Categories: ସ୍ପେଶାଲ

ଏଠି ଦୁର୍ଗାଙ୍କ ପୂଜା ତ ହୋଇଥାଏ , କିନ୍ତୁ ଦୁର୍ଗା ହେବାକୁ ଦିଆଯାଏନି

“ଯା ଦେବୀ ସର୍ବଭୂତେଷୁ ଶାନ୍ତି ରୂପେଣ ସଂସ୍ଥିତା
ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ”

ବର୍ଷରେ ଦୁଇ ଥର ୯ ଦିନ ଆମେ ଜୟ ମାତା ଦି କରିଥାଉ । କିନ୍ତୁ ବାକି ୩୬୫ – ୯- ୯ ଦିନ ସେହି ଦୁର୍ଗାକୁ ନିଜ ଚିନ୍ତାଧାରା ଉପରେ ଆଶ୍ରିତ କରିଦେଉ ଯେ , ସେ ଘରୁ ସାଙ୍ଗ ମାନଙ୍କ ନିକଟକୁ ଯିବା ବେଳେ ଭାଇ କହେ ଦୁଇ ଘଂଟାରେ ଫେରି ଆସିବୁ । ସ୍ବାମୀଙ୍କୁ ନପଚାରି ଟଙ୍କାଟିଏ ବି ଖର୍ଚ୍ଚ କରୁନଥିବା ସ୍ତ୍ରୀ ଯଦି ୧୦ ଟଙ୍କା ଅଧିକ ଖର୍ଚ୍ଚ କରିଦିଏ ତେବେ ତାକୁ ହିସାବ ଦେବାକୁ ପଡିଥାଏ । ଶକ୍ତିର ରୂପ ମା’ ଦୁର୍ଗାଙ୍କ ପୂଜା ତ କରୁ ଆମେ । କିନ୍ତୁ ଗୋଟେ ଝିଅକୁ ଏତେ ବାଧ୍ୟ କରିଦେଉ ଯେ ସେ ନିଜ ଠିକ୍ ନିଷ୍ପତ୍ତି ପାଇଁ ସାରା ଜୀବନ ଅନୁତାପ କରି ରହିଯାଏ ।

Courtesy : hindi.scoopwhoop.com

ୟେ ସେ ଦୁର୍ଗା ନୁହେଁ , ଯିଏ ନିର୍ଭିକ ହୋଇ ସିଂହରେ ସବାର ହୋଇଥାଏ । ୟେ ସେ ଦୁର୍ଗା ଯିଏ ଗଳିରେ ଡରି ଡରି ଯାଏ , ରାତିରେ ଏକା ଚାଲିବା ସମୟରେ ଡରିଥାଏ , ଭୁଲ୍ ବିରୋଧରେ କହି ପାରେନି । ଏମିତି ଦୁର୍ଗା ତିଆରି କରୁଛେ ଆମେ ।

ଘରର ଚମକୁଥିବା ମନ୍ଦିରରେ ଆମେ ଦୁର୍ଗାଙ୍କୁ ସ୍ଥାନ ତ ଦେଇଦେଲେ । କିନ୍ତୁ ଅନ୍ୟପଟେ ଦ୍ବିତୀୟ ଦୁର୍ଗାକୁ ସେଇଠି ବାନ୍ଧି ଦେଲେ । ବାନ୍ଧିଦେଲେ କି ଯେମିତି ସେ କିଛି କରିବା ପୂର୍ବରୁ କିମ୍ବା କହିବା ପୂର୍ବରୁ ସମାଜ, ନିଜ ଇଜ୍ଜତ, ପରିବାର , ଖାନଦାନର ଇଜ୍ଜତ ବିଷୟରେ ଶହେ ଥର ଭାବିବ । ବାନ୍ଧିଦେଲେ ଯେମିତି ସେ ନିଜ ଚରିତ୍ରର ପ୍ରମାଣ ଦେଉଥିବ । ନଚେତ୍ ସମାଜର ସମସ୍ତ ଖରାପ ଭାଷା Whore, Slut, Bitch ଆଦି ତାକୁ ସ୍ବାଗତ କରିବାକୁ ଯେମିତି ଅପେକ୍ଷାରତ । ସେ ଏକ ବିଗିଡି ଯାଇଥିବା ଝିଅ କୁହାଇବ ଯଦି ବାପା , ମା ତାକୁ ବାନ୍ଧିଲେନି । ସେଥିପାଇଁ ଆମେ ସେ ଜ୍ବାଲାକୁ ସେ ଜଗତଜନନୀକୁ ବାନ୍ଧି ଦେଉ ।

