ସ୍ପେଶାଲ

କେବେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା? ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ଏହି ଦିନ କ’ଣ କରିବେ ଦାନ

କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ଏହି ବର୍ଷ ନଭେମ୍ବର ୧୯ରେ ପଡ଼ୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଦିନ ବିଶେଷ ରୂପରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହି ଦିନ ଗଙ୍ଗା ସ୍ନାନ, ଦୀପଦାନ, ଯଜ୍ଞ ଏବଂ ଈଶ୍ୱର ଉପାସନାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ କରାଯାଉଥିବା ଦାନ-ପୁଣ୍ୟ ସମେତ କିଛି ଧାର୍ମିକ କାର୍ଯ୍ୟ ବିଶେଷ ଫଳଦାୟୀ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ କରିବାର କ’ଣ ରହିଛି ଶୁଭ ମୁହୂର୍ତ୍ତ ଏବଂ ପୂଜନ ବିଧି।

ଏହିପରି କରନ୍ତୁ ପୂଜନ

କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରାହ୍ମ ମୁହୂର୍ତ୍ତରେ କୌଣସି ପବିତ୍ର ନଦୀ, ପୁଷ୍କରିଣୀ କିମ୍ବା କୁଣ୍ଡରେ ସ୍ନାନ କରିବା ବହୁତ ଶୁଭ ହୋଇଥାଏ। ସ୍ନାନ କରିବା ପରେ ଦୀପଦାନ ସହିତ ହିଁ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କୁ ପୂଜା କରିବାର ପରାମ୍ପରା ରହିଛି। ମାନ୍ୟତା ରହିଛି କି, ଏହି ଦିନ କରାଯାଉଥିବା ଦାନରୁ ପୁଣ୍ୟଫଳ ଦୁଇଗୁଣା ମିଳିଥାଏ। ଗାଈ, ହାତୀ, ଘୋଡ଼ା, ରଥ ଓ ଘିଅ ଦାନ କରିବା ଦ୍ୱାରା ସମ୍ପତ୍ତି ବଢ଼ିଥାଏ। ସେହିପରି ମେଣ୍ଡା ଦାନ କରିବା ଦ୍ୱାରା ଗ୍ରହଯୋଗର କଷ୍ଟ ଦୂର ହୋଇ ଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରତ ରଖିଥିବା ଲୋକେ ଏହି ଦିନ ହୋମଯଜ୍ଞ ନିଶ୍ଚୟ କରନ୍ତୁ। ଏଥି ସହିତ ଯଦି ବ୍ରତଧାରୀ କୌଣସି ଗରିବ ଲୋକଙ୍କୁ ଭୋଜନ କରାଇବେ, ତ ତାଙ୍କୁ ଅଶେଷ ଲାଭ ମିଳିବ।

କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ

କାର୍ତ୍ତିକ ମାସରେ ଆସୁଥିବା ପୂର୍ଣ୍ଣିମା ବର୍ଷ ସାରାର ପବିତ୍ର ପୂର୍ଣ୍ଣିମାଗୁଡ଼ିକ ମଧ୍ୟରେ ଅନ୍ୟତମ। ଯଦି ଏହି ଦିନ କୃତିକା ନକ୍ଷତ୍ର ଉପରେ ଚନ୍ଦ୍ରମା ଏବଂ ବିଶାଖା ନକ୍ଷତ୍ର ଉପରେ ସୂର୍ଯ୍ୟ ରୁହନ୍ତି, ତା’ ହେଲେ ପଦ୍ମକ ଯୋଗର ନିର୍ମାଣ ହୋଇଥାଏ, ଯାହାକି ବହୁତ ଦୁର୍ଲ୍ଲଭ। ସେହିପରି ଯଦି ଏହି ଦିନ କୃତିକା ନକ୍ଷତ୍ର ଉପରେ ଚନ୍ଦ୍ରମା ଓ ବୃହସ୍ପତି ରୁହନ୍ତି, ତା’ ହେଲେ ଏହା ‘ମହାପୂର୍ଣ୍ଣିମା’ ଭାବରେ ଜଣାଯାଇ ଥାଏ। ଏହି ଦିନ ସନ୍ଧ୍ୟା କାଳରେ ତ୍ରିପୁରୋତ୍ସବ କରି ଦୀପଦାନ କରିବା ଦ୍ୱାରା ପୁନର୍ଜନ୍ମ କଷ୍ଟ ଭୋଗିବାକୁ ପଡ଼ି ନ ଥାଏ।

କ’ଣ କରିବେ: ସୂର୍ଯ୍ୟୋଦୟ ପୂର୍ବରୁ ଅର୍ଥାତ୍‌ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବେ। ସ୍ନାନ କରିବା ପରେ ଓଡ଼ିଆ ଘରର ପରମ୍ପରା ଅନୁସାରେ କଦଳୀ ପାଟୁକା କିମ୍ବା କାଗଜ ତିଆରି ଡଙ୍ଗାରେ ଦୀପ ଓ ଧୂପ ଦେଇ ପାନ, ଗୁଆ, ଭୋଗ ଆଦି ରଖି ନଦୀ କିମ୍ବା ଜଳାଶୟରେ ଭସାଇ ଦେବେ। ଡଙ୍ଗା ଭସାଇବା ସମୟରେ ‘ଆ-କା-ମା-ବୈ, ପାନ ଗୁଆ ଥୋଇ; ପାନ ଗୁଆ ତୋର, ମାସକ ଧର୍ମ ମୋର’ କହିବେ।

କାର୍ତ୍ତିକ ପୂର୍ଣ୍ଣିମା ଶୁଭ ମୁହୂର୍ତ୍ତ

ପୂର୍ଣ୍ଣିମା ତିଥି: ୧୯ ନଭେମ୍ବର

ତିଥି ଆରମ୍ଭ: ୧୮ ନଭେମ୍ବର ରାତି ୧୨ଟା ୨ ମିନିଟ୍‌

ତିଥି ସମାପ୍ତ: ୧୯ ନଭେମ୍ବର ଦ୍ୱିପ୍ରହର ୨ଟା ୨୯ ମିନିଟ୍‌

Roshni

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

5 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

8 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

28 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

1 hour ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago