ସ୍ପେଶାଲ

ମିଷ୍ଟର ଏସିଆ ସମାଜସେବୀ ଟାଇଟଲ ଜିତିଲେ ସୋନପୁରର ଡ଼ାକ୍ତର ପ୍ରୀତମ ବାଗ

ନେପାଳରେ ଥିବା ମିଷ୍ଟର ଏସିଆ ପ୍ରତିଯୋଗିତାରେ ପୂର୍ବ ଭାରତରୁ ଏକ ମାତ୍ର ପ୍ରତିଯୋଗୀ ଭାବରେ ଭାଗ ନେଇ ମିଷ୍ଟର ଏସିଆର ଟାଇଟଲରେ ମିଷ୍ଟର ଏସିଆ ସମାଜସେବୀ ଭାବରେ ସମ୍ମାନ ଲାଭ କରି ନିଜ ତଥା ରାଜ୍ୟପାଇଁ ଗୌରବ ଆଣି ଦେଇଛନ୍ତି ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରୀତମ ବାଗ୍ । ତାଙ୍କର ଏହି କାର୍ଯ୍ୟ ଦକ୍ଷତା ପାଇଁ ସବୁଠୁ ମିଳୁଛି ପ୍ରଶଂସାର ସୁଅ। ପେଶାରେ ସେ ଜଣେ ଡ଼ାକ୍ତର ନିଶା କିନ୍ତୁ ନାଚ ଗୀତ ଠାରୁ ଆରମ୍ଭ କରି ସମାଜ ସେବା । ରାଜ୍ୟର କୋଣ ଅନୁକୋଣରେ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ କରାଇବା। ନିଜର କର୍ମ ନିଷ୍ଠ ଉଦ୍ୟମ ବଳରେ ମିଷ୍ଟର ଏସିଆ ପାଇଁ ମନୋନୀତ ହୋଇଥିଲେ ପ୍ରୀତମ ବାଗ । ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଭାବରେ ନିଯୁକ୍ତ ହୋଇ ପ୍ରତିଟି ରୋଗୀଙ୍କ ନିଟକରେ ସେ ବେଶ ଜଣାଶୁଣା ଆଉ ଲୋକପ୍ରିୟ ।

ସୂଚନା ମୁତାବକ ଗତ ଜାନୁଆରୀ ୩୧ ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ନେପାଳର ଚିତୱାନ ଠାରେ ଆୟୋଜିତ ହୋଇଥିଲା ମିଷ୍ଟର ଏସିଆ-୨୦୨୦ । ଏଥିରେ ଭାଗ ନେଇଥିଲେ ଦେଶ ବିଦେଶର ପ୍ରତିଯୋଗୀମାନେ । ତେବେ ଏଥିରେ ଭାରତ ବର୍ଷର ଚାରିଗୋଟି କ୍ଷେତ୍ରରୁ ଚାରି ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ପଶ୍ଚମି ରୁ ସଦ୍ଧେଶ ପାଓା୍ୱ, ଉତ୍ତରରୁ ଅମିତ ଭୂଜେ, ଦକ୍ଷିଣରୁ ନାଗେଶ ଏବଂ ପୂର୍ବରୁ ପ୍ରୀତମ ବାଗ୍। ସେଠାରେ ପ୍ରତିଯୋଗୀମାନେ ନିଜର ବୁଦ୍ଧିର ପ୍ରୟୋଗ ଜ୍ଞାନର ପରୀକ୍ଷା ସାଙ୍ଗକୁ ନିଜ ଶରୀରର ଗଠନକୁ ନେଇ ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ଡ଼ଃ ପ୍ରୀତମ ଏସିଆର ଟାଇଟଲରେ ମିଷ୍ଟର ଏସିଆ ଶାନ୍ତି ମିଷ୍ଟର ଏସିଆ ସମାଜସେବୀ ଭାବରେ ସମ୍ମାନ ଲାଭ କରି ରାଜ୍ୟପାଇଁ ଗୌରବ ଆଣି ଦେଇଛନ୍ତି ।

ପ୍ରୀତମଙ୍କ ଜନ୍ମ ସୋନପୁର ଜିଲ୍ଲାର ଟିକିରପଡ଼ା ଟାଉନରେ ହୋଇଥିବାବେଳେ ପରିବାରରେ ତିନି ଭାଇ ଭଉଣୀ ଙ୍କ ମଧ୍ୟରେ ପ୍ରୀତମ ହେଉଛନ୍ତି ସାନ । ପିଲାଟି ବେଳରୁ ଭିନ୍ନ କିଛି କରି ଦେଖାଇବା ପାଇଁ ମନରେ ଉତ୍ସାହ ଆସିଥିଲା । ଉତ୍ସାହ ଦେଖି ପରିବାର ବାପା, ମା ଏବଂ ବଡ଼ ଭଉଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ତେବେ ସେ ଏକାଧାରରେ କେବଳ ଜଣେ ଡ଼ାକ୍ତର ନୁହଁନ୍ତି ନାଚ ଗୀତ ପ୍ରତି ମଧ୍ୟ ତାଙ୍କର ବେଶ୍‌ ଆଗ୍ରହ ରହିଛି। ସମ୍ବଲପୁରୀ ଲୋକ ସଂଗୀତକୁ ନେଇ ଅନେକ ସମ୍ବଲପୁରୀ ଆଲବମକୁ ସେ ଦର୍ଶ୍କଙ୍କୁ ଭେଟି ଦେଇଛନ୍ତି । ସାରସ ମେଳା ହେଉ କି ଆଦିବାସୀମେଳା ସୁଯୋଗ ମିଳିବା ମାତ୍ରେ ହିଁ ସେ ନିଜର ଯାଦୁକାରୀ ନୃତ୍ୟକୁ ମଂଚ ଉପର ପରିବେଷଣ କରିଥାନ୍ତି । କାରଣ ପ୍ରତିଟି ମଣଷିର ବଂଚିବା ପାଇଁ ସଙ୍ଗୀତ ନିହାତି ହିଁ ଦରକାର । ତେଣୁ ନୃତ୍ୟ ଏବଂ ସଙ୍ଗୀତକୁ ସେ ଆଦରି ନେଇଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ମିଳୁଛି ପ୍ରଶଂଶାର ସୁଅ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

7 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

40 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

42 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

48 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

57 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

57 mins ago