ସ୍ପେଶାଲ

କଳକ୍କୀ ଅବତାର ଭାବେ ଆସୁଛି କି ଗ୍ଲୋବାଲ ଓ୍ଵାର୍ମିଂ, ଟିକେ ଭଲ କରି ଭାବନ୍ତୁ ତ ?

ଗ୍ଲୋବାଲ ଓ୍ଵାର୍ମିଂ । ସାରା ବିଶ୍ୱ ପାଇଁ ଭୟଙ୍କର ଚେତାବନୀ । ଏହାକୁ ରୋକା ନଗଲେ ଇଏ ହିଁ କରିବ ଶିବ ତାଣ୍ଡବ । ଆଣିବ ପ୍ରଳୟ । କୁହାଯାଏ, ଯେଉଁ ଜିନିଷର ସୃଷ୍ଟି ଅଛି ତାର ବିଲୟ ବା ବିନାଶ ନିଶ୍ଚୟ ହେବ । ସେହିଭଳି ଏ ସୃଷ୍ଟିର ବିନାଶକୁ କେହି ରୋକି ପାରିବେ ନାହିଁ । ତେବେ ଯେଉଁଠି ବିନାଶ ମନୁଷ୍ୟକୃତ ତାକୁ ରୋକିବାକୁ ଆମର ସାମର୍ଥ୍ୟ ରହିଛି । ବିଶ୍ୱ ବ୍ରହ୍ମାଣ୍ଡର ସବୁଠାରୁ ବୁଦ୍ଧିମାନ୍‌ ଜୀବ ହୋଇ ମଧ୍ୟ ଏଭଳି କିଛି କାମ କରୁଛି ମନୁଷ୍ୟ ଯାହାଫଳରେ ବିନାଶ ଆଡ଼କୁ ଗତି କରୁଛି । ପ୍ରକୃତି କୋଳରେ ଜନ୍ମ ମଣିଷ ଆଜି ସେହି ପ୍ରକୃତିକୁ ବିନଷ୍ଟ କରିବାରେ ଲାଗିଛି । ଯାହାର ଭୟଙ୍କର ପରିଣାମ ଧୀରେ ଧୀରେ ଭୋଗିବା ଆରମ୍ଭ ହୋଇଗଲାଣି । କେବେ ବନ୍ୟା କି ବାତ୍ୟା ତ କେବେ ଅସହ୍ୟ ତାତି । ପୁଣି କେବେ ଶୀତ ଓ ବରଫର ଦାଉରେ ଉବୁଟୁବୁ ହେଉଛି ମଣିଷ ।

ଦିନକୁ ଦିନ ବଢ଼ି ଚାଲିଛି ମଣିଷଙ୍କ ସଂଖ୍ୟା । ଆଉ ସେହି ମଣିଷର ଦାଉରେ ନିଶ୍ଚିହ୍ନ ହେବାକୁ ଲାଗିଲେଣି ପ୍ରକୃତିର ଦାନ, ବୃକ୍ଷଲତା, ଅନ୍ୟ ଜୀବଜନ୍ତୁ ସବୁ । ଏ ସମସ୍ତ ଘଟଣା ସେହି ମଣିଷର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଚାଲିଛି । ତଥାପି ବୁଝୁନି ମଣିଷ । ପ୍ରକୃତି ସହ ଖେଳ ଖେଳିଲେ ପରସ୍ଥିତି କେବଳ ଭୟଙ୍କର ହିଁ ହେବ । ଏହାକୁ ରୋକିବାକୁ କାହାର ବି ସାମର୍ଥ୍ୟ ନାହିଁ । ସମୁଦ୍ର ମାଡ଼ି ଆସିଲେ କେହି ବନ୍ଧବାଡ଼ ଦେଇ ରୋକି ପାରିବେ ନାହିଁ କି ଭୀଷଣ ବାତ୍ୟାକୁ ନିୟନ୍ତ୍ରଣ କରିବା ଲାଗି କୌଣସି ମେସିନ୍‌ ତିଆରି ହୋଇ ନାହିଁ । ତେଣୁ ଏସବୁ ପାଇଁ କେବଳ ପୂର୍ବ ପ୍ରସ୍ତୁତି ଓ ସତର୍କତା ହେଉଛି ଏକମାତ୍ର ଉପାୟ । ଜଙ୍ଗଲ କ୍ଷୟ, ବୃକ୍ଷ ନଷ୍ଟ, ପରିବେଶ ପ୍ରଦୂଷଣ ଏବଂ ଜଳ, ସ୍ଥଳ, ଆକାଶରୁ ପାତାଳ ଯାଏ ବର୍ଜ୍ୟବସ୍ତୁର ବିଲୟ ନହେବା ଆମ ପାଇଁ ଗ୍ଲୋବାଲ ଓ୍ଵାର୍ମିଂ ନାମକ ରାକ୍ଷସ ସୃଷ୍ଟି କରିଛି । ଯାହା ଆମ ପାଇଁ ଭସ୍ମାସୁର ପାଲଟୁଛି । ଆମେ ନିଜେ ତ ସଚେତନ ହେଉନାହାନ୍ତି ତା ସହିତ ଆମର ପରବର୍ତ୍ତୀ ପିଢ଼ିକୁ ବି ଏ ସମ୍ପର୍କରେ କୌଣସି ଶିକ୍ଷା ଦେଉନାହୁଁ । ଯଦି ବା ଦେଉଛୁ ତାହା ଯଥେଷ୍ଟ ହେଉନାହିଁ ।

