ସ୍ପେଶାଲ

ମେଟ୍ରୋ ଯାତ୍ରୀଙ୍କର ମଧ୍ୟ ହୋଇଥାଏ ଇନ୍‌ସୁରାନ୍ସ ପଲିସି, ଜାଣନ୍ତୁ କେମିତି ପାଇବେ ଏହି ସୁବିଧା

ମେଟ୍ରୋ ସହରଗୁଡିକ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଆପଣ ତାର ବିଶେଷତା ମଧ୍ୟ ନିଶ୍ଚୟ ଭାବେ ଦେଖିଥିବେ । ଯଦି ଆପଣ ମେଟ୍ରୋ ସହରରେ ରହୁଛନ୍ତି, ତାହେଲେ ଏହି ଖବର ଅପାଣଙ୍କ ପାଇଁ ବହୁତ ଉପଯୋଗି ହେବ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଯେଉଁ ମେଟ୍ରୋରେ ଯାତ୍ରା କରୁଛନ୍ତି ତାହା ମଧ୍ୟ ଆପଣଙ୍କୁ ଇନ୍‌ସୁରାନ୍ସ କଭର ପ୍ରଦାନ କରିଥାଏ । ତେବେ ସେ ମୁମ୍ବାଇ ମେଟ୍ରୋ ହେଉ କିମ୍ବା ଦିଲ୍ଲୀ ମେଟ୍ରୋ ହେଉ, ସେଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଇନ୍‌ସୁରାନ୍ସ ସୁବିଧା ଯୋଗାଇ ଦିଆଯାଉଛି ।

କିନ୍ତୁ ଆପଣ ଜାଣିଛନ୍ତି ଏହି ସୁବିଧା କେତେ ଟଙ୍କାର ହୋଇଥାଏ ? ଏହି ଇନ୍‌ସୁରାନ୍ସରୁ ଜଣେ ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ କେତେ ଲାଭ ପାଇଥାଏ ? ତେବେ ଆପଣ ଜାଣିଛନ୍ତି କି ମୁମ୍ବାଇ ମେଟ୍ରୋରେ ନିୟମ କ’ଣ ? ଏବଂ ଦିଲ୍ଲୀ ମେଟ୍ରୋରେ କେତେ ଟଙ୍କାର କଭର ଯୋଗାଇ ଦିଆଯାଇଛି ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ ସମସ୍ତ ପ୍ରକାରର କଥା ଜଣାଇବୁ ।

ମୁମ୍ବାଇ ମେଟ୍ରୋରେ ନିୟମ କ’ଣ ?

ମୁମ୍ବାଇ ମେଟ୍ରୋର ଲାଇନ ୨ ଏ ଏବଂ ୭ ରେ ଯାତ୍ରୀମାନଙ୍କ ପାଇଁ ଏକ ବୀମା ପଲିସି ରହିଛି । ଏହି ପଲିସି ମେଟ୍ରୋ ଦୁର୍ଘଟଣା ହେଲେ, ଅକ୍ଷମ ଲୋକଙ୍କ ପାଇଁ ଏବଂ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ ରହିଛି । ସେହି ପଲିସି ଜରିଆରେ ରୋଗୀଙ୍କ ଚିକିତ୍ସା ପାଇଁ ସର୍ବାଧିକ ୧୦,୦୦୦ ଟଙ୍କା ଏବଂ ମେଡିକାଲରେ ଭର୍ତ୍ତି ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ସ୍ଥିତିର ଗମ୍ଭୀରତା ଉପରେ ନିର୍ଭର କରି ସ୍ଥାୟୀ ଏବଂ ଆଂଶିକ ଅକ୍ଷମ ଲୋକଙ୍କ ପାଇଁ ଏହି ପଲିସି ୪ ଲକ୍ଷ ଟଙ୍କା ପ୍ରଦାନ କରିଥାଏ । ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଏହି ପଲିସିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରାଯିବ । ଏହି ପଲିସି ଯାତ୍ରୀମାନଙ୍କୁ ମେଟ୍ରୋରେ ଏକ ଭେଲିଡ୍‌ ଟିକେଟ୍, ପାସ୍, ସ୍ମାର୍ଟ କାର୍ଡ କିମ୍ବା QR କୋଡ୍ ସହିତ ଅନ୍ତର୍ଭୁକ୍ତ କରେ ।

ଦିଲ୍ଲୀ ମେଟ୍ରୋ ପାଇଁ ନିୟମ କ’ଣ ?

ଦିଲ୍ଲୀ ମେଟ୍ରୋରେ ବୀମା ବାର୍ଷିକ ପ୍ରିମିୟମରେ ଉପଲବ୍ଧ ହେଉଛି । ମୃତ୍ୟୁ ବୀମା ପାଇଁ ୧ ଲକ୍ଷ ଟଙ୍କା କଭର ମିଳିଥାଏ । ଦିଲ୍ଲୀ ମେଟ୍ରୋରେ ଦୁର୍ଘଟଣା ହେତୁ ହୋଇଥିବା ଆଘାତ ପାଇଁ ମଧ୍ୟ ବୀମାଭୁକ୍ତ ହେଉଛି । ଏଥିରେ ସ୍ଥାୟୀ କିମ୍ବା ଅସ୍ଥାୟୀ ଅକ୍ଷମ ଲୋକ ମଧ୍ୟ ସାମିଲ ହୋଇଥାନ୍ତି । ତେବେ ଏହି ପରିସ୍ଥିତିରେ ଆପଣ ସାପ୍ତାହିକ କ୍ଷତିପୂରଣର କଭର ପାଇପାରିବେ । ଏହି ପଲିସି ଶେଷ ହେବା ପର୍ଯ୍ୟନ୍ତ ୨୦୦୦ ଟଙ୍କା ହୋଇଥାଏ । ଦିଲ୍ଲୀ ମେଟ୍ରୋ ରେଳବାଇ ଅଧିନିୟମ ୨୦୦୨ରେ କୁହାଯାଇଛି ଯେ ମୃତ୍ୟୁ ହେତୁ ହୋଇଥିବା କ୍ଷତିପୂରଣ ପାଇଁ ମେଟ୍ରୋ ରେଳ ପ୍ରଶାସନ ଦାୟୀ ରହିବ । ଏହି ପରି ଅନେକ ନିୟମ ରହିଛି ।

ତେବେ ଯଦି ଆପଣ ମଧ୍ୟ ମେଟ୍ରେରେ ଯାତ୍ରା କରୁଛନ୍ତି, ତାହେଲେ ଏହି ପଲିସି ନିଶ୍ଚିତ ଭାବେ କରନ୍ତୁ । ଯାହା ଦ୍ୱାରା ଆପଣ ଯାତ୍ର କରୁଥିବା ବେଳେ ଏହି ଭଳି କିଛି ସମସ୍ୟା ହେଲେ, ଆପଣ ଏହାର ସମସ୍ତ ସୁବିଧା ପାଇ ପାରିବେ ।

KNews Bureau

Recent Posts

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ: ଘରେ ପଶିଲା ପାଣି, ଭାଙ୍ଗିଲା ଚାଳ ଛପର

ମାଲକାନଗରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ ।  ମାଲକାନଗରି ସଦର ମହକୁମାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ବର୍ଷା ପ୍ରଭାବରେ ବାଲି…

11 mins ago

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

24 mins ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

39 mins ago

ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ…

59 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା…

1 hour ago

ଆଜି ଏନଡିଏ ସାଂସଦଙ୍କ ବୈଠକ, ସାମିଲ ହେବେ ଓଡ଼ିଶା ନବନିର୍ବାଚିତ ୨୦ ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଏନଡିଏ ନେତାଙ୍କ…

1 hour ago