମଧ୍ୟ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ଏଥିରେ ଭାରତର ଦୁଇଟି କମ୍ପାନୀ ମଧ୍ୟ ରହିଛନ୍ତି ।
ପ୍ରାୟ ୧୪୦ରୁ ଅଧିକ ଗବେଷକ ଟିମ୍ କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗିଛନ୍ତି । ଦେଖିବାର କଥା କିଏ ପ୍ରଥମେ ସମ୍ପୂର୍ଣ୍ଣ ସଫଳ ହେଉଛି ଆଉ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ପ୍ରଥମ ଶ୍ରେୟ ନେଉଛି।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…