ସମୟ ଆଉ ବିଳମ୍ବ ନକରି ପରିବାରରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଯାଏ ସମସ୍ତ ଜାଗାରେ ଗ୍ଲୋବାଲ ଓ୍ଵାର୍ମିଂ କେତେ କ୍ଷତିକାରକ ଏବଂ ଏହାର ପରିଣାମ କେତେ ଭୟଙ୍କର ସେ କଥା ପ୍ରଚାର କରାଯିବା ଉଚିତ ।

ଇଏ ହେଉଛି କଳିଯୁଗ । ଯଦି ଆମେ ଆମର ପୁରାଣ କଥାକୁ ବିଶ୍ୱାସ କରନ୍ତି ତେବେ ଏହାର ବିନାଶ ପାଇଁ ପ୍ରଭୁ ନାରାୟଣ କଳଳ୍କୀ ଅବତାର ଭାବେ ପୃଥିବୀକୁ ଆସିବେ । ହାତରେ ବାରହାତ ଖଣ୍ଡା ଧରି ମ୍ଳେଚ୍ଛ ସଂହାର କରିବେ । ହେଲେ ତାଙ୍କର ସେହି ଖଣ୍ଡା ଯଦି ଗ୍ଲୋବାଲ ଓ୍ଵାର୍ମିଂ ରୂପ ନେଇ ଆସୁଥିବ ସେକଥା କିଏ କହିବ ? ତେଣୁ ବର୍ତ୍ତମାନ ବି ସମୟ ଅଛି, ସେଥିଲାଗି ସତର୍କ ଓ ସଚେତନ ହେବା ନିହାତି ଜରୁରୀ ।

ଗୋଟିଏ କଥା ମନେ ରଖିବା ଉଚିତ, ଅତୀତ ହେଉଛି ଚାହା ଚାଲି ଯାଇଛି, ଭବିଷ୍ୟତ ଆମକୁ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛି । ଯେଉଁ ବର୍ତ୍ତମାନ କଥା ଆମେ ଚିନ୍ତା କରୁ ତାହା ସ୍ଥିର ନୁହେଁ । କାରଣ କୁହାଯାଏ ସିନା ବର୍ତ୍ତମାନ ଆମ ହାତରେ ଅଛି, ପ୍ରକୃତରେ ଥରେ ଭଲ କରି ଭାବିଲେ ଦେଖି, ଯେଉଁଠି ଘଣ୍ଟାକଣ୍ଟା ପ୍ରତି ମୁହୂର୍ତ୍ତରେ ଟିକ୍‌ ଟିକ୍‌ କରୁଛି ଓ ସମୟ ଗଡ଼ି ଚାଲିଛି, ସେଠି ବର୍ତ୍ତମାନ ବୋଲି କିଛି ଜିନିଷ ଅଛି କି ?

ତେଣୁ ସବୁ କିଛି ଚଳନ୍ତି ଅବସ୍ଥାରେ । ସେ ଅତୀତ, ହେଉ କି ବର୍ତ୍ତମାନ ଅବା ଭବିଷ୍ୟତ । ତେବେ ଏତିକି ମନେ ରଖିବା ଦରକାର ଯେ କର୍ମ ଅନୁସାରେ ଫଳ ମିଳିଥାଏ ଏବଂ ଭଗବାନ ଯୁଗେ ଯୁଗେ ଏଇ ପୃଥିବୀକୁ ରକ୍ଷା କରିବା ଲାଗି ବିଭିନ୍ନ ଅବତାର ନେଇଛନ୍ତି । ଯଦି ଆମେ ତାଙ୍କରି ପଥ ପ୍ରଦର୍ଶନ ଅନୁସାରେ କାର୍ଯ୍ୟ କରିବା ତେବେ ଉଭୟ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଶୁଭଙ୍କର ହେବ । ଯାହା ମଣିଷ ସମାଜକୁ ମଧ୍ୟ ରକ୍ଷା କରି ପାରିବ ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

14 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

22 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago