ବ୍ୟବସାୟ ଓ ଅର୍ଥନୀତି

ପୁଣି ବଢ଼ିଲା ଲୋକପ୍ରିୟ ବାଇକ୍‌ ସ୍ପ୍ଲେଣ୍ଡର ପ୍ଲସ୍‌ର ଦାମ୍‌, ଚଳିତବର୍ଷ ମେ’ରେ ୭୫୦ ଟଙ୍କା ବଢ଼ିଥିଲା

ହିରୋ କମ୍ପାନୀର ଲୋକପ୍ରିୟ ତଥା ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକ୍‌ ସ୍ପ୍ଲେଣ୍ଡର ପ୍ଲସ୍‌ର ଦାମ୍‌ ପୁଣି ବଢ଼ିଛି। ଏବେ ଏହି ବାଇକ୍‌ର ଦାମ୍‌ ୬୦,୫୦୦ ଟଙ୍କା ହୋଇଯାଇଛି। ରିପୋର୍ଟ ମୁତାବକ ସ୍ପ୍ଲେଣ୍ଡର ପ୍ଲସ୍‌ର ସବୁ ବାଇକ୍‌ର ଦାମ୍‌ ବଢ଼ାଇ ଦିଆଯାଇଛି। ତେବେ ଦାମ୍‌ ବଢ଼ିଥିଲେ ମଧ୍ୟ ବାଇକ୍‌ରେ ମେକାନିକାଲ କିମ୍ବା କସ୍‌ମେଟିକ୍ସ ପାର୍ଟସ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସ୍ପ୍ଲେଣ୍ଡର ପ୍ଲସ୍‌ ବାଇକ୍‌ ୩ଟି ଭେରିଆଣ୍ଟ କିକ୍‌ ଷ୍ଟାର୍ଟ, ସେଲ୍ଫ ଷ୍ଟାର୍ଟ ଓ ସେଲ୍ଫ ଷ୍ଟାର୍ଟ i3s ରେ ଆସୁଛି। ଏବେ ବାଇକ୍‌ର କିକ୍‌ ଷ୍ଟାର୍ଟ ଭେରିଆଣ୍ଟର ଦାମ୍‌ ୬୦,୫୦୦ ଥିବା ବେଳେ ସେଲ୍ଫ ଷ୍ଟାର୍ଟ ଭେରିଆଣ୍ଟର ନୂଆ ମୂଲ୍ୟ ୬୨,୮୦୦ ଟଙ୍କା ରଖାଯାଇଛି। ସେହିପରି ସ୍ପ୍ଲେଣ୍ଡର ପ୍ଲସ୍‌ ସେଲ୍ଫ ଷ୍ଟାର୍ଟ i3s ଭେରିଆଣ୍ଟର ଦାମ୍‌ ୬୪,୦୧୦ ଟଙ୍କା ହୋଇଛି। ତେବେ ଚଳିତ ଥର ବାଇକ୍‌ର ଦାମ୍‌ ୧୫୦ ଟଙ୍କା ବଢ଼ିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ମେ’ରେ ହିରୋ ନିଜ ସମସ୍ତ ବାଇକ୍‌ର ଦାମ୍‌ ୭୫୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲା। ଏବେ ବର୍ଷରେ ଦ୍ୱିତୀୟ ଥର ପାଇଁ ଏହି ମୂଲ୍ୟ ବଢ଼ାଯାଇଛି।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

7 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

9 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

42 mins ago