“ଯା ଦେବୀ ସର୍ବଭୂତେଷୁ ଶାନ୍ତି ରୂପେଣ ସଂସ୍ଥିତା
ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ”
ବର୍ଷରେ ଦୁଇ ଥର ୯ ଦିନ ଆମେ ଜୟ ମାତା ଦି କରିଥାଉ । କିନ୍ତୁ ବାକି ୩୬୫ – ୯- ୯ ଦିନ ସେହି ଦୁର୍ଗାକୁ ନିଜ ଚିନ୍ତାଧାରା ଉପରେ ଆଶ୍ରିତ କରିଦେଉ ଯେ , ସେ ଘରୁ ସାଙ୍ଗ ମାନଙ୍କ ନିକଟକୁ ଯିବା ବେଳେ ଭାଇ କହେ ଦୁଇ ଘଂଟାରେ ଫେରି ଆସିବୁ । ସ୍ବାମୀଙ୍କୁ ନପଚାରି ଟଙ୍କାଟିଏ ବି ଖର୍ଚ୍ଚ କରୁନଥିବା ସ୍ତ୍ରୀ ଯଦି ୧୦ ଟଙ୍କା ଅଧିକ ଖର୍ଚ୍ଚ କରିଦିଏ ତେବେ ତାକୁ ହିସାବ ଦେବାକୁ ପଡିଥାଏ । ଶକ୍ତିର ରୂପ ମା’ ଦୁର୍ଗାଙ୍କ ପୂଜା ତ କରୁ ଆମେ । କିନ୍ତୁ ଗୋଟେ ଝିଅକୁ ଏତେ ବାଧ୍ୟ କରିଦେଉ ଯେ ସେ ନିଜ ଠିକ୍ ନିଷ୍ପତ୍ତି ପାଇଁ ସାରା ଜୀବନ ଅନୁତାପ କରି ରହିଯାଏ ।
ୟେ ସେ ଦୁର୍ଗା ନୁହେଁ , ଯିଏ ନିର୍ଭିକ ହୋଇ ସିଂହରେ ସବାର ହୋଇଥାଏ । ୟେ ସେ ଦୁର୍ଗା ଯିଏ ଗଳିରେ ଡରି ଡରି ଯାଏ , ରାତିରେ ଏକା ଚାଲିବା ସମୟରେ ଡରିଥାଏ , ଭୁଲ୍ ବିରୋଧରେ କହି ପାରେନି । ଏମିତି ଦୁର୍ଗା ତିଆରି କରୁଛେ ଆମେ ।
ଘରର ଚମକୁଥିବା ମନ୍ଦିରରେ ଆମେ ଦୁର୍ଗାଙ୍କୁ ସ୍ଥାନ ତ ଦେଇଦେଲେ । କିନ୍ତୁ ଅନ୍ୟପଟେ ଦ୍ବିତୀୟ ଦୁର୍ଗାକୁ ସେଇଠି ବାନ୍ଧି ଦେଲେ । ବାନ୍ଧିଦେଲେ କି ଯେମିତି ସେ କିଛି କରିବା ପୂର୍ବରୁ କିମ୍ବା କହିବା ପୂର୍ବରୁ ସମାଜ, ନିଜ ଇଜ୍ଜତ, ପରିବାର , ଖାନଦାନର ଇଜ୍ଜତ ବିଷୟରେ ଶହେ ଥର ଭାବିବ । ବାନ୍ଧିଦେଲେ ଯେମିତି ସେ ନିଜ ଚରିତ୍ରର ପ୍ରମାଣ ଦେଉଥିବ । ନଚେତ୍ ସମାଜର ସମସ୍ତ ଖରାପ ଭାଷା Whore, Slut, Bitch ଆଦି ତାକୁ ସ୍ବାଗତ କରିବାକୁ ଯେମିତି ଅପେକ୍ଷାରତ । ସେ ଏକ ବିଗିଡି ଯାଇଥିବା ଝିଅ କୁହାଇବ ଯଦି ବାପା , ମା ତାକୁ ବାନ୍ଧିଲେନି । ସେଥିପାଇଁ ଆମେ ସେ ଜ୍ବାଲାକୁ ସେ ଜଗତଜନନୀକୁ ବାନ୍ଧି ଦେଉ ।
କେମିତି ହେବ ସେ ଦୁର୍ଗା ? ଯେତେବେଳ କି ଉଚ୍ଚ ଶିକ୍ଷା ପରିବର୍ତ୍ତେ ତାକୁ ବିବାହ ଏବଂ ପିଲାଙ୍କ ଯତ୍ନ ନେଇ ଶିକ୍ଷା ଦିଆଯାଏ । କେମିତି କହିବ ସେ ନିଜ ମନ କଥା ଯେତେବେଳେ ଶଙ୍ଖ ସ୍ଥାନରେ ତା ହାତରେ ଘରର ଚାବି ଧରାଇ ଦିଆଯାଏ । କେମିତି ହେବ ସେ ଦୁର୍ଗା – କାଳୀ, ଯେତେବେଳେ ତାକୁ ଗୋଟିଏ ଚରିତ୍ରରେ ହିଁ ବାନ୍ଧି ଦିଆଯାଏ ।
ଯଦି ଦେବତା ମାନେ ସେହି ଦୁର୍ଗା ଉପରେ Limitations ଲଗାଇଥାନ୍ତେ , ତାହେଲେ କଣ ସେ ହୋଇପାରିଥାନ୍ତା ଦୁର୍ଗା । ଯଦି କୁହାଯାଇଥାନ୍ତା ତମେ ଦିନରେ ତ ରାକ୍ଷସ ମାନଙ୍କୁ ମାରିପାରିବ ହେଲେ ରାତିରେ ନୁହେଁ । କାରଣ ରାତି ସୁରକ୍ଷିତ ନୁହେଁ । ଯଦି ତାକୁ କୁହାଯାଇଥାନ୍ତା ଦୁନିଆର ସମସ୍ତ ଦାୟିତ୍ବ ତୁମକୁ ହିଁ ନେବାକୁ ପଡିବ , ତାହାଲେ କଣ ଆଜି ଆମେ କରିଥାନ୍ତୁ ତାର ପୂଜା । ଯଦି ତାକୁ ଏତେ ଶସ୍ତ୍ର ନଦେଇ କେବଳ ଗୋଟିଏ ଢାଲ ଦିଆଯାଇଥାନ୍ତା ନିଜର ବଂଚାଇବା ପାଇଁ , ତେବେ କଣ ଆଜି ଆମେ ମୁଣ୍ଡ ନୁଆଁଇଥାନ୍ତୁ ତା ଦ୍ବାରରେ ।
ଯେଉଁ ରୂପରେ ଆମେ ଦେବୀଙ୍କୁ ଆରାଧନା କରୁଛୁ ସେ ଏତେ ଦୟାଳୁ ଏବଂ ସ୍ବଚ୍ଛନ୍ଦ ଯେ ଯଦି ମଡର୍ଣ୍ଣ ସନ୍ଦର୍ଭରେ ତାଙ୍କୁ ପରିକଳ୍ପନା କରାଯାଏ ତେବେ ବହୁତ ଲୋକଙ୍କୁ ସେହି ନାରୀକୁ ନେଇ ଆପତ୍ତି ହେବ । କାରଣ ସେ ତାଙ୍କର ମାନ୍ୟତା ଅନୁସାରେ Fit ହେବନି ।