Below header

କେବେ ଆସିବ କରୋନା ଭ୍ୟାକସିନ୍ ? ଆସନ୍ତୁ ଜାଣିବା କାହାର ପରୀକ୍ଷା ନିରୀକ୍ଷା ଅଛି କେଉଁ ସ୍ତରରେ

ଶତାବ୍ଦୀର ସବୁଠାରୁ ବଡ଼ ବିପର‌୍ୟ୍ୟୟ ହେଉଛି କରୋନା । ଯାହାର ଭ୍ୟାକସିନ ଏବେବି ବାହାରି ନାହିଁ । ତେଣୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି ଆଉ ହଜାର ହଜାର ମରୁଛନ୍ତି । ସମସ୍ତେ ଆଶା ଭିତରେ ବଞ୍ଚିଛନ୍ତି ଯେ ଭ୍ୟାକସିନ୍ ବାହାରିବ ଏବଂ ମଣିଷ ଜୀବନ ବଞ୍ଚିବ । ପ୍ରାୟତଃ ବିଶ୍ୱାର ସବୁ ଅଗ୍ରଣୀ ରାଷ୍ଟ୍ର କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଜୋରସୋର ଲାଗିପଡ଼ିଛନ୍ତି । ଅନ୍ୟପଟେ ଟିକା ପ୍ରସ୍ତୁତିରେ କେତେବେଳେ କିଛି ଦିନ ଭିତରେ ଓ ଆଉ କେତେବେଳେ ମାସ ମାସ ଲାଗିଯିବ ବୋଲି କୁହାଯାଉଛି । ତେବେ ଏସବୁ ଆଶା ଓ ଆଶଙ୍କା ଭିତରେ ଆସନ୍ତୁ ଜାଣିବା କେଉଁ ଦେଶ କିଭଳି ସ୍ଥିତିରେ ଅଛି । କିଏ ପ୍ରଥମେ କୋଭିଡ୍ ଟିକ ପ୍ରସ୍ତୁତ କରିବ । ଏ ସମ୍ପର୍କରେ ଜାଣିବା କରୋନା ଭ୍ୟାକସିନ୍ ଟ୍ରାକର ଠାରୁ ।
ଆମ ପାଖରେ ଏବେ ବହୁ ଚର୍ଚ୍ଚିତ ୧୯ଟି ଚିକିତ୍ସା ପଦ୍ଧତି ସମ୍ପର୍କରେ ସୂଚନା ରହିଛି । ଯେଉଁଥିରୁ ଅଳ୍ପ କେତେକ କୋଭିଡ୍ ଚିକିତ୍ସାରେ ଫଳପ୍ରଦ ହୋଇଥିବା ପ୍ରମାଣ ମିଳିଛି । ଅଧିକାଂଶ କିନ୍ତୁ ପ୍ରାଥମିକ ପର‌୍ୟ୍ୟାୟରେ ରହିଛି । ଆଉ କିଛି ପୂରା ପୂରି ମିଛ ବୋଲି ଜଣାପଡ଼ିଛି ।

TRACKER-5ସାରା ବିଶ୍ୱରେ ଡାକ୍ତରମାନେ କରୋନା ରୋଗୀମାନଙ୍କୁ ଯେଉଁ ପ୍ରକାର ଚିକିତ୍ସା କରୁଛନ୍ତି ତାକୁ ବିଶ୍ଳେଷଣ କରି ଏହି ସବୁ ଚିକିତ୍ସା ପଦ୍ଧତି ବା ଔଷଧକୁ ରେଟିଂ ଦିଆଯାଇଛି । କରୋନାର ଏକ ବଡ଼ ଲକ୍ଷଣ ହେଉଛି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା । ଏହାକୁ ସ୍ୱାଭାବିକ କରି ପାରିଲେ ରୋଗୀ ସୁସ୍ଥ ହେଉଥିବା ଦେଖାଯାଇଛି । ତେଣୁ ଏହି ପଦ୍ଧତି ଉପରେ ବିଶେଷ ଭାବେ ଗବେଷଣା ଚାଲିଛି । ତଥାପି ଏହାକୁ ନେଇ ଯେଉଁ ପରୀକ୍ଷା ନିରୀକ୍ଷା କରାଯାଇଛି ତାର ଅଧିକ ଗବେଷଣା ଦରକାର ହେଉଛି ।TRACKER-4ଏସବୁ ସତ୍ତ୍ୱେ ବିଭିନ୍ନ ଦେଶରେ ହେଉଥିବା ପରୀକ୍ଷା ନିରୀକ୍ଷାର ଭିନ୍ନ ଭିନ୍ନ ପ୍ରକାର ଫଳାଫଳ ଆସିଛି । କେତେକେ ସ୍ଥାନରେ ଭ୍ୟାକସିନ ପ୍ରସ୍ତୁତ କରାଯିବା ପରେ ତାକୁ ପଶୁଙ୍କ ଦେହରେ ପରୀକ୍ଷା କରାଯାଇଛି । ହେଲେ ମଣିଷଙ୍କ ଠାରେ ପରୀକ୍ଷା କରାଯିବା ବାକି ଅଛି । ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା କିଭଳି କାମ କରୁଛି ତାକୁ ଯାଞ୍ଚ କରାଯାଉଛି । ଆଉ କିଛି ମଣିଷ ଦେହରେ ପରୀକ୍ଷା କରାଯିବା ପରେ ତାର ପ୍ରତିକ୍ରିୟା ପାଇଁ ଅପେକ୍ଷା କରାଯାଇଛି । ତେବେ ଏସବୁ ଭିତରୁ କିଛି ଭ୍ୟାକସିନ ଆମ ପାଇଁ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ସତର୍କ କରି ଦେଇଛନ୍ତି ।

TRACKER-2

ଆସନ୍ତୁ ଜାଣିବା ପରୀକ୍ଷା ନିରୀକ୍ଷା ଚାଲିଥିବା ଏସବୁ ଭ୍ୟାକସିନର କିଭଳି ଯାଞ୍ଚ କରାଯାଏ । ପ୍ରି-କ୍ଲିନିକାଲ ପର‌୍ୟ୍ୟାୟରେ ଏହାକୁ ପଶୁମାନଙ୍କୁ ଦିଆଯାଏ । ସେମାନଙ୍କ ରୋଗପ୍ରତିରୋଧକ ଶକ୍ତିରେ କଣ ପରିବର୍ତ୍ତନ ଆସୁଛି ତାକୁ ଦୃଷ୍ଟିରେ ରଖାଯାଏ ।
ପ୍ରଥମ ପର‌୍ୟ୍ୟାୟରେ କ୍ଲିନିକାଲ ଟେଷ୍ଟ କରାଯାଇଥାଏ । ଏଥିରେ ଗୋଟିଏ ଛୋଟିଆ ଗ୍ରୁପ୍‌ର ଲୋକଙ୍କୁ ଏହି ଭ୍ୟାକସିନ ଦିଆଯାଏ । ଏହାପରେ ସେମାନଙ୍କ ଠାରେ ହେଉଥିବା ପ୍ରତିକ୍ରିୟାର ବିଶ୍ଳେଷଣ କରାଯାଇଥାଏ । ଦ୍ୱିତୀୟ ର୍ପ୍ୟାୟରେ ଶତାଧିକ ଲୋକଙ୍କୁ ଏହି ଭ୍ୟାକସିନ୍ ଦିଆଯାଇ ସେମାନଙ୍କ ଠାରେ ହେଉଥିବା ପରିବର୍ତ୍ତନକୁ ବୈଜ୍ଞାନିକମାନେ ଦୃଷ୍ଟିରେ ରଖନ୍ତି । ଆଉ ତୃତୀୟ ପର‌୍ୟ୍ୟାୟରେ ଭ୍ୟାକସିନକୁ ୧ ହଜାରରୁ ଅଧିକ ଲୋକଙ୍କୁ ଦିଆଯାଇ ତାର ଫଳାଫଳକୁ ବିଚାର କରାଯାଇଥାଏ ।
ବିଭିନ୍ନ ଦେଶ ଏବେ ଏହି ଭ୍ୟାକସିନ୍ ପ୍ରସ୍ତୁତିରେ ଭିନ୍ନ ଭିନ୍ନ ସ୍ତରରେ ରହିଛନ୍ତି । ସେଥିରେ ଚୀନ୍ ଓ ଆମେରିକା ଆଦି ଆଗୁଆ ଥିବା ବେଳେ ଭାରତର ଦୁଇଟି କମ୍ପାନୀ ମଧ୍ୟ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ଏଥିରେ ଭାରତର ଦୁଇଟି କମ୍ପାନୀ ମଧ୍ୟ ରହିଛନ୍ତି ।

musaଚୀନ୍‌ର ସିନୋଭାକ୍ ତାର ପରୀକ୍ଷା ନିରୀକ୍ଷାର ତୃତୀୟ ପର‌୍ୟ୍ୟାୟରେ ପହଞ୍ଚିଛି । ବ୍ରାଜିଲରେ ଏବେ ଏହାର ପରୀକ୍ଷା କରାଯାଉଛି । ଆମେରିକାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କରୁଥିବା ପରୀକ୍ଷା ମଧ୍ୟ ତୃତୀୟ ପର‌୍ୟ୍ୟାୟରେ ପହଞ୍ଚିଛି । ଏହି ଭ୍ୟାକସିନ୍ ସିପାଞ୍ଜି ଦେହରେ ଦିଆଯାଇଛି । ଚୀନ୍‌ର ବେଜିଂ ଇନଷ୍ଟିିଚ୍ୟୁଟ୍ ଅଫ୍ ବାୟୋଟେକନୋଲୋଜି ଏବଂ କାନସିନୋ ବାୟୋଲୋଜିକ୍ସ ମିଳିତ ଭାବେ ଚଳାଇଥିବା ପ୍ରସ୍ତୁତି ଦ୍ୱିତୀୟ ପର‌୍ୟ୍ୟାୟରେ ରହିଛି । ଆମେରିକାର ମଡେର୍ଣ୍ଣା ଓ ନିଆଇଡ ମଧ୍ୟ ଏଦିଗରେ ଅଗ୍ରଣୀ ଅଛନ୍ତି ।
ପ୍ରାୟ ୧୪୦ରୁ ଅଧିକ ଗବେଷକ ଟିମ୍ କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗିଛନ୍ତି । ଦେଖିବାର କଥା କିଏ ପ୍ରଥମେ ସମ୍ପୂର୍ଣ୍ଣ ସଫଳ ହେଉଛି ଆଉ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ପ୍ରଥମ ଶ୍ରେୟ ନେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.