Categories: ସ୍ପେଶାଲ

IPC ଧାରା ୨୭୯ ଏବଂ ୩୭୭, ଯାହା ଜଣେ ବେପରୁଆ ଗାଡି ଚାଳକଙ୍କୁ ଦେଇପାରେ କଠୋର ଦଣ୍ଡ

ଆପଣ କଣ ଜାଣନ୍ତି ଭାରତୀୟ ଦଣ୍ଡ ସଂହିତାରେ ଧାରା ୨୭୯ ଏବଂ ୩୩୭ ମାମଲା ରୁଜୁ ହେଲେ ଦୋଷୀଙ୍କୁ କଣ ଦଣ୍ଡ ମିଳିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବକୁ ଏହି ଦୁଇ ଧାରା ବିଷୟରେ, ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ। ଏହି ଧାରା ଅନୁଯାୟୀ କାହା ବିରୁଦ୍ଧରେ କଣ ମାମଲା ରୁଜୁ କରାଯାଇପାରିବ? ଦୋଷୀକୁ କେତେ ଦଣ୍ଡ ମିଳିବ? ଏହି ଧାରା ଅନ୍ତର୍ଗତ କେଉଁ ଅଦାଲତରେ କେସ୍‌ ରୁଜୁ କରାଯିବ? ଜାମିନ୍‌ ମିଳିଥାଏ ନା ନାହିଁ?

ଧାରା ୨୭୯
• ଭାରତ ଦଣ୍ଡ ସଂହିତାର ଧାରା ୨୭୯ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଗାଡିକୁ ଏକ ସାର୍ବଜନିକ ମାର୍ଗରେ ଦ୍ରୁତ୍ତ ଗତିରେ କିମ୍ବା ବେପରୁଆ ଭାବରେ ଗାଡି ଚଲାନ୍ତି ଏବଂ ଏହାଦ୍ୱାରା ମାନବ ଜୀବନକୁ କୌଣସି ଅସୁବିଧା କିମ୍ବା ବ୍ୟକ୍ତିିଙ୍କୁ ଯଦି ଆଘାତ ପହଁଚିଥାଏ, ତେବେ ସେହି ବ୍ୟକ୍ତିଙ୍କ ଉପରେ ଏହି ଧାରା ଅନ୍ତର୍ଗତ ମାମଲା ରୁଜୁ କରାଯାଇହେବ।
• ଏହି ଧାରା ଅନ୍ତର୍ଗତ ଦୋଷୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ମଧ୍ୟ ପଡିପାରେ। ଏହାସହିତ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ମଧ୍ୟ ଲଗା ଯାଇପାରେ କିମ୍ବା ଉଭୟ ଦଣ୍ଡ ଦିଆଯାଇପାରେ।
• ଏହା ଏକ ଦଣ୍ଡନୀୟ ଅପରାଧ ଅଟେ। ଏହି ମାମଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ବିଚାର କରାଯାଇଥାଏ। ଏହି ଅପରାଧରେ କୌଣସି ପ୍ରକାର ବୁଝାମଣା କରାଯିବନାହିଁ।

ଧାରା ୩୭୭
• ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କର ଭୂଲ କିମ୍ବା କୌଣସି ପ୍ରକାର ଉପେକ୍ଷା କାରଣରୁ ଯଦି ମାନବ ଜୀବନକୁ ବା କୌଣସି ବ୍ୟକ୍ତିଗତ ସୁରକ୍ଷାକୁ ବିପଦ ଆସିଥାଏ, ତେବେ ସେହି ବ୍ୟକ୍ତିଙ୍କ ଉପରେ ଏହି ଧାରା ଅନ୍ତର୍ଗତ ମକଦ୍ଦମା ରୁଜୁ କରାଯାଇପାରିବ।
• ଏହି ମାମଲାରେ ଦୋଷୀଙ୍କୁ ୬ ମାସର ଜେଲଦଣ୍ଡ ସହିତ ୫୦୦ ଟଙ୍କା ଆର୍ଥିକ ଦଣ୍ଡ କିମ୍ବା ଏହି ଦୁଇଟି ଦଣ୍ଡ ଦିଆଯାଇପାରେ।
• ଏହା ମଧ୍ୟ ଏକ ବହୁତ ସଙ୍ଗୀନ କିମ୍ବା ଦଣ୍ଡନୀୟ ଅପରାଧ ଅଟେ ଏବଂ ଏହି ମାମଲା କୌଣସି ମାଜିଷ୍ଟ୍ରେଟଙ୍କ ଦ୍ୱାରା ବିଚାରଣୀୟ ଅଟେ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

8 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

8 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

9 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

9 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

9 hours ago