ସ୍ପେଶାଲ

ଆପଣଙ୍କ ଲାଇସେନ୍ସରେ ଭାରତ ଛଡା ଏସବୁ ଦେଶରେ ବି କରିପାରିବେ ଡ୍ରାଇଭ୍‌

ବହୁତ ଲୋକଙ୍କର ବିଦେଶରେ ବୁଲିବା ସ୍ୱପ୍ନ ଥାଏ । ଦେଶ ବାହାରେ ଭ୍ରମଣ କରିବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଅଧିକାଂଶ ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସେଠାକାର ଟ୍ୟାକ୍ସି ବା ବସ ସେବାର ସାହାଯ୍ୟ ନେବାକୁ ପଡେ । କିଛି ଲୋକଙ୍କୁ ତ ସେଠାକାର କାଚ ଭଳି ରାସ୍ତାରେ ଗାଡି ଚଲାଇବାର ଇଚ୍ଛା ଥାଏ । କିନ୍ତୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସକୁ ନେଇ ସମସ୍ୟା ରହିଥାଏ । ଯଦି ଆପଣଙ୍କୁ ବି ଏହି ସମସ୍ୟା ରହିଥାଏ ତାହେଲେ ଆମେ ଆପଣଙ୍କୁ କିଛି ଏପରି ଦେଶ ବିଷୟରେ କହିବୁ, ଯେଉଁଠାରେ ଆପଣଙ୍କୁ ଗାଡି ଚଲାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସର ଆବଶ୍ୟକ ପଡେନାହିଁ । ବରଂ ଆପଣ ନିଜର ଭାରତୀୟ ଲାଇସେନ୍ସରେ ହିଁ ଡ୍ରାଇଭିଙ୍ଗ କରିପାରିବେ । କିନ୍ତୁ ବଡ କଥା ହେଉଛି ଏହି ଦେଶରେ ଗାଡି ଚଲାଇବାକୁ ହେଲେ ଆପଣଙ୍କ ପାଖରେ ଇଣ୍ଟରନ୍ୟାସନାଲ ଡ୍ରାଇଭିଙ୍ଗ ପରମିଟ୍‌ ଥିବା ଜରୁରୀ ।

ଆମେରିକା

ଆମେରିକା ଭାରତୀୟମାନଙ୍କୁ ନିଜର ଡ୍ରାଇଭିଂ ଲାଇସେନ୍ସ ସହିତ କାର ଚଳାଇବାକୁ ଅନୁମତି ଦେଇଥାଏ, ଯାହା ଆମେରିକାରେ ପ୍ରବେଶ ତାରିଖ ଠାରୁ ଏକ ବର୍ଷ ପାଇଁ ବୈଧ ହୋଇଥାଏ । ଆପଣଙ୍କ ଲାଇସେନ୍ସ ବୈଧ ହେବା ସହିତ ଇଂରାଜୀରେ ହୋଇଥିବା ଆବଶ୍ୟକ । ଯଦି ଆପଣଙ୍କ ଡିଏଲ ଇଂରାଜୀର ନଥିବ ତାହେଲେ ଏହାକୁ ବୈଧ ବୋଲି ଧରାଯିବନାହିଁ । ଏହାବ୍ୟତୀତ ଗାଡି ଚଲାଇବା ପୂର୍ବରୁ ଆପଣଙ୍କୁ ଫର୍ମ ଭରିବାକୁ ପଡିବ । କାହିଁକିନା ଏଥିରେ ଆପଣଙ୍କର ଆମେରିକା ଆସିବାର ଡେଟ୍‌ ଲେଖା ହୋଇଥାଏ ।

ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆର କେତେକ ସ୍ଥାନରେ ଭାରତୀୟ ଲାଇସେନ୍ସ ସହିତ କାର ଚଳାଇବାକୁ ଦିଆଯାଇଛି । କିନ୍ତୁ ଉତ୍ତର ଅଷ୍ଟ୍ରେଲିୟାରେ ଆପଣଙ୍କୁ ମାତ୍ର ତିନି ମାସର ହିଁ ଗାଡି ଚଲାଇବାକୁ ଅନୁମତି ରହିଛି । ଏହାବ୍ୟତୀତ ଆପଣଙ୍କ ଲାଇସେନ୍ସ ଇଂରାଜୀରେ ହୋଇଥିବା ଦରକାର ।

କାନାଡା

ଏଠାକାର ଚଉଡା ରାସ୍ତାରେ ଗାଡି ଚଳାଇବାକୁ ହେଲେ ଆପଣଙ୍କ ପାଖରେ ଇଂରାଜୀ ଭାଷାରେ ଇଣ୍ଟରନ୍ୟାସନାଲ ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ଉଚିତ । ଏଠାରେ ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସର ୬୦ ଦିନ ପର୍ଯ୍ୟନ୍ତ ବୈଧତା ରହିଥାଏ । ଏହାପରେ ଯଦି ଆପଣ ଏକ କାର ଚଳାଇବାକୁ ଚାହାଁନ୍ତି, ତେବେ ସେମାନଙ୍କ ଅନୁମତି ଦରକାର ପଡିବ ।

ୟୁନାଇଟେଡ଼ କିଙ୍ଗଡମ

ଭାରତୀୟ ଲାଇସେନ୍ସ ସହିତ ଆପଣ ଇଂଲଣ୍ଡ, ୱେଲ୍ସ, ସ୍କଟଲ୍ୟାଣ୍ଡ ଏବଂ ଉତ୍ତର ଆୟର୍ଲାଣ୍ଡରେ ଏକ ବର୍ଷ ପାଇଁ କାର ଚଳାଇ ପାରିବେ । ତଥାପି, ଏଠାରେ କେବଳ ଏକ ନିର୍ଦ୍ଦିଷ୍ଟ ପ୍ରକାରର କାର / ବାଇକ୍ ଚଲାଇବାକୁ ଅନୁମତି ଦିଆଯାଇଛି ଏବଂ ଲାଇସେନ୍ସ ମଧ୍ୟ ଇଂରାଜୀରେ ହେବା ଜରୁରୀ ।

ନ୍ୟୁଜିଲ୍ୟାଣ୍ଡ

ଏହି ଦେଶରେ ମଧ୍ୟ ଭାରତରୁ ଯାତ୍ରା କରୁଥିବା ଲୋକଙ୍କୁ ଏକ ବର୍ଷ ପାଇଁ କାର ଚଳାଇବାକୁ ଅନୁମତି ଦିଆଯାଇଛି, ଏହା ପରେ ସେମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ଲାଇସେନ୍ସ ଆବଶ୍ୟକ ଏବଂ ଗାଡି ଚଳାଇବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି ।

ଜର୍ମାନ୍‌

ଭାରତୀୟ ଲାଇସେନ୍ସରେ ଆପଣ ଜର୍ମାନରେ ୬ ମାସ ପର୍ଯ୍ୟନ୍ତ ଗାଡି ଚଲାଇପାରିବେ । ଯଦି ଜର୍ମାନ ଯାଉଛନ୍ତି ଏବଂ ସେଠାରେ ଗାଡି ଚଲାଇବାର ପ୍ଲାନ ରହିଛି ତାହେଲେ ନିଜ ସାଥିରେ ସମସ୍ତ ଜରୁରୀ କାଗଜପତ୍ର ନିଶ୍ଚୟ ନେଇକି ଯିବେ । ଏଠାରେ ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ପାଇଁ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ କେବଳ ଇଂରାଜୀରେ କରିବା ଜରୁରୀ ଅଟେ ।

ସାଉଥ୍‌ ଆଫ୍ରିକା

ସାଉଥ୍‌ ଆଫ୍ରିକାରେ ଡ୍ରାଇଭ୍‌ କରିବା ପାଇଁ ମଧ୍ୟ ଆପଣଙ୍କ ଭାରତୀୟ ଲାଇସେନ୍ସ ଇଂରାଜୀରେ ହୋଇଥିବା ଜରୁରୀ । ଯଦି ଆପଣ ଏଠାରେ ଗାଡି ଭଡାରେ ନେଉଛନ୍ତି ତାହେଲେ ସର୍ବପ୍ରଥମେ ଆପଣଙ୍କୁ ନିଜର ଇଂରାଜୀରେ ହୋଇଥିବା ଡିଏଲ ଦେଖାଇବାକୁ ପଡିବ । ଏହାସହିତ ଲାଇସେନ୍ସରେ ଆପଣଙ୍କ ସିଗନେଚର ଏବଂ ଫଟୋ ରହିଥିବା ଜରୁରୀ ।

 

Pritiparna

Recent Posts

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

3 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

17 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

31 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

34 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

57 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

1 hour ago