ସ୍ପେଶାଲ

ବିବାହ ଭୋଜିକୁ ଯାଇ ରୁଟି କରି ଖାଇଲେ ଅତିଥି, ଭିଡିଓ ହେଉଛି ଭାଇରାଲ୍‌

ବିବାହ ହେଉ କି ବ୍ରତଘର କିମ୍ବା ଘରର କୌଣସି ଉତ୍ସବ ଭୋଜି ହେବା ଟା ଥୟ । ଉତ୍ସବରେ ଘରକୁ ଅତିଥିଙ୍କର ଆଗମନ ସୁନିଶ୍ଚିତ । ଆଉ ସେଥିପାଇଁ ପରିବାର ଲୋକେ ସମସ୍ତ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ଖାଇବା ପିିଇବାର ବ୍ୟବସ୍ଥା ମଧ୍ୟ କରିଥାଆନ୍ତି । ଆଉ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ତାଙ୍କ ଖାଇବା ପିଇବା ସ୍ୱତନ୍ତ୍ର ଆୟୋଜନ କରିଥାଆନ୍ତି । କିନ୍ତୁ ଏହି ଦୃଶ୍ୟରେ କିଛି ଅଲଗା ଦେଖିବାକୁ ମିଳିଛି । ଅତିଥିମାନେ ଭୋଜିକୁ ଆସି ନିଜେ ରୋଷେଇ କରି ଖାଉଛନ୍ତି ଯାହାର ଭିଡିଓ ସୋଶିଆଲ୍‌ ମିଡିଆ ଏକ୍ସରେ ଭାଇରାଲ୍‌ ହେବାରେ ଲାଗିଛି ।

ସୋଶିଆଲ୍‌ ମିଡିଆ ଏକ୍ସରେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ୍‌ ହେବାର ଦେଖିବାକୁ ମିଳିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଏକ ଭୋଜିରେ ବଫେ ଆୟୋଜନ ହୋଇଛି । ଭୋଜିରେ ଅତିଥିମାନେ ଯୋଗ ଦେଇଛନ୍ତି । କିଛି ଅତିଥିମାନେ ଭୋଜିର ମଜା ନେଉଥିବା ବେଳେ ଦୁଇ ଜଣ ଅତିଥି ଗ୍ୟାସ୍‌ରେ ରୁଟି କରି ଖାଉଛନ୍ତିି । ହାତରେ ଧରିଛନ୍ତି ପ୍ଲେଟ୍‌ ସେପଟେ ଅନ୍ୟ ଗୋଟିଏ ହାତରେ ରୁଟି ସେକିକି ଖାଇବା ପାଇଁ ପ୍ଲେଟରେ ରଖୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆ Xରେ ଭାଇରାଲ ହେବାର ଲାଗିଛି । ଆଉ ଭିଡିଓର କ୍ୟାପସନ୍‌ରେ ଲେଖା ଯାଇଛି ନିଜ ରୁଟି ନେଜେ ତିଆରି କରନ୍ତୁ ।

ତେବେ ଭୋଜିରେ ଅତିଥିଙ୍କର ଏଭଳି ରୁଟି ପ୍ରସ୍ତୁତ କରିବାର ଭିଡିଓ ସୋଶିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ସୋଶିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି। କିଛି ୟୁଜର୍ସ ଏହାର ମଜା ନେଉଥିବା ବେଳେ ଅନ୍ୟ କିଛି ୟୁଜର୍ସ ଏପରି ବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏହି ଭିଡିଓ କେଉଁ ସ୍ଥାନର ଜଣାପଡ଼ି ନାହିଁ । ହେଲେ ଏହି ଭିଡିଓଏକ ବିବାହ ଭୋଜିର ବୋଲି ଅନୁମାନ୍‌ କରାଯାଉଛି । ତେବେ ଏହି ଭିଡିଓଟି ଅନେକ ୟୁଜର୍ସଙ୍କୁ ବେଶ୍‌ ପସନ୍ଦ ଆସିଛି।

KNews Bureau

Recent Posts

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି, ଆଜି ରାଜଭବନରେ ନେବେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ୧୯ ତାରିଖରେ ବାଚସ୍ପତି ପଦ ପାଇଁ…

31 mins ago

ଆଜିର ପେଟ୍ରୋଲ ଦର ଅପଡେଟ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଏଠାରେ ଚେକ କରିନିଅନ୍ତୁ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

48 mins ago

ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ, କେତେ ରହିଛି ଆଜିର ରେଟ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

55 mins ago

ଇଟାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-୭ ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ : ଇଟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା…

1 hour ago

ଓଲଟିଲା ପାନ ବୋଝେଇ ପିକଅପ୍ , ୩ ମୃତ

କାକଟପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ଓଲଟିଲା ପାନବୋଝେଇ ପିକଅପ୍ , ୩ ମୃତ।  କାକଟପୁର ଜଗନ୍ନାଥପୁରଠାରେ ସଡ଼କ…

1 hour ago

ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ): ଆଜି ପହିଲି ରଜ ।  ଓଡ଼ିଶାର ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ଗାଆଁଠୁ ସହର…

2 hours ago