ହିରୋ କମ୍ପାନୀର ଲୋକପ୍ରିୟ ତଥା ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକ୍ ସ୍ପ୍ଲେଣ୍ଡର ପ୍ଲସ୍ର ଦାମ୍ ପୁଣି ବଢ଼ିଛି। ଏବେ ଏହି ବାଇକ୍ର ଦାମ୍ ୬୦,୫୦୦ ଟଙ୍କା ହୋଇଯାଇଛି। ରିପୋର୍ଟ ମୁତାବକ ସ୍ପ୍ଲେଣ୍ଡର ପ୍ଲସ୍ର ସବୁ ବାଇକ୍ର ଦାମ୍ ବଢ଼ାଇ ଦିଆଯାଇଛି। ତେବେ ଦାମ୍ ବଢ଼ିଥିଲେ ମଧ୍ୟ ବାଇକ୍ରେ ମେକାନିକାଲ କିମ୍ବା କସ୍ମେଟିକ୍ସ ପାର୍ଟସ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ୩ଟି ଭେରିଆଣ୍ଟ କିକ୍ ଷ୍ଟାର୍ଟ, ସେଲ୍ଫ ଷ୍ଟାର୍ଟ ଓ ସେଲ୍ଫ ଷ୍ଟାର୍ଟ i3s ରେ ଆସୁଛି। ଏବେ ବାଇକ୍ର କିକ୍ ଷ୍ଟାର୍ଟ ଭେରିଆଣ୍ଟର ଦାମ୍ ୬୦,୫୦୦ ଥିବା ବେଳେ ସେଲ୍ଫ ଷ୍ଟାର୍ଟ ଭେରିଆଣ୍ଟର ନୂଆ ମୂଲ୍ୟ ୬୨,୮୦୦ ଟଙ୍କା ରଖାଯାଇଛି। ସେହିପରି ସ୍ପ୍ଲେଣ୍ଡର ପ୍ଲସ୍ ସେଲ୍ଫ ଷ୍ଟାର୍ଟ i3s ଭେରିଆଣ୍ଟର ଦାମ୍ ୬୪,୦୧୦ ଟଙ୍କା ହୋଇଛି। ତେବେ ଚଳିତ ଥର ବାଇକ୍ର ଦାମ୍ ୧୫୦ ଟଙ୍କା ବଢ଼ିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ମେ’ରେ ହିରୋ ନିଜ ସମସ୍ତ ବାଇକ୍ର ଦାମ୍ ୭୫୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲା। ଏବେ ବର୍ଷରେ ଦ୍ୱିତୀୟ ଥର ପାଇଁ ଏହି ମୂଲ୍ୟ ବଢ଼ାଯାଇଛି।