ସ୍ପେଶାଲ

କଲେଜ ୟୁନିଫର୍ମରେ ଚାଲିଥିଲା ଲିପ୍ କିସ୍ ସିନ୍, ଉପସ୍ଥିତ ସାଙ୍ଗସାଥୀ କରୁଥିଲେ ଉତ୍ସାହିତ; ଏବେ ଭିଡିଓ ଭାଇରାଲ୍

କର୍ଣ୍ଣାଟକର ଏକ ପ୍ରତିଷ୍ଠିତ କଲେଜର ଛାତ୍ରମାନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରମାନେ ଲିପ୍ କିସ କରୁଥିବା ଦେଖାଯାଉଛି। ଏହି ସମୟରେ ଅନେକ ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାକୁ ନେଇ ବିବାଦ ବଢିବା ପରେ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଥିଲା। ଭିଡିଓରେ ଦେଖାଯାଇଥିବା ଛାତ୍ରମାନେ ଏକ ପ୍ରତିଷ୍ଠିତ କଲେଜର ଅଟନ୍ତି ।

ଖବର ଅନୁଯାୟୀ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଉଭୟ ଯୁବକ ଓ ଯୁବତୀ କଲେଜ ୟୁନିଫର୍ମରେ ଥିବାବେଳେ କିସ୍‌ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସେମାନଙ୍କର ସାଙ୍ଗମାନେ ସେମାନଙ୍କୁ ଉତ୍ସାହିତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ଏକ କିସିଂ ପ୍ରତିଯୋଗିତା ଆୟୋଜନ କରିଥିଲେ ବୋଲି ପୋଲିସ୍‌ ସୂଚନା ଦେଇଛି। କିସ୍‌ ଭିଡିଓ ଶୁଟିଂ କରିଥିବା ଯୁବକଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି।

ପୋଲିସ୍‌ ସୂଚନା ଅନୁସାରେ, ୬ ମାସ ପୂର୍ବେ ଏକ ପ୍ରାଇଭେଟ୍‌ ଫ୍ଲାଟ୍‌ରେ ଏହି ଘଟଣା ଘଟିଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ସପ୍ତାହକ ପୂର୍ବେ ହ୍ୱାଟ୍ସଆପ୍‌ରେ ଭିଡିଓ ସେୟାର କରିଥିଲେ। ଯାହା ପରେ ଭାଇରାଲ୍‌ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବିତ ପାଇଁ କଲେଜ କର୍ତ୍ତୃପକ୍ଷ ଚେତାବନୀ ଦେଇଥିଲେ। ହେଲେ ପରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ନା କଲେଜ କର୍ତ୍ତୃପକ୍ଷ ନା ଅଭିଭାବକ କେହିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏପରିକି ପୋଲିସ୍‌ରେ ଏନେଇ କୌଣସି ଅଭିଯୋଗ ମଧ୍ୟ ହୋଇନଥିଲା।

ସୋସିଆଲ ମିଡ଼ିଆ ଅନେକ ଉପଭୋକ୍ତା ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ ଏହାକୁ ପସନ୍ଦ କରିଥିବାବେଳେ କିଛି ଉପଭୋକ୍ତା ଏହାକୁ ଶସ୍ତା ବୋଲି କହିଛନ୍ତି। କିଛି ଲୋକ କଲେଜକୁ ଖରାପ ବୋଲି କହିଛନ୍ତି। ସୂଚନାନୁସାରେ, ଛାତ୍ରମାନେ କଲେଜରେ ଲିପ୍ କିସ ପ୍ରତିଯୋଗିତା ଆୟୋଜନ କରିଥିଲେ। ଏଥିରେ ଅନେକ ଛାତ୍ର ମଧ୍ୟ ସାମିଲ ହୋଇଥିଲେ। କୁହାଯାଉଛି ଯେ ଏହି ପ୍ରତିଯୋଗିତାରେ ଜିତିଥିବା ଛାତ୍ରମାନଙ୍କୁ ମଧ୍ୟ ପୁରସ୍କାର ଘୋଷଣା କରାଯାଇଥିଲା।

 

Barsha

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

7 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

10 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

42 mins ago