ସ୍ପେଶାଲ

କୁମ୍ଭୀର ଏରିଆକୁ ପଶିଗଲା ସିଂହ, ଆଉ ତାପରେ ଯାହା ହେଲା ଦେଖିଲେ ଆପଣ ବି ନିଜ ଆଖିକୁ ବିଶ୍ୱାସ କରିପାରିବେନି; ଦେଖନ୍ତୁ ଭିଡିଓ

ଯେତେବେଳେ କୌଣସି ଅଜଣା ବ୍ୟକ୍ତି ଆମ ଘରକୁ ପଶି ଆସେ ,ସେତବେଳେ ଆମେ ସାମାନ୍ୟ ଡରି ଯାଇଥାଉ ଓ ସେହି ବ୍ୟକ୍ତିଙ୍କୁ ତାଙ୍କ ପରିଚୟ ମାଗିଥାଉ । ଇଏ ତ ଥିଲା ଆମ ମଣିଷ ମାନଙ୍କ କଥା , କିନ୍ତୁ ଆପଣ ଜାଣିଛନ୍ତି କି ଯଦି ସେହି ସମାନ ଘଟଣା ପଶୁ ମାନଙ୍କ ନିକଟରେ ଘଟେ ତେବେ ସେମାନେ କଣ କରିଥାନ୍ତି ? ସାଧାରଣତଃ ଆପଣ ଅନେକ ସମୟରେ ଦେଖିଥିବେ ଦଳେ ବୁଲା କୁକୁରଙ୍କ ନିୟମିତ ବୁଲିବା କିମ୍ବା ରହିବା ସ୍ଥାନକୁ ଯଦି କୌଣସି ପୋଷା କୁକୁର ଆସିଯାଏ ତେବେ ସେମାନେ ତାକୁ ଆକ୍ରମଣ କରିବା ପାଇଁ ବାହାରିଥାନ୍ତି । ଠିକ୍‌ ସେହିପରି ଜଙ୍ଗଲରେ ମଧ୍ୟ ସମସ୍ତେ ନିଜ ନିଜ ଇଲାକାର ମାଲିକ । କେହି କାହା ଇଲାକାକୁ ପ୍ରବେଶ କରି ପାରିବେ ନାହିଁ । ଯଦି ଭୁଲ ବଶତଃ କେବେ କେଉଁ ପ୍ରାଣୀ ଅନ୍ୟ ଏକ ପ୍ରାଣୀର ଇଲାକାକୁ ଯିବା ଆସିବା କରେ ତେବେ ତାହାର ପରିଣାମ ସବୁବେଳେ ଖରାପ ହିଁ ଭୋଗିଥାଏ ।
ଏହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ଦେଖିଲା ପରେ ଆପଣ ଇଲାକା ଇଲାକାରେ ହେଉଥିବା ଖେଳ ବିଷୟରେ ଠିକ୍‌ ଅନୁମାନ ଲଗାଇ ପାରିବେ । ଏହି ଭାଇରାଲ ଭିଡିଓରେ ଗୋଟିଏ ସିଂହ ପାଣି ଭିତରକୁ ଯାଉଥିବାର ନଜର ଆସୁଛି । ଆଉ ହଠାତ୍‌ ସେହି ସମୟରେ ଗୋଟେ କୁମ୍ଭୀର ପଛରୁ ଯାଇ ସିଂହକୁ ଆକ୍ରମଣ କରୁଛି । ହଠାତ୍‌ ନିଜ ଉପରେ ଏପରି ଆକ୍ରମଣ ହେବାରୁ ସିଂହଟି ମଧ୍ୟ ଜୀବନ ବିକଳରେ ସେଠାରୁ ଚମ୍ପଟ ମାରୁଛି ।

ତେବ ଆପଣ ଦେଖୁଥିବା ଏହି ଭିଡିଓ ଟିକୁ ଡାକ୍ତର ଅବ୍ଦୁଲ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ । ଭିଡିଓଟି ସେୟାର କରି ସେ ଲେଖିଥିଲେ ‘ଅନ୍ୟ କାହା ଇଲାକାକୁ ପ୍ରବେଶ କରିବା ଜଙ୍ଗଲର ରାଜା ପାଇଁ ମଧ୍ୟ ଭୟଙ୍କର ହୋଇପାରେ । ତେବେ ଆପଣ ମାନେ ଏହି ଭିଡିଓ ଦେଖିଲା ପରେ ଭାବୁଥିବେ ସିଂହଟି ନିଜକୁ ବିପଦରେ ପକାଇ ପାଣି ଭିତରକୁ ଯାଉଥିଲା କଣ ପାଇଁ ? ପ୍ରକୃତରେ ସିଂହଟି ନଦୀକୁ ପାରି କରି ଆର ପାରିକୁ ଯିବାକୁ ଚାହୁଁଥିଲା ଓ ସେହି ସମୟରେ ତା ପଛରୁ ନଦୀର ରାଜା କୁମ୍ଭୀର ଆସି ତା ଉପରକୁ ଆକ୍ରମଣ କରିଥିଲା । ଆଜ୍ଞା ହଁ ଏହି ଭିଡିଓଟି ଲୋକଙ୍କୁ ଜଙ୍ଗଲର ନିୟମ କାନୁନ ବୁଝାଇବାରେ ସାହାଯ୍ୟ କରିଛି । ଏହାକୁ ସୋସିଆଲ ମିଡିଆରେ ଖୁବ ଲାଇକ ମିଳିବା ସହ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ମିଳିଛି ଏବଂ ଲୋକେ ସିଂହର ସାହାସକୁ ନେଇ ମଧ୍ୟ ଚର୍ଚ୍ଚା କରିଛନ୍ତି । ଆଉ ଏଥିରୁ ଆପଣ ଠିକ ବୁଝିପାରୁଥିବେ ଯେ ଜୀବନରେ ସବୁବେଳେ ନିଜ ସୀମା ଭିତରେ ରହି କାମ କରିବା ଆବଶ୍ୟକ ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

4 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

13 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

13 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

31 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

31 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

35 mins ago