କେମିତି ହେବ ସେ ଦୁର୍ଗା ? ଯେତେବେଳ କି ଉଚ୍ଚ ଶିକ୍ଷା ପରିବର୍ତ୍ତେ ତାକୁ ବିବାହ ଏବଂ ପିଲାଙ୍କ ଯତ୍ନ ନେଇ ଶିକ୍ଷା ଦିଆଯାଏ । କେମିତି କହିବ ସେ ନିଜ ମନ କଥା ଯେତେବେଳେ ଶଙ୍ଖ ସ୍ଥାନରେ ତା ହାତରେ ଘରର ଚାବି ଧରାଇ ଦିଆଯାଏ । କେମିତି ହେବ ସେ ଦୁର୍ଗା – କାଳୀ, ଯେତେବେଳେ ତାକୁ ଗୋଟିଏ ଚରିତ୍ରରେ ହିଁ ବାନ୍ଧି ଦିଆଯାଏ ।

ଯଦି ଦେବତା ମାନେ ସେହି ଦୁର୍ଗା ଉପରେ Limitations ଲଗାଇଥାନ୍ତେ , ତାହେଲେ କଣ ସେ ହୋଇପାରିଥାନ୍ତା ଦୁର୍ଗା । ଯଦି କୁହାଯାଇଥାନ୍ତା ତମେ ଦିନରେ ତ ରାକ୍ଷସ ମାନଙ୍କୁ ମାରିପାରିବ ହେଲେ ରାତିରେ ନୁହେଁ । କାରଣ ରାତି ସୁରକ୍ଷିତ ନୁହେଁ । ଯଦି ତାକୁ କୁହାଯାଇଥାନ୍ତା ଦୁନିଆର ସମସ୍ତ ଦାୟିତ୍ବ ତୁମକୁ ହିଁ ନେବାକୁ ପଡିବ , ତାହାଲେ କଣ ଆଜି ଆମେ କରିଥାନ୍ତୁ ତାର ପୂଜା । ଯଦି ତାକୁ ଏତେ ଶସ୍ତ୍ର ନଦେଇ କେବଳ ଗୋଟିଏ ଢାଲ ଦିଆଯାଇଥାନ୍ତା ନିଜର ବଂଚାଇବା ପାଇଁ , ତେବେ କଣ ଆଜି ଆମେ ମୁଣ୍ଡ ନୁଆଁଇଥାନ୍ତୁ ତା ଦ୍ବାରରେ ।

ଯେଉଁ ରୂପରେ ଆମେ ଦେବୀଙ୍କୁ ଆରାଧନା କରୁଛୁ ସେ ଏତେ ଦୟାଳୁ ଏବଂ ସ୍ବଚ୍ଛନ୍ଦ ଯେ ଯଦି ମଡର୍ଣ୍ଣ ସନ୍ଦର୍ଭରେ ତାଙ୍କୁ ପରିକଳ୍ପନା କରାଯାଏ ତେବେ ବହୁତ ଲୋକଙ୍କୁ ସେହି ନାରୀକୁ ନେଇ ଆପତ୍ତି ହେବ । କାରଣ ସେ ତାଙ୍କର ମାନ୍ୟତା ଅନୁସାରେ Fit ହେବନି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

10 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

16 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

29 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago