Below header

ମିଷ୍ଟର ଏସିଆ ସମାଜସେବୀ ଟାଇଟଲ ଜିତିଲେ ସୋନପୁରର ଡ଼ାକ୍ତର ପ୍ରୀତମ ବାଗ

ନେପାଳରେ ଥିବା ମିଷ୍ଟର ଏସିଆ ପ୍ରତିଯୋଗିତାରେ ପୂର୍ବ ଭାରତରୁ ଏକ ମାତ୍ର ପ୍ରତିଯୋଗୀ ଭାବରେ ଭାଗ ନେଇ ମିଷ୍ଟର ଏସିଆର ଟାଇଟଲରେ ମିଷ୍ଟର ଏସିଆ ସମାଜସେବୀ ଭାବରେ ସମ୍ମାନ ଲାଭ କରି ନିଜ ତଥା ରାଜ୍ୟପାଇଁ ଗୌରବ ଆଣି ଦେଇଛନ୍ତି ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରୀତମ ବାଗ୍ । ତାଙ୍କର ଏହି କାର୍ଯ୍ୟ ଦକ୍ଷତା ପାଇଁ ସବୁଠୁ ମିଳୁଛି ପ୍ରଶଂସାର ସୁଅ। ପେଶାରେ ସେ ଜଣେ ଡ଼ାକ୍ତର ନିଶା କିନ୍ତୁ ନାଚ ଗୀତ ଠାରୁ ଆରମ୍ଭ କରି ସମାଜ ସେବା । ରାଜ୍ୟର କୋଣ ଅନୁକୋଣରେ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ କରାଇବା। ନିଜର କର୍ମ ନିଷ୍ଠ ଉଦ୍ୟମ ବଳରେ ମିଷ୍ଟର ଏସିଆ ପାଇଁ ମନୋନୀତ ହୋଇଥିଲେ ପ୍ରୀତମ ବାଗ । ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଭାବରେ ନିଯୁକ୍ତ ହୋଇ ପ୍ରତିଟି ରୋଗୀଙ୍କ ନିଟକରେ ସେ ବେଶ ଜଣାଶୁଣା ଆଉ ଲୋକପ୍ରିୟ ।

mr asia 2020ସୂଚନା ମୁତାବକ ଗତ ଜାନୁଆରୀ ୩୧ ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ନେପାଳର ଚିତୱାନ ଠାରେ ଆୟୋଜିତ ହୋଇଥିଲା ମିଷ୍ଟର ଏସିଆ-୨୦୨୦ । ଏଥିରେ ଭାଗ ନେଇଥିଲେ ଦେଶ ବିଦେଶର ପ୍ରତିଯୋଗୀମାନେ । ତେବେ ଏଥିରେ ଭାରତ ବର୍ଷର ଚାରିଗୋଟି କ୍ଷେତ୍ରରୁ ଚାରି ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ପଶ୍ଚମି ରୁ ସଦ୍ଧେଶ ପାଓା୍ୱ, ଉତ୍ତରରୁ ଅମିତ ଭୂଜେ, ଦକ୍ଷିଣରୁ ନାଗେଶ ଏବଂ ପୂର୍ବରୁ ପ୍ରୀତମ ବାଗ୍। ସେଠାରେ ପ୍ରତିଯୋଗୀମାନେ ନିଜର ବୁଦ୍ଧିର ପ୍ରୟୋଗ ଜ୍ଞାନର ପରୀକ୍ଷା ସାଙ୍ଗକୁ ନିଜ ଶରୀରର ଗଠନକୁ ନେଇ ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ଡ଼ଃ ପ୍ରୀତମ ଏସିଆର ଟାଇଟଲରେ ମିଷ୍ଟର ଏସିଆ ଶାନ୍ତି ମିଷ୍ଟର ଏସିଆ ସମାଜସେବୀ ଭାବରେ ସମ୍ମାନ ଲାଭ କରି ରାଜ୍ୟପାଇଁ ଗୌରବ ଆଣି ଦେଇଛନ୍ତି ।

pritamପ୍ରୀତମଙ୍କ ଜନ୍ମ ସୋନପୁର ଜିଲ୍ଲାର ଟିକିରପଡ଼ା ଟାଉନରେ ହୋଇଥିବାବେଳେ ପରିବାରରେ ତିନି ଭାଇ ଭଉଣୀ ଙ୍କ ମଧ୍ୟରେ ପ୍ରୀତମ ହେଉଛନ୍ତି ସାନ । ପିଲାଟି ବେଳରୁ ଭିନ୍ନ କିଛି କରି ଦେଖାଇବା ପାଇଁ ମନରେ ଉତ୍ସାହ ଆସିଥିଲା । ଉତ୍ସାହ ଦେଖି ପରିବାର ବାପା, ମା ଏବଂ ବଡ଼ ଭଉଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ତେବେ ସେ ଏକାଧାରରେ କେବଳ ଜଣେ ଡ଼ାକ୍ତର ନୁହଁନ୍ତି ନାଚ ଗୀତ ପ୍ରତି ମଧ୍ୟ ତାଙ୍କର ବେଶ୍‌ ଆଗ୍ରହ ରହିଛି। ସମ୍ବଲପୁରୀ ଲୋକ ସଂଗୀତକୁ ନେଇ ଅନେକ ସମ୍ବଲପୁରୀ ଆଲବମକୁ ସେ ଦର୍ଶ୍କଙ୍କୁ ଭେଟି ଦେଇଛନ୍ତି । ସାରସ ମେଳା ହେଉ କି ଆଦିବାସୀମେଳା ସୁଯୋଗ ମିଳିବା ମାତ୍ରେ ହିଁ ସେ ନିଜର ଯାଦୁକାରୀ ନୃତ୍ୟକୁ ମଂଚ ଉପର ପରିବେଷଣ କରିଥାନ୍ତି । କାରଣ ପ୍ରତିଟି ମଣଷିର ବଂଚିବା ପାଇଁ ସଙ୍ଗୀତ ନିହାତି ହିଁ ଦରକାର । ତେଣୁ ନୃତ୍ୟ ଏବଂ ସଙ୍ଗୀତକୁ ସେ ଆଦରି ନେଇଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ମିଳୁଛି ପ୍ରଶଂଶାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.