Categories: ସ୍ପେଶାଲ

ଦୁନିଆରେ ରହିଛି ଏମିତି ଅଦ୍ଭୁତ ସ୍କୁଲ, କେଉଁଠାରେ ଶିକ୍ଷା ଦିଆଯାଏ ବେଶ୍ଯାବୃତ୍ତି ତ କେଉଁଠାରେ ହୁଏ ନାହିଁ ପରୀକ୍ଷା

ପାଠପଢ଼ା ଏକ ପ୍ରକ୍ରିୟା ଯାହା ପାଇଁ ଶରୀରିକ ଏବଂ ମାନସିକ ସ୍ତରରେ ପିଲାଙ୍କୁ ପ୍ରସ୍ତୁତ କରାଯାଇଥାଏ। ଏଠାରେ ଜୀବନରେ ବଞ୍ଚିବା ସହ ନିଜକୁ ସଫଳତାର ସହ ଆଗକୁ ବଢ଼ିବାର ଶିକ୍ଷା ପ୍ରଦାନ କରାଯାଇଥାଏ। ସ୍କୁଲ ଯିବା ଏବଂ ଶିକ୍ଷା ଗ୍ରହଣ କରିବା ଆମ ଜୀବନର ଗୋଟିଏ ଅଂଶ ସ୍ବରୂପ। ଏଥିପାଇଁ ସମସ୍ତ ଦେଶରେ ବଜେଟର ଏକ ବଡ଼ ଅଂଶ ଶିକ୍ଷାର ପାଇଁ ରଖାଯାଏ। ଯେତେବେଳେ ଶିକ୍ଷା କଥା ଉଠିଲାଣି ଏହା ବିନା ଶିକ୍ଷକରେ ବିଲକୁଲ ଅସମ୍ଭବ। ତେବେ ଆଜି ଆମେ ଆପଣଙ୍କୁ ଦୁନିଆରେ ରହିଥିବା କିଛି ଅଦ୍ଭୁତ ସ୍କୁଲ ବିଷୟରେ କହିବାକୁ ଯାଉଛୁ। ଯାହାର ପାଠପଢ଼ାଇବା ପ୍ରକ୍ରିୟାଠାରୁ ଆରମ୍ଭ କରି ସମସ୍ତ ନିୟମ ବିଲକୁଲ ଅଲଗା।

ଏବୋ ଏଲିମେଣ୍ଟାରୀ ସ୍କୁଲ

ମେକ୍ସିକୋରେ ରହିଥିବା ଏହି ସ୍କୁଲଟି ଭୂମି ଉପରେ ନୁହଁ ବରଂ ଏହାର ତଳେ ରହିଛି। ଶୀତଳ ଯୁଦ୍ଧ ସମୟରେ ଏହା ଲୋକଙ୍କ ଆଶ୍ରୟ ସ୍ଥଳଭାବେ ମଧ୍ୟ କାମ କରିଥିଲା। ଏହି ମାଟି ତଳ ସ୍କୁଲର ତିନୋଟି କବାଟ ରହିଛି। ଏହାର ଗୋଟିଏ କବାଟର ଓଜନ ରହିଛି ୮୦୦ କିଲୋଗ୍ରାମ ଅର୍ଥାତ୍ ଯଦି ଭୁଲରେ ଏହି ସ୍କୁଲର କବାଟ ବନ୍ଦ ହୋଇଯାଏ ତ ଛାତ୍ରଛାତ୍ର ମାନେ ଏହାକୁ ଖୋଲି ମଧ୍ୟ ପାରିବେ ନାହିଁ।

ବୃକଲିନ ଫ୍ରି ସ୍କୁଲ

ଏହି ସ୍କୁଲ ବିଷୟରେ ଶୁଣିବା ମାତ୍ରେ ଆପଣଙ୍କୁ ମଧ୍ୟ ଇଚ୍ଛା ହେବା ଏହି ସ୍କୁଲରେ ଆଡ଼େମିସନ ନେବା ପାଇଁ। କାରଣ ଏହି ସ୍କୁଲରେ ନା ହିଁ ଆଡ଼ମିସନ ହୋଇଥାଏ ନା ପରୀକ୍ଷା। ଏମିତିକି ଏଠାରେ ଆଟେଣ୍ଡାନ୍ସ ଏବଂ ହୋମୱାର୍କର ମଧ୍ୟ କୌଣସି ପ୍ରକାରର ଚିନ୍ତା ନଥାଏ। ଏଠାରେ ଶିକ୍ଷକ ମଧ୍ୟ ପଢ଼ାଇବା ପାଇଁ ଡିଗ୍ରୀଧାରୀ ହେବା ମଧ୍ୟ ଜରୁରୀ ନାହିଁ। ଛାତ୍ରମାନେ ହିଁ ଶିକ୍ଷକ ରହିଥାନ୍ତି ଏବଂ ତାଙ୍କୁ ମନିଟର କୁହାଯାଇଥାଏ।

ବେୟାରଫୁଟ ସ୍କୁଲ

ଭାରତର ରାଜସ୍ଥାନର ଆଜମେରରେ ଏକ ଛୋଟ ଗାଁ ତିଲୋନିଆରେ ଏକ ଭିନ୍ନ ସ୍କୁଲ ରହିଛି। ଏହାକୁ ସଞ୍ଜିତ ରାଏ  ୧୯୭୦ରେ ଗରିବ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ଏହି ସ୍କୁଲ ନିର୍ମାଣ କରିଥିଲେ। ଏଠାରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଶିକ୍ଷିତ କରାଯାଇଥାଏ।

ଟ୍ରାବାଜୋୟା ସ୍କୁଲ

ସ୍ପେନରେ ରହିଥିବା ଏହି ସ୍କୁଲ ସଂପୂର୍ଣ୍ଣ ଦୁନିଆରେ ଭିନ୍ନ। ଏହି ସ୍କୁଲରେ ଶିକ୍ଷା ଦିଆଯାଇଥାଏ କିପରି କରିବେ ବେଶ୍ଯାବୃତ୍ତି। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଏଥିପାଇଁ ପିଲାମାନେ ଟଙ୍କା ଦେଇ କରିଥାନ୍ତି ଆଡ଼ମିସନ୍।

ଆହୁରି ପଢ଼ନ୍ତୁ: ଦୈନିକ କିଲୋ କିଲୋ ଇଟା,ମାଟି ଏବଂ କାଦୁଅ ଖାଉଛନ୍ତି ଏହି ବ୍ଯକ୍ତି, ଜାଣନ୍ତୁ କଣ ରହିଛି ଏହା…

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

11 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

14 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

18 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

31 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

48 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago